ETV Bharat / bharat

ପେଗାସସ ଆଶଙ୍କା, ବ୍ୟୁରୋକ୍ରାଟ୍ସଙ୍କୁ ଆଇ ଫୋନ ବ୍ୟବହାର କରିବାକୁ ମମତାଙ୍କ ପରାମର୍ଶ

author img

By

Published : Oct 16, 2022, 3:45 PM IST

ପେଗାସସ ଆଶଙ୍କା । ବ୍ୟୁରୋକ୍ରାଟ୍ସଙ୍କୁ ଆଇ ଫୋନ ବ୍ୟବହାର କରିବାକୁ ମମତାଙ୍କ ପରାମର୍ଶ । ବହୁଚର୍ଚ୍ଚିତ ପେଗାସସ ବିବାଦ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଶଙ୍କା । ଏ ନେଇ ବ୍ୟୁରୋକ୍ରାଟ୍ସଙ୍କୁ ଆଇ ଫୋନ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ପେଗାସସ ଆଶଙ୍କା, ବ୍ୟୁରୋକାର୍ଟସଙ୍କୁ ଆଇ ଫୋନ ବ୍ୟବହାର କରିବାକୁ ମମତାଙ୍କ ପରାମର୍ଶ

କୋଲକାତା: ପେଗାସସ ଆଶଙ୍କା । କିଛିଦିନର ବ୍ୟବଧାନ ମଧ୍ୟରେ ପୁଣି ଚର୍ଚ୍ଚାକୁ ଆସିଛି ପେଗାସସ୍ ଗୁପ୍ତଚରୀ ପ୍ରସଙ୍ଗ । ବହୁଚର୍ଚ୍ଚିତ ମାମଲାରେ ବିବାଦ ଆରମ୍ଭ ହେବା ସହ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ପେଗାସସକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଶଙ୍କା । ଏ ନେଇ ବ୍ୟୁରୋକ୍ରାଟ୍ସଙ୍କୁ ଆଇ ଫୋନ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ରାଜ୍ୟ ସଚିବାଳୟର ସୁତ୍ର ଅନୁସାରେ ମୁଖ୍ୟ ପ୍ରଶାସନିକ ଅଧିକାରୀ ଏବଂ ସଚିବଙ୍କ ଅଧିକାରୀଙ୍କ କାମ ଏବଂ ମେସେଜ କରିବା ପାଇଁ ଆଇଫୋନ ବ୍ୟବହାର କରନ୍ତୁ ବୋଲି କୁହାଯାଇଛି ।

ଦେଶରେ ନିକଟରେ ଜାସୁସି ଅଭିଯୋଗକୁ ନଜରରେ ରଖି ଅପରେଟିଙ୍ଗ ସିଷ୍ଟମ ଉପରେ ଭରସା କରି ପାରୁନାହିଁ ରାଜ୍ୟ ସଚିବାଳୟ । ଏ ନେଇ ଅପଲ ଅପରେଟିଙ୍ଗ ସିଷ୍ଟମ ଉପଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ଏ ଗାଇଡଲାଇନ ଟିକେ ଅଲଗା ଲାଗୁଥାଇ ପାରେ କିନ୍ତୁ ପ୍ରଶାସନିକ ଅଧିକାରୀ ଏ ପଦକ୍ଷେପକୁ ସ୍ବାଗତ କରିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ଦ୍ଦେଶ କାର୍ଯ୍ୟକାରୀ ହେବା ନିଶ୍ଚିନ୍ତ । ପୂର୍ବ ବର୍ଷ ହଲଚଲ ସୃଷ୍ଟି କରିଥିବା ପେଗାସସ ବିବାଦ ରାଜନୀତି ଉପରେ ପ୍ରଭାବ ପକାଇଥିଲା । ଫୋନ ହ୍ୟାକକୁ ନେଇ ଜାତୀୟ ରାଜନୈତିକ ଦଳରେ କମ୍ପନ ସୃଷ୍ଟି ହୋଇଥିଲା । ସଫ୍ଟୱେର ପେଗାସସର ଉପଯୋଗ କରି ରାହୁଲ ଗାନ୍ଧୀ, ଅଭିଷେକ ବାନାର୍ଜୀ, ପ୍ରାଶନ୍ତ କିଶୋରଙ୍କ ଭଳି ରାଜନେତାଙ୍କ ଫୋନ ହ୍ୟାକ କରାଯାଉଛି । ସେହି ସମୟରେ ମାମତା ବାନାର୍ଜୀ ତାଙ୍କ ଫୋନରେ ସେଲୋ ଟେପ ଲଗାଇ ପ୍ରେସ କନଫରେନ୍ସ କରୁଥିବା ଦେଖିବାକୁ ମିଳିଥିଲା । ପରେ ଜନସଭାକୁ ଯିବା ସମୟରେ ହାତରେ ଫୋନ ଧରି ଯାଉଥିବା ଦେଖିବାକୁ ମିଳିଥିଲା । ଏହାଛଡା ସରକାରୀ କାର୍ଯ୍ୟକ୍ରମଠୁ ନେଇ ଦଳୀୟ ବୈଠକରେ ମଧ୍ୟ କହିଥିଲେ ହ୍ବାଟ୍ସଅପ କଲ ମଧ୍ୟ ସୁରକ୍ଷିତ ନୁହେଁ ।

