ETV Bharat / bharat

ପବନ ଖେଡାଙ୍କୁ ସୁପ୍ରିମକୋର୍ଟରୁ ଅନ୍ତରୀଣ ଜାମିନ: ମଙ୍ଗଳବାର ପର୍ଯ୍ୟନ୍ତ ହେବେନି ଗିରଫ - କଂଗ୍ରେସ ନେତା ପଓ୍ବନ ଖେଡା ଗିରଫ

ପବନ ଖେଡାଙ୍କୁ ସୁପ୍ରିମକୋର୍ଟରୁ ଅନ୍ତରୀଣ ଜାମିନ । ପୂର୍ବାହ୍ନରେ ବିମାନ ବନ୍ଦରରୁ ଗିରଫ କରିଥିଲା ଆସାମ ପୋଲିସ । ସମସ୍ତ ମାମଲାକୁ ଏକତ୍ର ତଦନ୍ତ କରିବାକୁ ଆସାମ ଓ ଉତ୍ତର ପ୍ରଦେଶ ପୋଲିସକୁ ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ପଓ୍ବନ ଖେଡାଙ୍କୁ ସୁପ୍ରିମକୋର୍ଟରୁ ଅନ୍ତରୀଣ ଜାମିନ: ଆସାମ ,ୟୁପି ପୋଲିସକୁ ନୋଟିସ

author img

By

Published : Feb 23, 2023, 4:22 PM IST

ନୂଆଦିଲ୍ଲୀ: ପୂର୍ବାହ୍ନରେ ନାଟକୀୟ ଢଙ୍ଗରେ ବିମାନ ବନ୍ଦରରୁ ଆସାମ ପୋଲିସ ଦ୍ବାରା ଗିରଫ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ପବନ ଖେଡାଙ୍କୁ ସର୍ବୋଚ୍ଚ କୋର୍ଟରୁ ମଧ୍ୟବର୍ତ୍ତୀକାଳୀନ ଜାମିନ ମିଳିଛି । ଆସନ୍ତା ଶୁଣାଣି (ମଙ୍ଗଳବାର) ପର୍ଯ୍ୟନ୍ତ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିବା ସହ ତାଙ୍କ ଗିରଫଦାରୀ ଉପରେ ରୋକ ଲଗାଇଛନ୍ତି ସର୍ବୋଚ୍ଚ କୋର୍ଟ । ଏହି ମାମଲାରେ ଖେଡାଙ୍କ ବିରୋଧରେ ରୁଜୁ ହୋଇଥିବା ସମସ୍ତ ମାମଲାର ଏକତ୍ର ତଦନ୍ତ କରିବା ପାଇଁ ଉତ୍ତର ପ୍ରଦେଶ ଓ ଆସାମ ପୋଲିସକୁ ମଧ୍ୟ ସର୍ବୋଚ୍ଚ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ମିଳିଛି । ଆଜି ପୂର୍ବାହ୍ନରେ ଖେଡାଙ୍କୁ ଦିଲ୍ଲୀର ଦ୍ବାରକା କୋର୍ଟରେ ହାଜର କରାଯାଇଥିବା ବେଳେ ଏହା ପୂର୍ବରୁ ସର୍ବୋଚ୍ଚ କୋର୍ଟରୁ ଏହି ଅନ୍ତରୀଣ ଜାମିନ ଆସିଛି । ଦ୍ବାରକା କୋର୍ଟ ଏହି ଅନ୍ତରୀଣ ଜାମିନ ମଞ୍ଜୁର କରିବା ପାଇଁ ସୁପ୍ରିମକୋର୍ଟ କହିଛନ୍ତି ।

  • Supreme Court issues notice to Assam Police & UP Police on Congress leader Pawan Khera's plea seeking clubbing of FIRs. SC says, till the next date of hearing,the petitioner will be released on interim bail by Dwarka court

    SC directs Dwarka court to grant interim relief to Khera pic.twitter.com/PyTalWRrAl

    — ANI (@ANI) February 23, 2023 " class="align-text-top noRightClick twitterSection" data=" ">

