ନୂଆଦିଲ୍ଲୀ: ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍ କାର୍ଯ୍ୟକ୍ରମକୁ ଜୋରଦାର ବିରୋଧ। ଥାଳି ବଜାଇ ମୋଦିଙ୍କ ଏହି କାର୍ଯ୍ୟକ୍ରମକୁ ବିରୋଧ କରିଛନ୍ତି ଚାଷୀ । ପଞ୍ଜାବର ବରନାଲା, ଭଟିଣ୍ଡା, ମୋଗା ଓ ଲୁଧିୟାନ ସମେତ ଅନେକ ସହରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆଜି ପ୍ରଧାନମନ୍ତ୍ରୀ ମୋଦି ମନ କି ବାତ ମାଧ୍ୟମରେ ଦେଶବାସୀଙ୍କୁ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିବା ସମୟରେ ପ୍ରତିବାଦ ଦେଖିବାକୁ ମିଳିଥିଲା ।
କେନ୍ଦ୍ର ସରକାରଙ୍କ ଦ୍ବାରା ଅଣାଯାଇଥିବା ନୂତନ 3 କୃଷି ଆଇନ ଚାଷୀମାନଙ୍କୁ ବର୍ବାଦ କରିଦେବ । ଏନେଇ କେନ୍ଦ୍ର ସରକାରଙ୍କ ସହ ବାରମ୍ବାର ବୈଠକ କରାଯାଇଛି । କିନ୍ତୁ ଚାଷୀଙ୍କ ଚିନ୍ତାକୁ ଦୂର କରିବାରେସରକାର ବିଫଳ ହୋଇଛନ୍ତି । ଫଳରେ ସରକାର ଏହି ଆଇନ ପ୍ରତ୍ୟାହାର କରିବାକୁ ଦାବି କରି ଆଜି ଏକ ଅଭିନବ ପ୍ରତିବାଦ କରାଯାଇଛି । ପ୍ରତିଟି ମହିଳା, ଶିଶୁ ଆଇନକୁ ରଦ୍ଦ କରିବାକୁ ଦାବି କରି ଆଜି ଥାଳି ବଜାଇ ଥିଲେ ।
କୃଷି ଆଇନକୁ ବିରୋଧ କରି ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ପଞ୍ଜାବ ଓ ହରିଆଣାର ଲକ୍ଷ ଲକ୍ଷ ଚାଷୀ ଦିଲ୍ଲୀର ସିଙ୍ଘୁ ସୀମାରେ ବିରୋଧ ପ୍ରଦର୍ଶନ କରୁଛନ୍ତି । ଏହି ଆଇନଗୁଡିକ ରଦ୍ଦ କରିବାକୁ କୃଷକମାନେ ଦାବି କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