ETV Bharat / bharat

Mann ki Baat: ପିଏମ କହିଲେ କର୍ତ୍ତବ୍ୟକୁ ସର୍ବୋପରି କଲେ ହଟିବ ଦୁର୍ନୀତି

ଆଜି (ରବିବାର) ବର୍ଷର ପ୍ରଥମ ମନ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ମୋଦି । ସମସ୍ତ ଯୁବପିଢୀକୁ ଏକତ୍ରିତ ହୋଇ ଶୀଘ୍ର ଦେଶକୁ ଦୁର୍ନୀତି କବଳରୁ ରକ୍ଷା କରିବାକୁ ପଡିବ । ଏଥିପାଇଁ ନିଜର କର୍ତ୍ତବ୍ୟକୁ ପ୍ରାଥମିକତା ଦେବାକୁ ପଡିବ । ଅଧିକ ପଢନ୍ତୁ

author img

By

Published : Jan 30, 2022, 3:31 PM IST

Updated : Jan 30, 2022, 3:47 PM IST

ଦୁର୍ନୀତି କୀଟ ପରି ଏହା ଦେଶକୁ ଫମ୍ପା କରିଦିଏ
ଦୁର୍ନୀତି କୀଟ ପରି ଏହା ଦେଶକୁ ଫମ୍ପା କରିଦିଏ

ନୂଆଦିଲ୍ଲୀ: ଆଜି (ରବିବାର) ବର୍ଷର ପ୍ରଥମ ମନ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ମୋଦି । ଦେଶବାସୀଙ୍କୁ ବୀର ଯବାନଙ୍କ ଗାଥା, ବଳିଦାନ ବିଷୟରେ କହିଛନ୍ତି । ଏହା ସହିତ ଦୁର୍ନୀତି ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଦୁର୍ନୀତି ଏକ କୀଟ ପରି । କୀଟ ପରି ଦୁର୍ନୀତି ଦେଶକୁ ଫମ୍ପା କରିଦିଏ । ଦେଶକୁ ଦୁର୍ନୀତିମୁକ୍ତ କରିବା ପାଇଁ ୨୦୪୭ ଯାଏଁ ଅପେକ୍ଷା କାହିଁକି । ଆମ ସମସ୍ତ ଯୁବପିଢୀକୁ ଏକତ୍ରୀତ ହୋଇ ଶୀଘ୍ର ଦେଶକୁ ଦୁର୍ନୀତି କବଳରୁ ରକ୍ଷା କରିବାକୁ ପଡିବ ।

ଏଥିପାଇଁ ନିଜର କର୍ତ୍ତବ୍ୟକୁ ପ୍ରାଥମିକତା ଦେବାକୁ ପଡିବ । ଯେଉଁଠି କର୍ତ୍ତବ୍ୟ ପାଳନ ସର୍ବୋପରି ଅଟେ ସେଠି ଦୁର୍ନୀତିର ସ୍ଥାନ ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତ ବର୍ଷ ମନ କି ବାତରେ ଦେଶରେ କୋଣ ଅନୁକୋଣରୁ ୧ କୋଟିରୁ ଅଧିକ ଯୁବପୀଢି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଜରିଆରେ ମନର କଥା ଲେଖିଛନ୍ତି ଯାହା ଅବିସ୍ମରଣୀୟ ବୋଲି କହିଛନ୍ତି ମୋଦି । ସେଥିରୁ ପ୍ରମାଣିତ ହେଉଛି ଯେ ଦେଶର ଭବିଷ୍ୟତ ପାଇଁ ଆମର ନୂଆ ପୀଢିର ଚିନ୍ତାଧାର କେତେ ଉନ୍ନତ ଓ ବ୍ୟାପକ ବୋଲି କହିଛନ୍ତି ମୋଦି ।

