ETV Bharat / bharat

ଜେପିସି ତଦନ୍ତକୁ ଶରଦ ପାଓ୍ବାରଙ୍କ ନାପସନ୍ଦ, କହିଲେ ଏମିତି - ଏନସିପି ମୁଖ୍ୟ ଶରଦ ପାଓ୍ବାର

ଆଦାନୀ-ହିଣ୍ଡେନବର୍ଗ ମାମଲା । ଜେପିସି ତଦନ୍ତକୁ ଶରଦ ପାଓ୍ବାରଙ୍କ ନାପସନ୍ଦ । କହିଲେ ଆମେରିକୀୟ ସଂସ୍ଥା ଆଦାନୀ ଗ୍ରୁପରୁ ଟାର୍ଗେଟ କରିଛି । ଅଧିକ ପଢନ୍ତୁ

Congress On Sharad Pawar
Congress On Sharad Pawar
author img

By

Published : Apr 8, 2023, 7:47 AM IST

ନୂଆଦିଲ୍ଲୀ: ଆଦାନୀ-ହିଣ୍ଡେନବର୍ଗ ପ୍ରସଙ୍ଗକୁ ନେଇ ସଂସଦରେ ଝଡ ଲାଗି ରହୁଥିଲା । ଏହାକୁ ନେଇ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ ନେତାମାନେ ଜେପିସି(ଯୁଗ୍ମ ସଂସଦୀୟ କମିଟି) ତଦନ୍ତ ପାଇଁ ଦାବି କରୁଥିବା ବେଳେ ଏନସିପି ମୁଖ୍ୟ ଶରଦ ପାଓ୍ବାର ଏହାର ବିରୋଧ କରିଛନ୍ତି । ସେ ଗତକାଲି(ଶୁକ୍ରବାର) ଏକ ଭିନ୍ନ ମତ ରଖିଛନ୍ତି । ଏକ ସାକ୍ଷାତକାରରେ ସୁପ୍ରିମକୋର୍ଟ ଦ୍ବାରା ଗଠିତ କମିଟିକୁ ସ୍ବାଗତ କରି କହିଛନ୍ତି, "ଏହାର ଅନୁସନ୍ଧାନ କରାଯାଉଛି । ତେଣୁ ଆଶା ସତ୍ୟ ସାମ୍ନାକୁ ଆସିବ । କୋର୍ଟଙ୍କ ନିଷ୍ପତ୍ତି ପରେ ଜେପିସି ତଦନ୍ତର କୌଣସି ଗୁରୁତ୍ବ ନାହିଁ । "

ଶରଦ ପାଓ୍ବାରଙ୍କ ବୟାନ ପରେ କଂଗ୍ରେସ ଏକ ବିବୃତ୍ତି ଜାରି କରିଛି । କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି "ଏହା ଶରଦ ପାଓ୍ବାରଙ୍କ ବ୍ୟକ୍ତିଗତ ମତ ହୋଇପାରେ । ଏହି ପ୍ରସଙ୍ଗକୁ ନେଇ ୧୯ଟି ବିରୋଧି ଦଳ ଏକାଠି ହୋଇଛନ୍ତି । ଆମେ ସମସ୍ତେ ଏହି ପ୍ରସଙ୍ଗକୁ ଗଭୀରତାରର ସହ ନେଇଛୁ । "

ଏମିତି କହିଥିଲେ ଶରଦ ପାଓ୍ବାର : ଏନସିପି ମୁଖ୍ୟ ଆଦାନୀ ଗ୍ରୁପକୁ ସମର୍ଥନ କରିବା ସହ ହିଣ୍ଡେନବର୍ଗ ରିପୋର୍ଟକୁ କଡା ସମାଲୋଚନା କରିଛନ୍ତି । ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି, " ହିଣ୍ଡେନବର୍ଗ ରିପୋର୍ଟକୁ କାହିଁକି ଏତେ ଗୁରୁତ୍ବ ଦିଆଯାଉଛି । ମୁଁ ଆଗକୁ କେବେ ସେମାନଙ୍କ ବିଷୟରେ ଶୁଣି ନାହିଁ । ଏହି ପ୍ରସଙ୍ଗ ଉଠାଇ ଦେଶରେ ହଙ୍ଗାମା କରୁଥିବା ବେଳେ ଏହାର ପ୍ରଭାବ ଦେଶର ଅର୍ଥନୀତି ଉପରେ ହିଁ ପଡୁଛି । ଆମେ ଏହାକୁ ଅଣଦେଖା କରିପାରିବା ନାହିଁ । ମୋତେ ଲାଗୁଛି ଆଦାନୀଙ୍କୁ ଟାର୍ଗେଟ କରାଯାଉଛି । ଆମେରିକୀୟ ସଂସ୍ଥା ଆଦାନୀ ଗ୍ରୁପରୁ ଟାର୍ଗେଟ କରିଛି । "

ଏହା ମଧ୍ୟ ପଢନ୍ତୁ: Human Embryo: ମିଶନରୀ ସ୍କୁଲରୁ ମିଳିଲା ମାନବ ଭ୍ରୁଣ, ଜବତ କଲା ଶିଶୁ ଆୟୋଗ

ଜେପିସି ତଦନ୍ତକୁ ନେଇ ଏଭଳି କହିଛନ୍ତି ଶରଦ: ଅନେକ ପ୍ରସଙ୍ଗରେ ଜେପିସି ଗଠନ କରାଯାଉଥିବା ନେଇ ଶରଦ ପାଓ୍ବାର କହିଛନ୍ତି । ସେ କହିଛନ୍ତି, " ମୋର ମନେ ଅଛି ଆଗରୁ କୋକାକୋଲା ପ୍ରସଙ୍ଗକୁ ନେଇ ଜେପିସି ଗଠନ କରାଯାଇଥିଲା ଏବଂ ତାହାର ଅଧ୍ୟକ୍ଷ ମୁଁ ଥିଲି । ଜେପିସି ତଦନ୍ତ ଭୁଲ୍ ନୁହେଁ । ଆଦାନୀ ପ୍ରସଙ୍ଗରେ ଗଠନ କରାଯାଇଥିବା ଜେପିସିର ମନିଟରିଂ ଯଦି ସରକାର କରିବେ ତାହେଲେ ଏଭଳି ସ୍ଥିତିରେ ସତ୍ୟ କିଭଳି ସାମ୍ନାକୁ ଆସିବ ।"

ପ୍ରକାଶଥାଉ କି, ସଂସଦରେ ବିରୋଧୀ ଦଳମାନେ ଆଦାନୀ ଗ୍ରୁପ୍ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଥିଲେ । ଏ ସମ୍ପର୍କରେ ସଂସଦର ପୁରା ବଜେଟ୍ ଅଧିବେଶନରେ ଉତ୍ତେଜନା ଦେଖାଦେଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.