ETV Bharat / bharat

ଆଜି ଜୟପୁରରେ 'କିଷାନ ମହାପଞ୍ଚାୟତ'କୁ ସମ୍ବୋଧିତ କରିବେ ପାଇଲଟ

author img

By

Published : Feb 19, 2021, 8:22 AM IST

Updated : Feb 19, 2021, 8:59 AM IST

ଶୁକ୍ରବାର ଜୟପୁରରେ କଂଗ୍ରେସ ନେତା ସଚିନ ପାଇଲଟ କିଷାନ ମହାପଞ୍ଚାୟତକୁ ସମ୍ବୋଧିତ କରିବେ ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ...

Pilot to address 'kisan mahapanchayat' in Jaipur today
ଆଜି ଜୟପୁରରେ 'କିଷାନ ମହାପଞ୍ଚାୟତ'କୁ ସମ୍ବୋଧିତ କରିବେ ପାଇଲଟ

ଜୟପୁର: ରାଜସ୍ଥାନର କୋଟଖାୱାଡା ଅଞ୍ଚଳରେ କଂଗ୍ରେସ ନେତା ସଚିନ ପାଇଲଟ ଶୁକ୍ରବାର 'କିଷାନ ମହାପଞ୍ଚାୟତ'କୁ ସମ୍ବୋଧିତ କରିବେ ବୋଲି ଗୁରୁବାର ସୂଚନା ଦେଇଛନ୍ତି । ତେବେ ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଏହି କାର୍ଯ୍ୟକ୍ରମ କରିବେ ବୋଲି ଜଣାପଡିଛି ।

ଏହି ମହାପଞ୍ଚାୟତ ଚାକସୁ ବିଧାୟକ ଓ ପାଇଲଟ ବିଶ୍ବସ୍ତବାଦୀ ବେଦ ପ୍ରକାଶ ସୋଲାଙ୍କି ଆୟୋଜନ କରିବେ ବୋଲି କହିଛନ୍ତି । ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଥିବା କଂଗ୍ରେସ ବିଧାୟକମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି । ପୂର୍ବରୁ ଦୌସା ଓ ଭାରତପୁର ଅଞ୍ଚଳରେ ଏହିଭଳି ମହାପଞ୍ଚାୟତ କାର୍ଯ୍ୟକ୍ରମରେ ପାଇଲଟ ଯୋଗ ଦେଇଛନ୍ତି ।

ପଞ୍ଜାବ, ହରିୟାଣା ଓ ପଶ୍ଚିମ ଉତ୍ତରପ୍ରଦେଶ ଅଞ୍ଚଳର ଚାଷୀମାନେ ଦିଲ୍ଲୀର ସିଘୁଂ, ଟିକିରୀ ଓ ଗାଜିପୁର ସୀମାରେ ଗତ 80 ଦିନରୁ ଅଧିକ ଦିନ ଧରି କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଛନ୍ତି । ତେବେ କେନ୍ଦ୍ର ସରକାରଙ୍କ ସହିତ ଆନ୍ଦୋଳନରତ ଚାଷୀଙ୍କ ମଧ୍ୟରେ ବାରମ୍ବାର ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 19, 2021, 8:59 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.