ଏହା ବି ପଢନ୍ତୁ...ଖୋଲିଲା ୭୫ଟି ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ, ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

ସୁପ୍ରିମକୋର୍ଟ ପେଗାସସକୁ ରାୟ ଶୁଣାଇ ସାରିଛନ୍ତି । ସର୍ବୋଚ୍ଚ ନ୍ୟାୟଳୟ ଦ୍ବାରା ଗଠିତ ଖଣ୍ଡପୀଠ ପେଗାସସ କାର୍ଡରେ 3 ଭାଗରେ ଏକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ରିପୋର୍ଟରେ ସ୍ପଷ୍ଟ କରାଯାଇଛି କି ପରୀକ୍ଷା ପାଇଁ ଯାଇଥିବା 29 ଫୋନରେ ପେଗାସସର କୌଣସି ପ୍ରମାଣ ନାହିଁ । ପ୍ରଶ୍ନ ଉଠୁଛି ସର୍ବୋଚ୍ଚ ନ୍ୟାୟଳୟ ରାୟ ପରେ ବି ତୃଣମୂଳ ନେତା ଏହାକୁ ମାନିବାକୁ ନାରାଜ । ଏ ନେଇ ବ୍ୟୁରୋକ୍ରାଟ୍ସଙ୍କୁ ଗୋପନୀୟତା ମୁଦ୍ଦା ପାଇଁ ଆଇ ଫୋନ ବ୍ୟବହାର କରିବା ଦିଗରେ ପ୍ରାଥମିକତା ଦିଆଯାଇଛି ।

2021 ମସିହା ଜୁଲାଇରେ, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ଅନେକ ବିରୋଧୀ ଦଳର ନେତା ଏହି ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିଥିଲେ । ଏହି ଗୁପ୍ତଚର ସଫ୍ଟଓ୍ବେର ବ୍ୟବହାର କରି କିଛି ପ୍ରମୁଖ ରାଜନୈତିକ ଦଳର ନେତା, ସାମ୍ବାଦିକ ଓ ଅନ୍ୟ ବରିଷ୍ଠ ବ୍ୟକ୍ତି ବିଶେଷଙ୍କ ଉପରେ ସରକାର ଗୁପ୍ତଚରୀ କରିଥିବା ଅଭିଯୋଗ କରିଥିଲେ ବିରୋଧୀ । ସେତେବେଳେ ଏହି ପ୍ରସଙ୍ଗ ଜାତୀୟ ରାଜନୀତିରେ କମ୍ପନ ସୃଷ୍ଟି କରିଥିବା ବେଳେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.