ETV Bharat / bharat

Pegasus issue: କଠୋର ହେଲେ ସୁପ୍ରିମକୋର୍ଟ, ସରକାର ଦାଖଲ କରିବେନି ସତ୍ୟପାଠ

author img

By

Published : Sep 13, 2021, 4:43 PM IST

ପେଗାସସ ମାମଲାରେ କେନ୍ଦ୍ର ଉପରେ ଅସନ୍ତୋଷ ଜାହିର କରିଛନ୍ତି ସୁପ୍ରିମକୋର୍ଟ । ମାମଲାରେ ସତ୍ୟପାଠ ଦାଖଲ କରାଯାଇପାରିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି କେନ୍ଦ୍ର ସରକାର । ଅଧିକ ପଢନ୍ତୁ...

Pegasus issue: କଠୋର ହେଲେ ସୁପ୍ରିମକୋର୍ଟ, ସରକାର ଦାଖଲ କରିବେନି ସତ୍ୟପାଠ
Pegasus issue: କଠୋର ହେଲେ ସୁପ୍ରିମକୋର୍ଟ, ସରକାର ଦାଖଲ କରିବେନି ସତ୍ୟପାଠ

ନୂଆଦିଲ୍ଲୀ: ପେଗାସସ ମାମଲାରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଏହି ଶୁଣାଣିରେ ସତ୍ୟପାଠ ଦାଖଲ କରାଯିବନି ବୋଲି ସ୍ପଷ୍ଟ କରିଦେଇଛନ୍ତି ସୁପ୍ରିମକୋର୍ଟ ଓ କେନ୍ଦ୍ର । ହେଲେ ଜାସୁସି କାଣ୍ଡର ଯାଞ୍ଚ ପାଇଁ କମିଟି ଗଠନ କରିବାକୁ ରାଜି ଥିବା କେନ୍ଦ୍ର ପକ୍ଷରୁ କୁହାଯାଇଛି । ମାମଲାରେ ନିଜ ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଏହା ଉପରେ ଆଦେଶ ଦିଆଯିବ । ତେବେ ଶୁଣାଣି ସମୟରେ କଠୋର ହୋଇଥିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମଣା । ଏହି ମାମଲାରେ ସରକାର କଣ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସିଜେଆଇ ରମଣା ।

ଏହାପୂର୍ବରୁ ଶୁଣାଣିରେ ସତ୍ୟପାଠ ଦାଖଲ କରିବା ପାଇଁ କେନ୍ଦ୍ର ସରକାର ୨ ଥର ସମୟ ନେଇଥିଲେ ହେଲେ ସୋମବାର ସତ୍ୟପାଠ ଦାଖଲ କରାଯାଇପାରିବ ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଦେଇଛନ୍ତି । ଶୁଣାଣି ଶେଷରେ କୋର୍ଟ ନିଜ ରାୟ ସଂରକ୍ଷିତ ରଖିଛନ୍ତି । ପେଗାସସ ଜାସୁସି ମାମଲାରେ SIT କିମ୍ବା ନ୍ୟାୟିକ ଯାଞ୍ଚ ହେବ କି ନାହିଁ ଏହା ଉପରେ ନିଷ୍ପତ୍ତି ନିଆଯିବ । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଏହା ଉପରେ ଆଦେଶ ଜାରି ହୋଇପାରେ । ସତ୍ୟପାଠ ଦାଖଲ କରିବା ଉପରେ ପୂନଃବିଚାର କରିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି ସୁପ୍ରିମକୋର୍ଟ ।

ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, ଜାସୁସି ପାଇଁ ବିଶେଷ ସ୍ପାଇୱେୟାରର ବ୍ୟବହାର ହୋଇଛି କି ନାହିଁ, ଏହା ସର୍ବସାଧାରଣ ମାମଲା ନୁହେଁ । ଏହି ମାମଲାର ସ୍ବତନ୍ତ୍ର ବିଶେଷଜ୍ଞଙ୍କ କମିଟି ଦ୍ବାରା ଯାଞ୍ଚ କରାଯାଇପାରେ ବୋଲି ସଲିସିଟର ଜେନେରାଲ କହିଛନ୍ତି । ଅନ୍ୟପକ୍ଷେ ସୁପ୍ରିମକୋର୍ଟ ପେଗାସସ ମାମଲାରେ କେନ୍ଦ୍ର ଉପରେ ଅସନ୍ତୋଷ ଜାହିର କରିଛନ୍ତି । ସିଜେଆଇ ରମଣା କହିଛନ୍ତି, ବାରମ୍ବାର ସେହି ସମାନ କଥା ଉପରେ ବିତର୍କ ହେଉଛି । ସରକାର ଏହା ଉପରେ କଣ କରୁଛନ୍ତି ଏନେଇ କୋର୍ଟ ଜାଣିବାକୁ ଚାହୁଁଛି । କମିଟି ନିଯୁକ୍ତ କୌଣସି ବିଷୟ ନୁହେଁ, ବରଂ ସରକାର କେଉଁଠି ଛିଡା ହୋଇଛନ୍ତି ଏହା ଜାଣିବାକୁ ସତ୍ୟପାଠର ଉଦ୍ଦେଶ୍ୟ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.