ଚଣ୍ଡିଗଡ:୧୩ ବର୍ଷ ନାବାଳକର କାନ ଛିଣ୍ଡାଇଦେଲା ପୋଷା କୁକୁର । ପିଟବୁଲ ପ୍ରଜାତିର ପୋଷା କୁକୁର କେତେ ଯେ ଭୟଙ୍କର ତାହା ଏହି ଖବରରୁ ହିଁ ଜାଣି ପାରୁଥିବେ । ପଞ୍ଜାବର ଗୁରୁଦାସପୁର ବାଟାଲା ଗାଁରୁ ଏହି ଖବର ସାମ୍ନାକୁ ଆସିଛି । ଆହତ ଅବସ୍ଥାରେ ଏବେ ହସ୍ପିଟାଲରେ ନାବାଳକକୁ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ଶନିବାର ସକାଳେ କୋଟଲି ଭାବ ସିଂ ତାଙ୍କ ପୁଅଙ୍କୁ ନେଇ ଏକ ସ୍କୁଟରରେ ଯାଉଥିଲେ । ଏହି ସମୟରେ ପିଟବୁଲ ପ୍ରଜାତିର କୁକୁର ମାଲିକ ସହ ରାସ୍ତାରେ ଛିଡା ହୋଇଥିଲା । ସେହି ସମୟରେ ସ୍କୁଟରକୁ ଦେଖି ହଠାତ କୁକୁରଟି ଧାଇଁ ଆସି ଆକ୍ରମଣ କରିଥିଲା । ଫଳରେ ନାବାଳକ ଜଣଙ୍କ ତଳେ ପଡିଯିବାରୁ ମୁହଁକୁ ରାମ୍ପିବା ସହ କାନ କାମୁଡି ଦେଇଥିଲା ପିଟବୁଲ କୁକୁର । ଶେଷରେ ପିଲାଟିର ବାପା ଉଦ୍ୟମ କରି ପୁଅକୁ କୁକୁର ମୁହଁରୁ ରକ୍ଷା କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଡାକ୍ତରଙ୍କ କହିବା ଅନୁଯାୟୀ ପିଲାଟିର କାନ କଟାଯାଇଛି, ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି। ତେବେ ଏନେଇ ପୋଲିସରେ ଅଭିଯୋଗ ହୋଇଛି ନା ନାହିଁ ସେନେଇ କିଛି ସୂଚନା ମିଳିନାହିଁ ।