ETV Bharat / bharat

ମୌସୁମୀ ଅଧିବେଶନ ପୂର୍ବରୁ 'Pegasus Project'; ସଂଯୋଗ ନା ଷଡଯନ୍ତ୍ର ?

କଣ ଏହି 'Pegasus Project' ବିବାଦ ? ସଂସଦର ଅଧିବେଶନ ପୂର୍ବରୁ କଣ ପାଇଁ ଏହାକୁ ନେଇ ଉଠିଛି ଝଡ ? ଏହା ସଂଯୋଗ ନା ଏକ ଷଡଯନ୍ତ୍ର, ଏହାକୁ ନେଇ ସୃଷ୍ଟି ହୋଇଛି ତମାମ ପ୍ରଶ୍ନ । ଅଧିକ ପଢନ୍ତୁ...

author img

By

Published : Jul 19, 2021, 10:57 PM IST

ମୌସୁମୀ ଅଧିବେଶନ ପୂର୍ବରୁ ପେଗାସସ, ସଂଯୋଗ ନା ଷଡଯନ୍ତ୍ର ?

ନୂଆଦିଲ୍ଲୀ: ସଂସଦରେ ଆରମ୍ଭ ହୋଇଯାଇଛି ମୌସୁମୀ ଅଧିବେଶନ । ଦୀର୍ଘ ଦିନରୁ ଦାନା ବାନ୍ଧିଥିବା ବିରୋଧୀଙ୍କ ଆକ୍ରୋଶର ଲଘୁଚାପ ଏବେ ବାତ୍ୟାର ରୂପ ନେଇସାରିଛି । ଝଡ ପୂର୍ବରୁ ଅଚାନକ ଅଶାନ୍ତ ହୋଇପଡିଛି ଗୃହ । ଆଉ ବର୍ତ୍ତମାନ ଏହି ଝଡର କେନ୍ଦ୍ରବିନ୍ଦୁ ପାଲଟିଛି ‘ପେଗାସସ’ ବିବାଦ ।

ମୌସୁମୀ ଅଧିବେଶନର ପ୍ରଥମ ଦିନରୁ ଜୋରଦାର ହଟଗୋଳ କରିଥିଲେ ବିରୋଧୀ । ହଙ୍ଗାମା ମଧ୍ୟରେ ଉଭୟ ଲୋକସଭା ଓ ରାଜ୍ୟସଭାକୁ ମଙ୍ଗଳବାର ଦିନ ୧୧ଟା ଯାଏଁ ମୁଲତବୀ କରିବାକୁପଡିଛି । ପେଗାସସ ବିବାଦକୁ ନେଇ ପ୍ରଶ୍ନ ବାଣରେ ସରକାରଙ୍କୁ ଘେରିବାକୁ ଭରପୁର ପ୍ରୟାସ କରିଛନ୍ତି ବିରୋଧୀ ।

ବିରାଟ ବିବାଦର ରୂପ ନେଉଛି ପେଗାସସ ସ୍ପାଇୱୟାର ବିବାଦ । ଟାର୍ଗେଟରେ ଭାରତର ବଡବଡ ନେତାମନ୍ତ୍ରୀ । ଜାତୀୟ ଗଣମାଧ୍ୟମରେ ଏଭଳି ରପୋର୍ଟ ପ୍ରକାଶ ପାଇବା ପରେ ସୃଷ୍ଟି ହୋଇଛି ହଇଚଇ ଓ ସଂସଦରେ ଆରମ୍ଭ ହୋଇଛି ତୁମ୍ଭିତୋଫାନ । ତେବେ କଣ ଏହି ପେଗାସସ ବିବାଦ ? ସଂସଦର ଅଧିବେଶନ ପୂର୍ବରୁ କଣ ପାଇଁ ଏହାକୁ ନେଇ ଉଠିଛି ଝଡ ? ଏହା ସଂଯୋଗ ନା ଏକ ଷଡଯନ୍ତ୍ର, ଏହାକୁ ନେଇ ସୃଷ୍ଟି ହୋଇଛି ତମାମ ପ୍ରଶ୍ନ ।

ଫୋନ ଟ୍ୟାପିଂ ନେଇ ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ସାମ୍ନାକୁ ଆସିଥିଲା ସଙ୍ଗୀନ ଅଭିଯୋଗ । ପେଗାସସ(Pegasus) ସଫ୍ଟୱେୟାର ବ୍ୟବହାର କରି ଭାରତରେ ଅନେକ ସାମ୍ବାଦିକ, ନେତାମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତିଙ୍କ ଫୋନ ହ୍ୟାକ କରାଯାଇଥିବା ଅନ୍ତରାଷ୍ଟ୍ରୀୟ ମିଡିଆରେ ଦାବି ହୋଇଥିଲା ଦାବି । ଆଉ ଏହାକୁ ନେଇ ଏବେ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସମେତ ସମସ୍ତ ବିରୋଧୀ ।

