ନୂଆଦିଲ୍ଲୀ: ଭାରତ ଠାରୁ ଅତ୍ୟାଧୁନିକ ବ୍ରହ୍ମୋସ କ୍ରୁଜ୍ ମିସାଇଲ (BrahMos cruise missiles ) କିଣିବ ଫିଲିପାଇନ୍ସ (Philippines) । ଏନେଇ ଭାରତ ଓ ଫିଲିପାଇନ୍ସ ମଧ୍ୟରେ ବୁଝାମଣା ଶେଷ ପର୍ଯ୍ୟାୟରେ ଥିବା ଜଣାପଡିଛି । ପ୍ରତିରକ୍ଷା ବିଶେଷଜ୍ଞଙ୍କ ଅନୁସାରେ ଖୁବଶୀଘ୍ର ଉଭୟ ଦେଶର ସରକାର ଏ ସମ୍ପର୍କିତ ଘୋଷାଣା କରିବେ ।
ଭାରତର ପ୍ରଥମ ଅତ୍ୟାଧୁନିକ କ୍ରୁଜ ମିସାଇଲ ବିକ୍ରୟ କରାଯିବ । ଏନେଇ ଭାରତ ଓ ଫିଲିପାଇନ୍ସ ମଧ୍ୟରେ ବୁଝାମଣା ଚାଲିଥିବା ଜଣାପଡିଛି । ବିଶ୍ବର ଶ୍ରେଷ୍ଠ ଏବଂ ଆଧୁନିକ ପ୍ରଣାଳୀରେ ପ୍ରସ୍ତୁତ କ୍ରୁଜ ମିସାଇଲ ଫିଲିଫାଇନ୍ସ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି । ଭାରତ ଓ ଋଷ ମଧ୍ୟରେ ମିଳିତ ଭାବରେ ନିର୍ମିତ ହୋଇଥିବା ବ୍ରହ୍ମୋସ ସୁପରସୋନିକ କ୍ରୁଜ୍ ମିସାଇଲ ପ୍ରତିରକ୍ଷା କ୍ଷେତ୍ରରେ ବେଶ ପାରଙ୍ଗମ ସାବ୍ୟସ୍ତ ହେବାର ସମ୍ଭାବନା ରହିଛି।
ବ୍ରହ୍ମୋସ ସୁପରସୋନିକ ମିସାଇଲ ଭାରତର ସ୍ଥଳସେନା, ନୌସେନା ଓ ବାୟୁସେନାରେ ସାମିଲ ହୋଇସାରିଛି । ଏହି ଆତ୍ୟାଧୁନିକ ମିସାଇଲ ଉଭୟ ଯୁଦ୍ଧଜାହାଜ, ବୁଡାଜାହାଜ ଓ ଏୟାରକ୍ରାପ୍ଟରୁ ନିକ୍ଷେପ କରାଯାଇପାରିବ।
ତେବେ ବ୍ରହ୍ମୋସ ମିସାଇଲ ହାସଲ କରିବା ପରେ ବର୍ତ୍ତମାନ ପରିପ୍ରେକ୍ଷୀରେ ଦକ୍ଷିଣ ଚୀନ ସମୁଦ୍ରରେ ଚୀନର ଦାଦାଗିରିକୁ ସାମନା କରିବା ପାଇଁ ସକ୍ଷମ ହେବ ଫିଲିପାଇନ୍ସ । ଏହି ମିସାଇଲ ଦ୍ବାରା ନିଜର ତଟୀୟ ସୁରକ୍ଷା ପ୍ରତି ଥିବା ବିପଦକୁ ଏଡାଇବାରେ ସକ୍ଷମ ହେବ ଫିଲିପାଇନ୍ସ ।