ETV Bharat / bharat

ଆତଙ୍କୀଙ୍କ ବିରୋଧରେ ନିର୍ଣ୍ଣାୟକ ଯୁଦ୍ଧ ! ଲୋକଙ୍କୁ ଘରେ ରହିବାକୁ ସେନାର ନିର୍ଦ୍ଦେଶ - final ssault on terrorists

ଘାଟିରେ ଆତଙ୍କବାଦ ବିରୋଧରେ ନିର୍ଣ୍ଣାୟକ ଯୁଦ୍ଧ ଲଢିବା ପାଇଁ ପ୍ରସ୍ତୁତ ହେଉଛି ରଣନୀତି । ଏହାରି ମଧ୍ୟରେ ଲୋକଙ୍କୁ ଘରେ ରହିବାକୁ ଦିଆଯାଇଛି ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ଆତଙ୍କୀଙ୍କ ବିରୋଧରେ ନିର୍ଣ୍ଣାୟକ ଯୁଦ୍ଧ ! ଲୋକଙ୍କୁ ଘରେ ରହିବାକୁ ସେନାର ନିର୍ଦ୍ଦେଶ

author img

By

Published : Oct 19, 2021, 10:29 PM IST

ଶ୍ରୀନଗର: ଆତଙ୍କୀଙ୍କୁ ଆଉ ନାହିଁ ନିସ୍ତାର। ଖୋଜି ଖୋଜି ମୁଣ୍ଡ ଗଡାଇବ ଭାରତୀୟ ସେନା । ଘାଟିରେ ଆତଙ୍କବାଦ ବିରୋଧରେ ନିର୍ଣ୍ଣାୟକ ଯୁଦ୍ଧ ଲଢିବା ପାଇଁ ପ୍ରସ୍ତୁତ ହେଉଛି ରଣନୀତି । ଏହାରି ମଧ୍ୟରେ ଲୋକଙ୍କୁ ଘରେ ରହିବାକୁ ଦିଆଯାଇଛି ନିର୍ଦ୍ଦେଶ ।

ସେପଟେ ଜମ୍ମୁ କାଶ୍ମୀର ଗସ୍ତରେ ଅଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ନରୱାଣେ । ପୁଞ୍ଚ ଅପରେସନ୍ ସାଇଟ୍ ସହିତ LOC ପରିଦର୍ଶନ କରି ଆତଙ୍କୀଦମନର ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ସ୍ଥଳସେନା ମୁଖ୍ୟ । ଏପଟେ ଜମ୍ମୁ କାଶ୍ମୀରରେ ଟାର୍ଗେଟ କିଲିଙ୍ଗ୍‌ର ଯାଞ୍ଚ କରିବ NIA । ଏନେଇ ଖୁବ ଶୀଘ୍ର ଗୃହମନ୍ତ୍ରଣାଳୟ ଜାରି କରିପାରେ ଆଦେଶ ।

ଜମ୍ମୁ କାଶ୍ମୀରର ପୁଞ୍ଚ ଏବଂ ରାଜୌରୀ ଜିଲ୍ଲାର ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀ ବିରୋଧୀ ଅଭିଯାନକୁ ନଅ ଦିନ ବିତିସାରିଥିବାବେଳେ ମେଣ୍ଢରରେ ସ୍ଥାନୀୟ ଲୋକଙ୍କୁ ସର୍ବସାଧାରଣରେ ଘୋଷଣା କରି ଘର ଭିତରେ ରହିବାକୁ କୁହାଯାଇଛି। ଅଧିକାରୀମାନେ ଏହି ସୂଚନା ପ୍ରଦାନ କରିଛନ୍ତି । ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀ ନିର୍ଣ୍ଣାୟକ ଲଢେଇ ପାଇଁ ପ୍ରସ୍ତୁତ ହେଉଛନ୍ତି ।

ଅନ୍ୟପକ୍ଷେ ଅଣସ୍ଥାନୀୟଙ୍କୁ ଘାଟି ଛାଡିବାକୁ ଚେତାବନୀ ଦେଇଛନ୍ତି ଆତଙ୍କବାଦୀ । ଯାହାଫଳରେ ପ୍ରବାସୀ ଶ୍ରମିକ ଘାଟି ଛାଡି ପଳାୟନ କରିବାକୁ ବାଧ୍ୟ ହୋଇପଡିଛନ୍ତି । ଘାଟିରେ ସେନାର ଆଣ୍ଟି ଟେରର ଅପରେସନ ଯୋଗୁଁ ବିଚଳିତ ଆତଙ୍କୀ ଜଣେ ପରେ ଜଣେ ଅଣକାଶ୍ମୀରବାସୀଙ୍କୁ କରୁଛନ୍ତି ଟାର୍ଗେଟ । ରବିବାର ମଧ୍ୟ ଅଣ-ସ୍ଥାନୀୟଙ୍କୁ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାରେ ଆତଙ୍କବାଦୀମାନେ ବିହାରର ୨ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.