ETV Bharat / bharat

ଜାମ୍ମୁ କାଶ୍ମୀରରେ କେନ୍ଦ୍ରକୁ ବିରୋଧ କରୁଛି PDP: ମେହବୁବା ମୁଫତି

author img

By

Published : Aug 1, 2021, 12:45 PM IST

ପୁଣି କେନ୍ଦ୍ର ବିରୋଧରେ ମୁହଁ ଖୋଲିଛନ୍ତି ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ଅଧ୍ୟକ୍ଷା ମେହବୁବା ମୁଫତି । ପିପୁଲ୍ସ ଡେମୋକ୍ରାଟିକ ପାର୍ଟି ହେଉଛି ଏକମାତ୍ର ଦଳ ଯିଏ ଜାମ୍ମୁ କାଶ୍ମୀରରେ କେନ୍ଦ୍ରକୁ ବିରୋଧ କରୁଛି। ଅଧିକ ପଢନ୍ତୁ...

PDP only party resisting Centre in Jammu and Kashmir: Mehbooba Mufti
ଜାମ୍ମୁ କାଶ୍ମୀରରେ କେନ୍ଦ୍ରକୁ ବିରୋଧ କରୁଛି PDP : ମେହବୁବା ମୁଫତି

ଶ୍ରୀନଗର: ପୁଣି କେନ୍ଦ୍ର ବିରୋଧରେ ମୁହଁ ଖୋଲିଛନ୍ତି ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ଅଧ୍ୟକ୍ଷା ମେହବୁବା ମୁଫତି । ପିପୁଲ୍ସ ଡେମୋକ୍ରାଟିକ ପାର୍ଟି ହେଉଛି ଏକମାତ୍ର ଦଳ । ଯିଏ ଜାମ୍ମୁ କାଶ୍ମୀରରେ କେନ୍ଦ୍ରକୁ ବିରୋଧ କରୁଛି। ଦକ୍ଷିଣ କାଶ୍ମୀର ପୁଲୱାମା ଜିଲ୍ଲାର ଦଳୀୟ କର୍ମୀଙ୍କୁ ଭେଟିବା ପରେ ଯଦି ତୁମେ ବିରୋଧ କରିବା ବନ୍ଦ କରିଦେବ, ତୁମ ଅସ୍ତିତ୍ବ ହଜିଯିବ । ଯଦି ଆମ ଅସ୍ତିତ୍ବ ବଜାୟ ରଖିବାର ଅଛି, ତେବେ PDPକୁ କେନ୍ଦ୍ରର ସାମ୍ନା କରିବାକୁ ପଡିବ ବୋଲି ମେହବୁବା କହିଛନ୍ତି ।

ପିଡିପି ହେଉଛି ଏକମାତ୍ର ଦଳ ଯିଏ ଜମ୍ମୁ କାଶ୍ମୀରରେ କେନ୍ଦ୍ରର ପଦକ୍ଷେପକୁ ପ୍ରତିରୋଧ କରୁଛି । ସେଥିପାଇଁ କେନ୍ଦ୍ର କିଛି ନେତାଙ୍କୁ ଅଫର ଦେଇ ନିଜ ଆଡକୁ ନେବାକୁ ଅପଚେଷ୍ଟା କରୁଛି । ଯାହା ଦ୍ବାରା ଦଳ ଭାଙ୍ଗିଯିବ । ଏଥିପାଇଁ ଏନଆଇଏ ଓ ଇଡିକୁ କେନ୍ଦ୍ର ବ୍ୟବହାର କରୁଛି ବୋଲି ପିଡିପି ମୁଖ୍ୟ କହିଛନ୍ତି । ଦଳରେ ନେତାମାନଙ୍କୁ କ୍ବାଟରରୁ ବାହାର କରି ଦିଆଯାଉଛି । ସେମାନଙ୍କୁ ଯୋଗାଇ ଦିଆଯାଇଥିବା ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ଫେରାଇ ନିଆଯାଉଛି ଏବଂ ଏପରିକି ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଉଛି । ଜମ୍ମୁ କାଶ୍ମୀରର ଯୁବ ନେତା ଓ୍ବାହିଦ ରେହେମନ ପାରାଙ୍କ ଭଳି କିଛି ଯୁବ ନେତାଙ୍କୁ ଜେଲରେ ରଖାଯାଉଛି ।

ପିଡିପି ଏକ ଦଳ ନୁହେଁ ବରଂ ଏକ ଆନ୍ଦୋଳନ ଓ ଆଦର୍ଶ । ଯାହାକୁ ବିଜେପି ଏହାକୁ ଭାଙ୍ଗି ପାରିବ ନାହିଁ। ଜାମ୍ମୁ କାଶ୍ମୀରର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ପିଡିପି ଗଠନ ହୋଇଛି। ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଯେ ପର୍ଯ୍ୟନ୍ତ ଶାନ୍ତି ପ୍ରତିଷ୍ଠା ହୋଇ ନାହିଁ । ସେପର୍ଯ୍ୟନ୍ତ ପଡିପି ଜମ୍ମୁ କାଶ୍ମୀରରେ ନିଜର ସ୍ଥିତିକୁ ଦୃଢ ରଖିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.