ETV Bharat / bharat

ପେଗାସସ ସ୍ପାଇ ୱେର: ଟାର୍ଗେଟରେ VVIP, 50 ହଜାରରୁ ଊର୍ଦ୍ଧ୍ବ ଫୋନ ହ୍ୟାକ୍‌

author img

By

Published : Jul 19, 2021, 11:38 AM IST

ଇସ୍ରାଇଲ NSO ଗ୍ରୁପ ଦ୍ବାରା ପ୍ରସ୍ତୁତ ହ୍ୟାକିଙ୍ଗ ସଫ୍ଟୱାର ଦ୍ବାରା ଅନେକ ନେତା, ମନ୍ତ୍ରୀ ଏବଂ ସାମ୍ବାଦିକଙ୍କ ଫୋନ ଟ୍ୟାପ କରାଯାଇଛି ଭଳି ତଥ୍ୟ ସାମ୍ନାକୁ ଆସିଛି । କେନ୍ଦ୍ର ଏହାକୁ ଖଣ୍ଡନ କରିଛି । ଅଧିକ ପଢନ୍ତୁ...

ହ୍ୟାକିଙ୍ଗ ସ୍ପଟୱାର ପେଗାସସ ସ୍ପାଇୱେର
ହ୍ୟାକିଙ୍ଗ ସ୍ପଟୱାର ପେଗାସସ ସ୍ପାଇୱେର

ନୂଆଦିଲ୍ଲୀ: ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ସଂଗଠନର ରିପୋର୍ଟ ଅନୁଯାୟୀ ଭାରତର ଦୁଇ କେନ୍ଦ୍ରମନ୍ତ୍ରୀ, 40ରୁ ଅଧିକ ସାମ୍ବାଦିକ, ବିରୋଧୀ ଦଳର ତିନି ନେତାଙ୍କ ସହିତ ୩୦୦ରୁ ଅଧିକ ମୋବାଇଲକୁ ହ୍ୟାକ କରାଯାଇଛି । ରବିବାର ଏହି ରିପୋର୍ଟ ପ୍ରକାଶିତ ହେବା ପରେ ପୁଣି ଚର୍ଚ୍ଚାକୁ ଆସିଛି 'ପେଗାସସ ସ୍ପାଇ ୱେର'।

ଏହି ପେଗାସସ ସ୍ପାଇୱେୟାର ସହୟତାରେ ଅନେତ ନେତା, ମନ୍ତ୍ରୀ ଏବଂ ସାମ୍ବାଦିକଙ୍କ ଫୋନ ଟ୍ୟାପ କରାଯାଇଛି । ସେଥିରୁ ସେମାନଙ୍କ ଫୋନରୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରାଯାଇଥିବା ସୂଚନା ମିଳିଛି । ଏହି ହ୍ୟାକିଙ୍ଗ ସଫ୍ଟୱାର ଇସ୍ରାଇଲ ଏନଏସଓ ଗ୍ରୁପ ଦ୍ବାରା ପ୍ରସ୍ତୁତ ହୋଇଛି ।

ଏହି ସଫ୍ଟୱାରକୁ ବିଭିନ୍ନ ଦେଶର ସରକାର ବେଆଇନ ଭାବରେ ବ୍ୟବହାର କରି ପ୍ରଭାବଶାଳୀ ନେତା, ଓକିଲ,ବ୍ୟବସାୟୀ ଓ ସାମ୍ବାଦିକଙ୍କ ବିଷୟରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରୁଥିବା ଦ ଗାର୍ଡିଆନ ଏବଂ ୧୨ଟି ଅନ୍ୟ ଗଣମାଧ୍ୟମର ଏକ ଅନୁସନ୍ଧାନ ରିପୋର୍ଟରୁ ଜଣାପଡିଛି।

ପେଗାସସ୍ କଣ ?