ଆସାମ ପୋଲିସ ଖେଡାଙ୍କୁ ଗିରଫ କରି ଦ୍ବାରକା କୋର୍ଟରେ ହାଜର କରି ଟ୍ରାଂଜିଟ ରିମାଣ୍ଡରେ ନେବାକୁ ଚାହୁଁଥିବା ବେଳେ ଏହି ମାମଲାରେ ସର୍ବୋଚ୍ଚ କୋର୍ଟରେ ଖେଡାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଶେକ ମନୁ ସିଙ୍ଗଭି ମାମଲା ଦାଏର କିରଥିଲେ । ତାଙ୍କୁ ବେଲ ପ୍ରଦାନ କରିବା ସହ ତାଙ୍କ ବିରୋଧରେ ଏକାଧିକ ସ୍ଥାନରେ ଦାଏର ହୋଇଥିବା ମାମଲାର ଏକତ୍ରୀକରଣ କରିବା ପାଇଁ ଆଇନଜୀବୀ ସିଙ୍ଗଭି ଆବେଦନରେ ଦର୍ଶାଇଥିଲେ । ସର୍ବୋଚ୍ଚ କୋର୍ଟ ଏହି ମାମଲାର ତୁରନ୍ତ ଶୁଣାଣି କରି ଖେଡାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିବା ପାଇଁ ସର୍ବୋଚ୍ଚ କୋର୍ଟ ଦ୍ବାରକା କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ବରିଷ୍ଠ କଂଗ୍ରେସ ନେତା ତଥା ଦଳର ପ୍ରବକ୍ତା ପବନ ଖେଡାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ଦେଇଥିବା ତ୍ରୁଟିପୂର୍ଣ୍ଣ ମନ୍ତବ୍ୟ ମାମଲାରେ ତାଙ୍କ ନାମରେ ଆସାମ ସମେତ ଉତ୍ତର ପ୍ରଦେଶର ଏକାଧିକ ସ୍ଥାନରେ ମାମଲା ରୁଜୁ କରାଯାଇଥିଲା । ଆସାମ ପୋଲିସ ଆଜି ତାଙ୍କୁ ନାଟକୀୟ ଢଙ୍ଗରେ ବିମାନରୁ ଓହ୍ଲାଇ ଗିରଫ କରିଥିଲା ।

ବରିଷ୍ଠ କଂଗ୍ରେସ ନେତାଙ୍କ ଏକ ଟିମ ସମେତ ଖେଡା ରାୟପୁରରେ ହେବାକୁ ଥିବା ଦଳୀୟ ମହାଧିବେଶନରେ ଅଂଶଗ୍ରହଣ କରିବା ପାଇଁ ଯାତ୍ରା କରୁଥିଲେ । ଆସାମ ପୋଲିସର ଅନୁରୋଧ କ୍ରମେ ଦିଲ୍ଲୀ ପୋଲିସ ପକ୍ଷରୁ ଉଡାଣ ଭରିବାକୁ ଥିବା ବିମାନକୁ ରୋକାଯାଇ ତାଙ୍କୁ ଗିରଫ କରାଯାଇଥିଲା । ପରେ ତାଙ୍କ ମେଡିକାଲ ଚେକଅପ ହେବା ପରେ ଦିଲ୍ଲୀର ଦ୍ବାରକା କୋର୍ଟରେ ହାଜର କରିଥିଲା ଆସାମ ପୋଲିସ । ହେଲେ କୋର୍ଟରେ ଆସାମ ପୋଲିସ ଟ୍ରାଂଜିଟ ରିମାଣ୍ଡ ଆବେଦନ କରିବା ପୂର୍ବରୁ ସର୍ବୋଚ୍ଚ କୋର୍ଟରୁ ଖେଡାଙ୍କୁ ଅନ୍ତରୀଣ ଜାମିନ ମିଳିଯାଇଥିଲା ।

ଅନ୍ୟପଟେ ଖେଡାଙ୍କ ନାଟକୀୟ ଗିରଫଦାରୀ ପରେ ଉକ୍ତ ବିମାନରେ ଯାତ୍ରା କରୁଥିବା ତମାମ ବରିଷ୍ଠ କଂଗ୍ରେସ ନେତା ମଧ୍ୟ ବିମାନରୁ ଓହ୍ଲାଇ ପାର୍କିଂରେ ଧାରଣରେ ବସିଥିଲେ । ମୋଦି ସରକାର ଏକଛତ୍ରବାଦୀ ନୀତି ଚଳାଇଛନ୍ତି ବୋଲି କଂଗ୍ରେସ ନେତା ଧାରଣ ଦେବା ସହ ନାରାବାଜୀ ମଧ୍ୟ କରିଥିଲେ । ଏହାକୁ ନିନ୍ଦା କରିବା ସହ ଏହାକୁ ବରଦାସ୍ତ କାରଯିବ ନାହିଁ ବୋଲି କଂଗ୍ରେସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.