ETV Bharat / bharat

ଅନ୍ଧବିଶ୍ବାସ: ମହାମାରୀରୁ ରକ୍ଷା ପାଇଁ କଳସ ଶୋଭାଯାତ୍ରା, 46 ଗିରଫ - କୋରୋନା ଭାଇରସ ମହାମାରୀ

କୋରୋନା ଭାଇରସ ମହାମାରୀ ବାଲିଆଦେବ ମହାରାଜଙ୍କ ଅଭିଶାପ ବୋଲି ବିଶ୍ବାସ କରୁଛନ୍ତି ଗୁଜୁରାଟ ଗାନ୍ଧୀନଗରର ବାସିନ୍ଦା । ଗାନ୍ଧିନଗରର ଦାବୋଡାର ରାୟପୁର ଗାଁର ଲୋକେ ଭଗବାନଙ୍କ ପୂଜାର୍ଚ୍ଚନା କରିବା ପାଇଁ ମନ୍ଦିରରେ ଭିଡ଼ ଜମାଇଥିଲେ। ଅଧିକ ପଢନ୍ତୁ...

ମହାମାରୀରୁ ରକ୍ଷା ପାଇଁ କଳସ ଶୋଭାଯାତ୍ରା
ମହାମାରୀରୁ ରକ୍ଷା ପାଇଁ କଳସ ଶୋଭାଯାତ୍ରା
author img

By

Published : May 7, 2021, 9:27 AM IST

ଗାନ୍ଧୀନଗର: କୋରୋନା ଭାଇରସ ମହାମାରୀ ବାଲିଆଦେବ ମହାରାଜଙ୍କ ଅଭିଶାପ ବୋଲି ବିଶ୍ବାସ କରୁଛନ୍ତି ଗୁଜୁରାଟ ଗାନ୍ଧୀନଗରର ବାସିନ୍ଦା । ଗାନ୍ଧିନଗରର ଦାବୋଡାର ରାୟପୁର ଗାଁର ଲୋକେ ଦେବତାଙ୍କ ପୂଜାର୍ଚ୍ଚନା କରିବା ପାଇଁ ମନ୍ଦିରରେ ଭିଡ଼ ଜମାଇଥିଲେ। ଯେଉଁମାନେ କୋଭିଡ ଗାଇଡଲାଇନକୁ ଅବମାନନା କରିଛନ୍ତି ସେମାନଙ୍କ ବିରୋଧରେ ପୋଲିସ ଏକ ମାମଲା ରୁଜୁ କରିଛି।

ବୁଧବାର ଗାନ୍ଧୀନଗରର ରାୟପୁର ଗ୍ରାମରେ କରାଯାଇଥିବା ଶୋଭାଯାତ୍ରାରେ ସମସ୍ତ କୋଭିଡ-19 ନିୟମ ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ଅତିରିକ୍ତ ପୋଲିସ ଅଧୀକ୍ଷକ ଏମ କେ ରାଣା କହିଛନ୍ତି। ଗୁରୁବାର ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ପ୍ରାୟ 100 ପୁରୁଷ ଓ ମହିଳା ମାସ୍କ ବିନା ଅନେକ ଗାଁରେ ଏକ ଶୋଭାଯାତ୍ରାରେ ଅଂଶଗ୍ରହଣ କରୁଥିବା ଦେଖିବାକୁ ମିଳିଥିଲା। ମହିଳାମାନେ ସେମାନଙ୍କ ମୁଣ୍ଡରେ କଳସ ବୋହି ନେଉଥିବା ବେଳେ ଅନେକ ପୁରୁଷ ବାଜା ବଜାଇ ଶୋଭାଯାତ୍ରା କରିଥିଲେ । ଏହି ଶୋଭାଯାତ୍ରାରେ ସମ୍ପୃକ୍ତ 46 ଜଣଙ୍କୁ ଗିରଫ କରାଯାଇଛି । ଏହାସହ ସମସ୍ତ ବାଦ୍ୟଯନ୍ତ୍ର ମଧ୍ୟ ଜବତ କରାଯାଇଛି ।

ସୂଚନାନୁସାରେ, ଲୋକେ ବିଶ୍ବାସ କରନ୍ତି ଯେ ବାଲିଆଦେବ ମହାରାଜଙ୍କ ଅଭିଶାପ ଯୋଗୁଁ କୋରୋନା ଭାଇରସ୍ ମହାମାରୀ ବ୍ୟାପିଛି। ଭଗବାନଙ୍କୁ ସମର୍ପଣ କରିବା ପାଇଁ ଲୋକେ ମନ୍ଦିରକୁ ଯାଇ ଦେବତାଙ୍କୁ ପବିତ୍ର ଜଳ ଅର୍ପଣ କଲେ। ମେ 3ରେ ଅହମ୍ମବାଦରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ଏଥିରେ 23 ଜଣ ଲୋକ ଗିରଫ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.