ନୂଆଦିଲ୍ଲୀ: ଅହେତୁକ ଭାବେ ବଢୁଥିବା ପେଟ୍ରୋଲ ଓ ଡ଼ିଜେଲ ଦରକୁ ନେଇ ଦେଶବ୍ୟାପୀ ଅସନ୍ତୋଷ ଦେଖାଯାଇ ଥିବାବଳେ ଦିପାବଳୀ ଅବସରରେ ବଡ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ପେଟ୍ରୋଲ ଏବଂ ଡିଜେଲ ଉପରେ ଯଥା କ୍ରମେ ୫ ଟଙ୍କା ଓ ୧୦ ଟଙ୍କା ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିବାକୁ ଘୋଷଣା କରିଛି କେନ୍ଦ୍ର । ଏହା ଆସନ୍ତାକାଲି ଠାରୁ ଲାଗୁ ହେବ ।
ଏକ୍ସାଇଜ୍ ଡ୍ୟୁଟି ହ୍ରାସ ଫଳରେ ଆସନ୍ତାକାଲି ଠାରୁ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ।
@ANI