ଆଉ ଏହାର ଦିନକ ପରେ ଜାତୀୟ ଗଣମାଧ୍ୟମରେ ଡାଟା ହ୍ୟାକ ସହ ଜାସୁସି ନେଇ ଏକ ରିପୋର୍ଟ ସାମ୍ନାକୁ ଆସିଛି । ତଥା କଥିତ ରିପୋର୍ଟ ଅନୁଯାୟୀ, NSO ଲିଷ୍ଟରେ କଂଗ୍ରେସରର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମେତ ରହିଛି ୩୦୦ ଭାରତୀୟ ଭିଭିଆଇପିଙ୍କ ନମ୍ବର । NSO ହେଉଛି ସଫ୍ଟୱୟାର ତିଆରିକରୁଥିବା ଇସ୍ରାଏଲର ଏକ କମ୍ପାନୀ । ପେଗାସସ ସଫ୍ଟୱୟାରକୁ ମଧ୍ୟ ଏହି କମ୍ପାନୀ ତିଆରି କରିଛି ।

ପେଗାସସ ଜରିଆରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମେତ ବଡବଡ ରାଜନେତା ମନ୍ତ୍ରୀ ତଥା ଭିଭିଆଇପିଙ୍କ ଫୋନ ଟ୍ୟାପ ହୋଇ ଜାସୁସି କରାଯାଇଥିବା ଅଭିଯୋଗ ହେଉଛି । ଏହି ପେଗାସସର ହିଟଲିଷ୍ଟରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ଫୋନ ନମ୍ବର ମଧ୍ୟ ରହିଛି ।

ଜାସୁସି ଅଭିଯୋଗକୁ ନେଇ ସିଧାସଳଖ ସରକାରଙ୍କୁ ପ୍ରଶ୍ନ ଘେରରେ ଛନ୍ଦିଛନ୍ତି ବିରୋଧୀ । ଏଭଳିସ୍ଥିତିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ । କେବଳ ଏତିକି ନୁହେଁ, ଏଥିରେ ପ୍ରଧାନମନ୍ତ୍ରୀଙ୍କ ଭୂମିକା କଣ ରହିଛି ତାହାର ଯାଞ୍ଚ ଦାବି କରିଛି ଦଳ ।

ଏପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସରକାର । ଫୋନ ଟ୍ୟାପିଂ ବିବାଦ ଉପରେ ଲୋକସଭାରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଦେଇଛନ୍ତି ବୟାନ । ଫୋନ ଟ୍ୟାପିଂରୁ ଜାସୁସିର ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି ଅଶ୍ବିନୀ ।

ଡାଟା ଲିକ୍‌ର ଜାସୁସି ସହ କୌଣସି ସମ୍ପର୍କ ନାହିଁ । ଡାଟାରୁ ସର୍ଭିଲାନ୍ସ ହୋଇଥିବା ନେଇ କୌଣସି ପ୍ରମାଣ ନାହିଁ । ତେବେ ଲିକ ହୋଇଥିବା ଡାଟାର ଜାସୁସି ସହ ସମ୍ବନ୍ଧ ନଥିବା କହିଛନ୍ତି ଆଇଟି ମନ୍ତ୍ରୀ ।

ଫୋନ ଟ୍ୟାପିଂକୁ ନେଇ ସରକାରଙ୍କ ପ୍ରୋଟୋକଲ ଅତ୍ୟନ୍ତ କଠୋର । ଡାଟାରୁ ସର୍ଭିଲାନ୍ସ ପ୍ରମାଣିତ ହୁଏନାହିଁ ବୋଲି ସ୍ପଷ୍ଟ କରିଛନ୍ତି ବୈଷ୍ଣବ । ମନ୍ତ୍ରୀ କହିଛନ୍ତି, ଯେଉଁ ରିପୋର୍ଟ ଦିଆଯାଇଛି, ଏହାର ତଥ୍ୟରେ କୌଣସି ସ୍ପଷ୍ଟତା ନାହିଁ ବୋଲି କହିଛନ୍ତି ଅଶ୍ବିନୀ । ଅତି ସମ୍ବେଦନଶୀଳ ରିପୋର୍ଟ ରବିବାର ରାତିରେ ଗୋଟିଏ ୱେବସାଇଟରେ ପ୍ରକାଶ ପାଇଛି। ଏହି ରିପୋର୍ଟ ମୌସୁମୀ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ଆସିଛି। ଏହା କେବେହେଲେ ଗୋଟିଏ ସଂଯୋଗ ହୋଇପାରିବନି ବୋଲି କହିଛନ୍ତି ବୈଷ୍ଣବ ।

ସେପଟେ ମୌସୁମୀ ଅଧିବେଶନର ପ୍ରଥମ ଦିନରେ ହୋଇଥିବା ହଙ୍ଗାମାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କେନ୍ଦ୍ର ସରକରାଙ୍କ ଉପରେ ଲାଗିଥିବା ଜାସୁସି ଅଭିଯୋଗ କୁ ଦେଶକୁ ଅପମାନିତ କରିବାର ଷଡଯନ୍ତ୍ର ବୋଲି କହିଛନ୍ତି ଶାହ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.