ETV Bharat / bharat

କୃଷି ଆଇନକୁ ବିରୋଧ କରୁଥିବା ବ୍ୟକ୍ତି ଜିହାଦି: ସାଧ୍ବୀ ପ୍ରାଚୀ

କେନ୍ଦ୍ର ଆଣିଥିବା କୃଷି ବିଲକୁ ବିରୋଧ କରୁଥିବା ବ୍ୟକ୍ତି ଜିହାଦି ବୋଲି କହିଛନ୍ତି ସାଧ୍ବୀ ପ୍ରାଚୀ । ପଢନ୍ତୁ ଅଧିକ......

କୃଷି ଆଇନକୁ ବିରୋଧ କରୁଥିବା ବ୍ୟକ୍ତି ଜୀହାଦି : ସାଧ୍ବୀ ପ୍ରାଚୀ

author img

By

Published : Dec 21, 2020, 10:44 PM IST

ଲକ୍ଷ୍ନୌ: ନିଜର କଠୋର ଓ ବିବାଦୀୟ ବୟାନ ପାଇଁ ପୁଣି ଚର୍ଚ୍ଚାରେ ହିନ୍ଦୁ ନେତ୍ରୀ ସାଧ୍ବୀ ପ୍ରାଚୀ କେନ୍ଦ୍ର ଆଣିଥିବା କୃଷି ଆଇନକୁ ବିରୋଧ କରୁଥିବା ବ୍ୟକ୍ତି ଜିହାଦି ବୋଲି କହିଛନ୍ତି ସାଧ୍ବୀ ପ୍ରାଚୀ । ଏହା ସହ ଏହି ବିଲକୁ କୌଣସି ପରିସ୍ଥିତିରେ ପ୍ରତ୍ୟାହର ନକରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ ମଧ୍ୟ କରିଛନ୍ତି ସାଧ୍ବୀ ପ୍ରାଚୀ । ଯଦି କୌଣସି ପରିସ୍ଥିତିରେ ଏହି ଆଇନକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିବାକୁ ବିଚାର କରନ୍ତି, ତାହେଲେ ସେ ଦିଲ୍ଲୀରେ ଧାରଣାରେ ବସିବା ସହ ଅନଶନ କରିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ।

ଏହା ସହ ଏହି କୃଷି ଆଇନ ସପକ୍ଷରେ ମଧ୍ୟ ମତ ରଖି କହିଛନ୍ତି ଯେ ଦୀର୍ଘ 70 ବର୍ଷର ଶାସନପରେ ଏପରି ଆଇନ ଆସିବାରେ ସଫଳ ହୋଇଛି, ଯାହା କୃଷି ଓ କୃଷକଙ୍କ ମାନଦଣ୍ଡକୁ ସଶକ୍ତ କରିବ । ତେଣୁ କୌଣସି ପରିସ୍ଥିତି ବା ଚାପରେ ଏହାକୁ କେନ୍ଦ୍ର ସରକାର ପ୍ରତ୍ୟାହାର ପାଇଁ ଚିନ୍ତା କରିବା ଉଚିତ ନୁହେଁ ।

ପଶ୍ଚିମବଙ୍ଗରେ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡାଙ୍କ ଗସ୍ତବେଳେ ହୋଇଥିବା ଆକ୍ରମଣ ଘଟଣାରେ ସେ ମମତା ବାନାର୍ଜୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ଏହି ମାମଲାରେ ମତ ରଖି ସେ କହିଛନ୍ତି ଯେ ଚଳିତ ବିଧାନସଭା ନିର୍ବାଚନ ପଳାଫଳ ଆସିବା ପରେ ମମତାଙ୍କ ମୁହଁ କଳା ହୋଇଯିବ ।

ସେ ଆହୁରି ମଧ୍ୟ କଂଗ୍ରେସ ଉପରେ ମଧ୍ୟ ବର୍ଷିଛନ୍ତି । କଂଗ୍ରେସ ପରିବାରବାଦରେ ପରିଣତ ହୋଇ ସାରିଛି । ଦଳର ଅଧ୍ୟକ୍ଷ ପଦ ପାଇଁ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧୀ ଭଡ୍ରାଙ୍କ ବ୍ୟତୀତ ଦଳରେ ଆଉ କେହି ନଥିବା କଥା କହି କଂଗ୍ରେସକୁ ତାତ୍ସଲ୍ୟ କରିଛନ୍ତି ।

ବିଜେପି ଏକ ସିଦ୍ଧାନ୍ତବାଦୀ ଦଳ ଓ ବିଜେପି କ୍ଷେତ୍ରରେ ଏପରି ବ୍ୟତିକ୍ରମ ଦେଖାଯାଏ ନାହିଁ ବୋଲି ସେ କହିଛନ୍ତି । ଜେପି ନଡ୍ଡାଙ୍କ ପରେ ଦଳର ମୁଖିଆ କେହି ବି ହୋଇପାରନ୍ତି ବୋଲି କହିଛନ୍ତି ସାଧ୍ବୀ ପ୍ରାଚୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.