ETV Bharat / bharat

ଜମ୍ମୁ କାଶ୍ମୀରର ଡିଡିସି ନିର୍ବାଚନରେ ଭାଗନେବ ଗୁପକାର ଡିକ୍ଲେରେସନ - Gupkar

ଜମ୍ମୁ କାଶ୍ମୀରରେ ଡିଡିସି ନିର୍ବାଚନରେ ଭାଗନେବ ଗୁପକାର ଡିକ୍ଲେରେସନ । ଏ ନେଇ ଗୁପକାରର ମୁଖପାତ୍ର ସିଜିଦ ଲୋନ ପ୍ରକାଶ କରିଛନ୍ତି । ଗୁପକାରର ସମସ୍ତଙ୍କ ରାଜନୈତିକ ଦଳକୁ ଏକଜୁଟ ଭାବରେ ଲଢିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ...

ଜମ୍ମୁକାଶ୍ମୀରର ଡିଡିସି ନିର୍ବାଚନରେ ଭାଗନେବ ଗୁପକାର ଡିକ୍ଲେରେସନ

author img

By

Published : Nov 7, 2020, 8:42 PM IST

ଜମ୍ମୁ: କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀରର ଡିଡିସି ନିର୍ବାଚନରେ ଭାଗନେବ ଗୁପକାର । ଜାମ୍ମୁ ଡିଭିଜନରେ ଅନୁଷ୍ଠିତ ହେବାକୁ ଥିବା ଜାମ୍ମୁ କାଶ୍ମୀରରେ ମିଳିତ ଜିଲ୍ଲା ବିକାଶ ପରିଷଦ (DDC)ନିର୍ବାଚନରେ ପିପୁଲ୍ସ ଆଲାଇନ୍ସ ଫର ଗୁପକାର ଘୋଷଣାନାମା (PAGD) ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଛି।

କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀରର 7 ମୁଖ୍ୟ ରାଜନୈତିକ ଦଳକୁ ନେଇ ଗଠନ କରାଯାଇଛି ଗୁପକାର ଡିକ୍ଲେରେସନ । ଆଗାମୀ ଡିଡିସି ନିର୍ବାଚନରେ ଭାଗନେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏନେଇ ଗୁପକାରର ମୁଖପାତ୍ର ସାଜାଦ ଗାନି ଲୋନ ଘୋଷଣା କରିଛନ୍ତି ଯେ ଜମ୍ମୁ କାଶ୍ମୀରରେ ହେବାକୁ ଥିବା ମତଦାନକୁ ନେତୃତ୍ୱ ଏକଜୁଟ ହେବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ସମସ୍ତ ମୋଡାଲିଟି ଏବଂ ନୂତନ ପ୍ରଶାସନିକ ନିୟମ ଉପରେ ଦୃଷ୍ଟି ଦିଆଯିବ । ମିଳିତ ମଞ୍ଚର ସଭାପତି ଡ. ଫାରୁକ୍ ଅବଦୁଲ୍ଲା ନିଜେ ପ୍ରତିଯୋଗୀଙ୍କ ନାମ ଘୋଷଣା କରିବେ।

ଆସନ୍ତା ଡିସେମ୍ବର 1 ରୁ 24 ମଧ୍ୟରେ ଡିଡିସି ର ନିର୍ବାଚନ ଅନୁଷ୍ଠିତ ହେବ । ଖାଲିଥିବା ସମସ୍ତ ସରପଞ୍ଚ ଓ ସମିତିସଭ୍ୟ ପଦବୀକୁ ନେଇ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଜମ୍ମୁ କାଶ୍ମୀର ନିର୍ବାଚନ କମିଶନ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.