ଉତ୍ତରପ୍ରଦେଶର ଜଣେ ବାଳିକା ନବ୍ୟା ବର୍ମା ପୋଷ୍ଟକାର୍ଡ ବିଷୟରେ ମୋଦି କହିଥିଲେ ଯେ ସେ 2047 ସୁଦ୍ଧା ଦୁର୍ନୀତିମୁକ୍ତ ଭାରତ ଦେଖିବାକୁ ଚାହୁଁଛନ୍ତି । ଆପଣ ଦୁର୍ନୀତିମୁକ୍ତ ଭାରତ ବିଷୟରେ କଥା ହୋଇଛନ୍ତି। ଦୁର୍ନୀତି ଏକ କୀଟ ସଦୃଶ । ଯାହା ଦେଶକୁ ଖୋଳ କରିଦିଏ । ଏଥିରୁ ମୁକ୍ତି ପାଇବା ପାଇଁ 2047 କୁ ଅପେକ୍ଷା କାହିଁକି । ଆମ ସମସ୍ତ ଯୁବପିଢୀକୁ ଏକତ୍ରିତ ହୋଇ ଶୀଘ୍ର ଦେଶକୁ ଦୁର୍ନୀତି କବଳରୁ ରକ୍ଷା କରିବାକୁ ପଡିବ । ଏଥିପାଇଁ ନିଜର କର୍ତ୍ତବ୍ୟକୁ ପ୍ରାଥମିକତା ଦେବାକୁ ପଡିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଏହା ସହିତ ବୀର ଶହୀଦ ଯବାନଙ୍କ ପ୍ରତୀକ ଜାତୀୟ ଯୁଦ୍ଧ ସ୍ମାରକୀ । ଅମର ଯବାନ ଜ୍ୟୋତି ଭଳି ଆମ ଶହୀଦଙ୍କର ପ୍ରେରଣା, ଯୋଗଦାନ ଅମର ଅଟେ । ଯେତେବେଳେ ବି ସୁଯୋଗ ପାଉଛନ୍ତି ଜାତୀୟ ଯୁଦ୍ଧ ସ୍ମାରକୀ ନିଶ୍ଚିନ୍ତ ଯାଆନ୍ତୁ । ଯେଉଁଠାରେ ଏକ ଅଲଗା ଉର୍ଜା ଓ ପ୍ରେରଣା ମିଳିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ମନ କି ବାତ୍ କାର୍ଯ୍ୟକ୍ରମରେ ଅବସର ନେଇଥିବା ବିରାଟ ବିଷୟରେ କହିଛନ୍ତି ମୋଦି। ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷକ ଘୋଡା ବିରାଟ ଯିଏକି ଜାନୁଆରୀ ୨୬ରେ ୧୩ ବର୍ଷର ସେବା ପରେ ଅବସର ନେଇଛି । ୨୦୦୩ରେ ବିରାଟ ରାଷ୍ଟ୍ରପତି ଭବନ ଆସିଥିଲା ।

ବିରାଟ ହେଉଛି ପ୍ରଥମ ଘୋଡା ଯିଏ ନିଜର ଅସାଧାରଣ ସେବା ଓ କ୍ଷମତା ପାଇଁ ରାଷ୍ଟ୍ରପତିଙ୍କ ଠାରୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ପ୍ରଶଂସା ପାଇଥିଲା । ଘୋଡା ବିରାଟ ନିଜ କାର୍ଯ୍ୟକାଳ ମଧ୍ୟରେ 13 ଥର ଗଣତନ୍ତ୍ର ଦିବସରେ ଭାଗ ନେଇଛି । ଘୋଡା ବିରାଟ ଦେଶର 4 ଜଣ ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷ ଭାବେ କାର୍ଯ୍ୟ କରିଛି । ଏହା ସହିତ ମୋଦି ଆହୁରି ଭାରତ ଶିକ୍ଷା ଓ ଜ୍ଞାନର ତପୋଭୂମି ଅଟେ । ଆମେ ଶିକ୍ଷାକୁ କେବଳ ଜ୍ଞାନ ଭିତରେ ସୀମିତ ରଖିନାହୁଁ ଜୀବନର ଏକ ଅନୁଭବ ଆକାରରେ ଏହାକୁ ଦେଖିଛୁ ବୋଲି କହିଛନ୍ତି ମୋଦି ।

