ETV Bharat / bharat

ଚୀନକୁ ଚେତାବନୀ ! ପାରସ୍ପରିକ ସମ୍ପର୍କର ବିକାଶ ପାଇଁ ସୀମାରେ ଶାନ୍ତି ଜରୁରୀ

author img

By

Published : Sep 20, 2021, 6:13 PM IST

ଦୁଇ ଦେଶର ପାରସ୍ପରିକ ସମ୍ପର୍କ ସେବେ ସମ୍ଭବ ହେବ, ଯେବେ ସୀମାବର୍ତ୍ତୀ କ୍ଷେତ୍ରରେ ଶାନ୍ତି ପ୍ରତିଷ୍ଠା ହେବ ବୋଲି ଚୀନକୁ ଚେତାବନୀ ଆଳରେ କହିଛନ୍ତି ଭାରତର ବୈଦେଶିକ ସଚିବ । ଅଧିକ ପଢନ୍ତୁ...

ଚୀନକୁ ଚେତାବନୀ ! ଭାରତ କହିଲା, ପାରସ୍ପରିକ ସମ୍ପର୍କର ବିକାଶ ପାଇଁ ସୀମାରେ ଶାନ୍ତି ଆବଶ୍ୟକ

ନୂଆଦିଲ୍ଲୀ: ଚୀନକୁ ଟାର୍ଗେଟ କରିଛି ଭାରତ । ଦୁଇ ଦେଶର ପାରସ୍ପରିକ ସମ୍ପର୍କ ସେବେ ସମ୍ଭବ ହେବ, ଯେବେ ସୀମାବର୍ତ୍ତୀ କ୍ଷେତ୍ରରେ ଶାନ୍ତି ପ୍ରତିଷ୍ଠା ହେବ । ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶୃଙ୍ଗଳା କହିଛନ୍ତି, ଆମେ ଚୀନକୁ ସ୍ପଷ୍ଟ କରିଦେଇଛୁ ଯେ ଆମ ସମ୍ପର୍କର ବିକାଶ ପାଇଁ ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ଓ ଧୈର୍ଯ୍ୟ ଆବଶ୍ୟକ ।

ଭାରତ ଓ ଚୀନ ସମ୍ପର୍କର ବିକାଶ 3ଟି ପାରସ୍ପରିକ ବିଷୟ ଉପରେ ଆଧାରିତ, ଯେଉଁଥିରେ ପରସ୍ପର ଆଦର, ସମ୍ବେଦନଶୀଳତା ଓ ହିତ ସାମିଲ ରହିଛି । ଭାରତ ଓ ଚୀନ ସମ୍ପର୍କ ସୃଷ୍ଟି ତିକ୍ତତାରେ ଏଯାଏଁ ପୂର୍ଣ୍ଣଛେଦ ପଡିନଥିବାବେଳେ ଏହି ପରିପ୍ରେକ୍ଷୀରେ ବୟାନ ଦେଇଛନ୍ତି ବୈଦେଶିକ ସଚିବ ।

ସେପଟେ ଆଫଗାନିସ୍ତାନ ସ୍ଥିତି ସମ୍ପର୍କରେ ବୈଦେଶିକ ସଚିବ କହିଛନ୍ତି, ଆମ ପଡୋଶୀର ସ୍ଥିତି ବିଶେଷ ଭାବରେ ଆଫଗାନିସ୍ତାନ ଓ ଆମ ପୂର୍ବ ସୀମାରେ ଥିବା ଚୀନ ଆମକୁ ମନେପକାଉଛନ୍ତି କି ଯେଉଁଠି ନୂଆ ବାସ୍ତବିକତା ନିଜକୁ ନିଜେ ଅନୁଭବ କରୁଛି, ସେଠି ପାରମ୍ପରିକ ସୁରକ୍ଷା ଏକ ଚ୍ୟାଲେଞ୍ଜ ହୋଇ ଛିଡାହୋଇଛି ।

ହର୍ଷବର୍ଦ୍ଧନ କହିଛନ୍ତି, ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିମନ୍ତ୍ରଣ କ୍ରମେ ଭାରତ ଆମେରିକାରେ କ୍ବାଡ ଶିଖର ସମ୍ମିଳନୀରେ ଭାଗ ନେବ । କ୍ବାଡ ଫ୍ରେମୱାର୍କ ଆଧାରରେ ସହଯୋଗର ଏଜେଣ୍ଡା ରଚନାତ୍ମକ ଓ ବିବିଧ ।

4ଟି କ୍ବାଡ ଦେଶ ଯୋଗାଯୋଗ ଓ ଭିତ୍ତିଭୂମି, ଜଳବାୟୁ, ଶିକ୍ଷା ଓ ସବୁଠୁ ମହତ୍ବପୂର୍ଣ୍ଣ କୋରୋନା ସହ ଜଡିତ ଉପରେ ଆଲୋଚନା କରିବେ । ଏଥିରେ ଭ୍ୟାକ୍ସିନକୁ ନେଇ ସହଯୋଗ ବିଶ୍ବସନୀୟ ଆବଶ୍ୟକତା ଶୃଙ୍ଖଳା ସାମିଲ ରହିଥିବା ସୂଚନା ଦେଇଛନ୍ତି ବୈଦେଶିକ ସଚିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.