ETV Bharat / bharat

କଳା ପୋଷାକ ପିନ୍ଧିଥିବା ବ୍ୟକ୍ତିଙ୍କୁ ପ୍ରମୋଦଙ୍କ ଶପଥ ଗ୍ରହଣ ସମାରୋହକୁ ନା

କଳା ମାସ୍କ ଓ କଳା ପୋଷାକ ପିନ୍ଧିଥିବା କେହି ବି ଲୋକଙ୍କୁ ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ଅନୁମତି ମିଳିବ ନାହିଁ ବୋଲି କହିଛନ୍ତି ଭାରତୀୟ ଜନତା ପାର୍ଟିର ଗୋଆ ଅଧକ୍ଷ ସଦାନନ୍ଦ ରୋତ ତନବଡେ । ଅଧିକ ପଢନ୍ତୁ

author img

By

Published : Mar 27, 2022, 1:57 PM IST

କଳା ପୋଷାକ ପିନ୍ଧିଥିବା ବ୍ୟକ୍ତିଙ୍କୁ ପ୍ରମୋଦଙ୍କ ଶପଥ ଗ୍ରହଣ ସମାରୋହରକୁ ନା

ପାଣାଜୀ: ଆସନ୍ତାକାଲି (ସୋମବାର) ଗୋଆର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ପ୍ରମୋଦ ସାୱନ୍ତ । ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । କଳା ମାସ୍କ ଓ କଳା ପୋଷାକ ପିନ୍ଧିଥିବା କେହି ବି ଲୋକଙ୍କୁ ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ଅନୁମତି ମିଳିବ ନାହିଁ ବୋଲି କହିଛନ୍ତି ଭାରତୀୟ ଜନତା ପାର୍ଟିର ଗୋଆ ଅଧକ୍ଷ ସଦାନନ୍ଦ ରୋତ ତନବଡେ ।

ଗଣମାଧ୍ୟମଙ୍କ ସହ ଆଲୋଚନା କରି ଶନିବାର ଏପରି କହିଛନ୍ତି ଗୋଆ ବିଜେପି ଅଧକ୍ଷ ସଦାନନ୍ଦ । ଗୋଆ ମୁଖ୍ୟମନ୍ତ୍ରୀ ଭାବରେ ପୂର୍ବାହ୍ନ ୧୧ରେ ଶପଥ ନେବେ ପ୍ରମୋଦ । ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷାମନ୍ତ୍ରୀ ରାଜାନଥ ସିଂ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବହୁ ନେତାମନ୍ତ୍ରୀ ଉପସ୍ଥିତ ରହିବେ । କଳା ମାସ୍କ ଓ କଳା ପୋଷାକ ପିନ୍ଧିଥିବା ଲୋକଙ୍କୁ ଏହି କାର୍ଯ୍ୟକ୍ରମକୁ ଅନୁମତି ମିଳିବ ନାହିଁ ବୋଲି କହିଛନ୍ତି ସଦାନନ୍ଦ ।

ପ୍ରକାଶ ଥାଉ କି, ଫେବୃଆରୀ 14ରେ ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଫଳାଫଳ ମାର୍ଚ୍ଚ 10 ରେ ଘୋଷଣା କରାଯାଇଥିଲା । ଯେଉଁଥିରେ ବିଜେପି 40 ଟି ଆସନ ମଧ୍ୟରୁ 20ଟି ଜିତିଥିଲା । ମ୍ୟାଜିକ ନମ୍ବରରୁ ଗୋଟିଏ ଆସନ ପଛରେ ରହିଯାଇଛି ବିଜେପି । ସ୍ବାଧୀନ ବିଧାୟକଙ୍କ ସହ ମେଣ୍ଟ କରି ବିଜେପି ରାଜ୍ୟରେ ସରକାର ଗଠନ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.