ମନ କି ବାତ କାର୍ଯ୍ୟକ୍ରମରେ ବିଭିନ୍ନ ପୁରସ୍କାର ସମ୍ବଦ୍ଧରେ ଆଲୋଚନା କରିଛନ୍ତି ମୋଦି । ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର, ନିକଟରେ ଘୋଷଣା ହୋଇଥିବା ପଦ୍ମଶ୍ରୀ ସମ୍ମାନ ବିଷୟରେ କହିଛନ୍ତି ପ୍ରଧାନମନ୍ତ୍ରୀ । କମ ବିୟସରେ କିଛି ସ୍ବତନ୍ତ୍ର ପ୍ରେରଣାଦାୟୀ କାର୍ଯ୍ୟ କରିଥିବା ବାଲ ପୁରସ୍କାର ପ୍ରାପ୍ତ ପିଲାଙ୍କୁ ପ୍ରଶଂସା କରିଛନ୍ତି ମୋଦି । ଏହା ସହ ସାଧାରଣ ସ୍ଥିତିରେ କିଛି ଅସାଧାରଣ କର୍ଯ୍ୟା କରିଥିବା ପଦ୍ମଶ୍ରୀ ସମ୍ମାନର ଅଧିକାରୀ ହୋଇଥିଲା କିଛି ବ୍ୟକ୍ତିତ୍ବଙ୍କ ବିଷୟରେ କହିଛନ୍ତି । ଉତ୍ତରାଖଣ୍ଡର ବସନ୍ତୀ ଦେବୀଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି । ସେ ନଦୀକୁ ବଞ୍ଚାଇବାରୁ ସଂଘର୍ଷ କରିଛନ୍ତି । ପରିବେଶକୁ ସୁରକ୍ଷା ଦେବାରେ ତାଙ୍କୁର ଭୂମିକା ରହିଛି । ଏହା ସହ ମଣିପୁରର ବିନୋ ଦେବୀ, ମଧ୍ୟପ୍ରଦେଶକ ଅର୍ଜୁନ ସିଂହ ଦୁରଭେ ଓ କର୍ଣ୍ଣାଟକ ଜଣେ କୃଷକ ଅମାୟୀ ମହାଲିଙ୍କା ନାଏକ ଭଳି ପଦ୍ମଶ୍ରୀ ହିରୋଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଶେଷରେ କୋରୋନାକୁ ନେଇ ମୋଦି କହିଛନ୍ତି ନୂଆ ଭାରିଏଣ୍ଟ ସହିତ ଆମ ଦେଶ ସଫଳତାର ସହିତ କାର୍ଯ୍ୟ କରୁଛି । ବର୍ତ୍ତମାନ ୪ କୋଟିରୁ ଅଧିକ କିଶୋର ଟିକା ନେଇ ସାରିଛନ୍ତି । ୨୦ଦିନ ଭିତରେ ୧ କୋଟିରୁ ଅଧିକ ଲୋକ ବୁଷ୍ଟର ଡୋଜ ମଧ୍ୟ ନେଇ ସାରିଛନ୍ତି । ଦେଶର ଭ୍ଯାକ୍ସିନ ଉପରେ ଦେଶବାସୀଙ୍କ ଏହି ଭରସା ଆମର ବହୁତ ବଡ ଶକ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବର୍ତ୍ତମାନ ସଂକ୍ରମଣରେ ହ୍ରାସ ଘଟୁଛି ଏହା ସକରାତ୍ମକ ସଙ୍କେତ ବୋଲି କହିଛନ୍ତି ମୋଦି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Jan 30, 2022, 3:47 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.