ETV Bharat / bharat

Permanent Indus Commission Meeting: ଦ୍ବିପାକ୍ଷିକ ଆଲୋଚନା ମାଧ୍ୟମରେ ହୋଇପାରିବ ସମାଧାନ

author img

By

Published : Mar 3, 2022, 8:03 PM IST

ଇସଲାମାବାଦରେ ଚାଲିଥିବା ସ୍ଥାୟୀ ଇଣ୍ଡସ କମିଶନ ବୈଠକ ଆଜି ଶେଷ ହୋଇଛି । ମାର୍ଚ୍ଚ ୧ ରୁ ୩ ପର୍ଯ୍ୟନ୍ତ ଚାଲିଥିଲା ଏହି ବୈଠକ । ଅଧିକ ପଢନ୍ତୁ

Permanent Indus Commission Meeting: ଦ୍ବିପାକ୍ଷିକ ଆଲୋଚନା ମାଧ୍ୟମରେ ହୋଇ ପାରିବ ସମାଧାନ

ନୂଆଦିଲ୍ଲୀ: ଇସଲାମାବାଦରେ ଚାଲିଥିବା ସ୍ଥାୟୀ ଇଣ୍ଡସ କମିଶନ ବୈଠକ ଆଜି ଶେଷ ହୋଇଛି । ମାର୍ଚ୍ଚ ୧ ରୁ ୩ ପର୍ଯ୍ୟନ୍ତ ଚାଲିଥିଲା ଏହି ବୈଠକ । ଏହା ସହିତ ୨୦୨୧ ମାର୍ଚ୍ଚ ୨୩ ଓ ୨୪ରେ ଶେଷ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା ।

ସେହିପରି ଇଣ୍ଡସ କମିଶନ ବୈଠକରେ ବିଭିନ୍ନ କାମ ଉପରେ ମଧ୍ୟ ଆଲୋଚନା ହୋଇଛି । ତେବେ ପାକାଲ ଦୁଲ, କିରୁ ଏବଂ ଲୋୟର କଲନାଇ ସମେତ ଚାଲିଥିବା ପ୍ରକଳ୍ପଗୁଡିକ ଉପରେ ବୈଷୟିକ ଆଲୋଚନା କରାଯାଇଥିଲା । ଏଥିସହ ଏହି ସମସ୍ତ ପ୍ରକଳ୍ପ ଚୁକ୍ତିନାମାର ନିୟମାବଳୀ ସହିତ ସମ୍ପୂର୍ଣ୍ଣ ଅନୁପଯୁକ୍ତ ଏବଂ ଏହାର ସ୍ଥିତିକୁ ସମର୍ଥନ କରି ଭାରତ ବୈଠକରେ ବୈଷୟିକ ବିବରଣୀ ପ୍ରଦାନ କରିଛି ।

ସେହିଭଳି ହାଇଡ୍ରୋଲୋଜିକାଲ ଏବଂ ବନ୍ୟା ତଥ୍ୟ ଉପରେ କମିଶନ ଆଲୋଚନା କରିଥିଲେ । ଏଥିସହ ଭାରତ ଓ ପାକିସ୍ତାନ ପକ୍ଷରୁ ଫାଜଲିକା ଡ୍ରେନକୁ ସମସ୍ୟାକୁ ନେଇ ମଧ୍ୟ ଏଥିରେ ଆଲୋଚନା କରାଯାଇଛି । ଏପଟେ ପାକିସ୍ତାନ ପକ୍ଷରୁ ସତଲେଜ ନଦୀର ମୁକ୍ତ ପ୍ରବାହ ନେଇ ଆବଶ୍ୟକୀୟ ଥିବା ସମସ୍ତ ପଦକ୍ଷେପ ନେବ ବୋଲି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ ଦୁଇ ଦେଶର କମିଶନର ନଦୀ ଜଳ ବିବାଦକୁ ନେଇ ପ୍ରତିଶୃତି ଦେବା ସହ ଆଗାମୀ ଦିନରେ ଦ୍ବିପାକ୍ଷିକ ଆଲୋଚନା ଦ୍ବାରା ସମାଧାନ ହୋଇପାରିବ ବୋଲି ବୈଠକରେ ଆଲୋଚନା ହୋଇଛି । ଏଥିସହ ଆସନ୍ତା ବର୍ଷ ନୂଆଦିଲ୍ଲୀରେ ୧୧୮ତମ ସ୍ଥାୟୀ ଇଣ୍ଡସ କମିଶନ ବୈଠକ ଅନୁଷ୍ଠିତ ହେବ ବୋଲି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି । ମାତ୍ର ଭାରତ ଓ ପାକିସ୍ତାନ ମଧ୍ୟରେ ଏହି ନଦୀ ଜଳ ବିବାଦ ବହୁତ ଦିନ ଧରି ଲାଗି ରହିଥିବାବେଳେ ପ୍ରତି ବର୍ଷ ଏହି ବୈଠକ ଦ୍ବାର ଦୁଇ ଦେଶ ମଧ୍ୟରେ ଥିବା ସମସ୍ୟା ସମାଧାନ ଲାଗି ପ୍ରୟାସ କରାଯାଉଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.