ପେଗାସସ୍ ଏକ ଡିଭାଇସ୍ ଯାହା ଆଇଫୋନ ଆଣ୍ଡ୍ରଏଡ୍ ଡିଭାଇସକୁ ହ୍ୟାକ କରିଥାଏ । ଏଥିରେ ମାଲୱେର ପଠାଗଲେ ତାହା ଫୋନର ମେସେଜ, ଫଟୋ ଏବଂ ଏପରିକି ଇ-ମେଲ୍ ବି ଦେଖିପାରେ । ଏହା ସହିତ ଫୋନ କଲ ବି ରେକର୍ଡ କରାଯାଇଥାଏ । ଏଥିରେ 50 ହଜାରରୁ ଅଧିକ ଫୋନ ନମ୍ବର ହ୍ୟାକ କରାଯାଇଥିବା ରିପୋର୍ଟ କହୁଛି । 50ଟି ଦେଶର ପ୍ରାୟ ହଜାରେ ଲୋକ ଏହି ହ୍ୟାକିଂର ଶିକାର ହୋଇଛନ୍ତି ।

ପେଗାସସ ସ୍ପାଇୱେର ଦ୍ବାରା ହ୍ୟାକିଙ୍ଗର ଶିକାର ହୋଇଥିବା ସମସ୍ତଙ୍କ ମଧ୍ୟରୁ ୧୮୯ଜଣ ସାମ୍ବାଦିକ, 600 ଜଣ ରାଜନେତା ଏବଂ ସରକାରୀ ଅଧିକାରୀ, 65 ଜଣ ବ୍ୟବସାୟୀ, 85 ମାନବାଧିକାର କର୍ମୀ ହୋଇଥିବା ଜଣପଡିଛି । ଏହି ତଥ୍ୟ ସାମ୍ନାକୁ ଆସିବା ପରେ NSO ଏହାକୁ ଅସ୍ବୀକାର କରିଛି । ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି ବର୍ଣ୍ଣନା କରି ଭାରତ ସରକାର କହିଛନ୍ତି ଯେ ଏହା ଭାରତୀୟ ଗଣତନ୍ତ୍ରର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବାକୁ ଏକ ପ୍ରୟାସ । ଭାରତ ନାଗରିକଙ୍କ ଗୋପନୀୟତା ଅଧିକାର ରକ୍ଷା କରିବାକୁ ପ୍ରତିଶ୍ରୁତିବଦ୍ଧ ।

ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ରାଜେନ୍ଦ୍ର କୁମାର ପେଗାସସ୍ ସଫ୍ଟୱାର ଗୁପ୍ତଚର ଖବର ନେଇ ଉଠାଯାଇଥିବା ପ୍ରଶ୍ନ ଉପରେ କେନ୍ଦ୍ର ସରକାରଙ୍କ ପକ୍ଷ ଉପସ୍ଥାପନ କରିଛନ୍ତି। ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ ଦେଶରେ ହସ୍ତକ୍ଷେପ ପାଇଁ ପୂର୍ବରୁ ଏକ କଡା ପ୍ରୋଟୋକଲ୍ ପ୍ରତିଷ୍ଠା କରାଯାଇଛି । କେବଳ ଜାତୀୟ ସୁରକ୍ଷା ସହ ଜଡିତ କେନ୍ଦ୍ର କିମ୍ବା ରାଜ୍ୟ ସରକାରୀ ଏଜେନ୍ସିଗୁଡ଼ିକ ସିସିଟିଭି ସିଷ୍ଟମ ବ୍ୟବହାର କରନ୍ତି।

କେନ୍ଦ୍ର କହିଛି ଯେ ଜନସାଧାରଣଙ୍କ ଗୋପନୀୟତା ଅଧିକାରକୁ ସୁରକ୍ଷା ଦେବା ପାଇଁ ଭାରତ ପ୍ରତିବଦ୍ଧ, ତେଣୁ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍ 2019 ଏବଂ ଆଇଟି ନିୟମ 2021କୁ ଆଧାର କରି ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଗୋପନୀୟତାକୁ ସୁରକ୍ଷା ଦେବା ପାଇଁ କାର୍ଯ୍ୟ କରାଯାଉଛି ।

କେନ୍ଦ୍ର ସରକାର କହିଛନ୍ତି ଯେ କିଛି ଲୋକଙ୍କ ଉପରେ ସରକାରୀ ନଜର ରଖିବା ପାଇଁ କୌଣସି ଆଧାର ନାହିଁ। ଅତୀତରେ ମଧ୍ୟ ପେଗାସସ ହ୍ୟାକ୍ ହୋଇଥିବା ଅଭିଯୋଗ ଆସିଛି ଯେଉଁଥିରେ କୌଣସି ସତ୍ୟତା ନାହିଁ । ଭାରତୀୟ ଗଣତନ୍ତ୍ରର ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ସମ୍ବାଦ ତିଆରି କରାଯାଉଛି।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.