ETV Bharat / bharat

ବିବାଦ ପରେ ମଲ ପରିସରରୁ ହଟିଲା ଗୁରୁ ଗୋବିନ୍ଦ ସିଂଙ୍କ ପ୍ରତିମୂର୍ତ୍ତି, କ୍ଷମା ମାଗିଲେ କର୍ତ୍ତୃପକ୍ଷ

author img

By

Published : Jun 9, 2023, 7:44 AM IST

ବିହାରର ଏକ ମଲରୁ ବିବାଦ ବିବାଦ ପରେ ମଲ ପରିସରରୁ ହଟିଲା ଗୁରୁ ଗୋବିନ୍ଦସିଂଙ୍କର ପ୍ରତିମୂର୍ତ୍ତି । କ୍ଷମା ମାଗିଲେ କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ

ବିବାଦ ପରେ ମଲ ପରିସରରୁ ହଟିଲା ଗୁରୁ ଗୋବିନ୍ଦସିଂଙ୍କର ପ୍ରତିମୂର୍ତ୍ତି, କ୍ଷମା ମାଗିଲେ କର୍ତ୍ତୃପକ୍ଷ

ପାଟନା: ବିହାରର ରାଜଧାନୀ ପାଟନା ସ୍ଥିତ ଆମ୍ବୁଜା ମଲରେ ସ୍ଥାପିତ ହୋଇଥିବା ଗୁରୁଗୋବିନ୍ଦ ସିଂ ଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ବିବାଦ ଦେଖାଯିବା ପରେ ଏହାକୁ ହଟାଇ ଦିଆଯାଇଛି । ପାଟନା ସାହେବ ପରିଚାଳନା କମିଟି (ଶିଖ କମିଟି)ର ହସ୍ତକ୍ଷେପ ପରେ ମଲ୍ କର୍ତ୍ତୃପକ୍ଷ ଏହି ପ୍ରତିମାକୁ ହଟାଇବା ସହ କ୍ଷମା ପ୍ରାର୍ଥନା କରିଛନ୍ତି । ଶିଖ୍‌ ଧର୍ମରେ ମୂର୍ତ୍ତି ପୂଜା ନିଷେଧ ବୋଲି କମିଟି ପକ୍ଷରୁ ମଲ୍ କର୍ତ୍ତୃପକ୍ଷଙ୍କୁ ନୋଟିସକୁ ଦିଆଯାଇଥିଲା । ସେଥିପାଇଁ ଗୁରୁ ଗୋବିନ୍ଦ ସିଂଙ୍କର ସ୍ଥାପିତ ମହମ ପ୍ରତିମୂର୍ତ୍ତିକୁ ହଟାଇବା ଉଚିତ୍ ବୋଲି ଶିଖ ସମ୍ପ୍ରଦାୟ କମିଟି ଉକ୍ତ ନୋଟିସରେ ଉଲ୍ଲେଖ କରିଥିଲା । ସମ୍ପୃକ୍ତ ମଲ୍ କର୍ତ୍ତୃପକ୍ଷ ଶିଖ୍‌ କମିଟିର ଏହି ନୋଟିସକୁ ସମ୍ମାନ ଜଣାଇ ପ୍ରତିମୂର୍ତ୍ତି ହଟାଇବା ସହ କରିଥିବା କାର୍ଯ୍ୟ କାହାର ଧର୍ମୀୟ ଭାବାବେଗକୁ ଆଘାତ ଦେଇଥିଲେ କ୍ଷମା ମଧ୍ୟ ମାଗିଛି ।

ଶିଖ କମିଟିରେ ଜଣେ ବରିଷ୍ଠ କାର୍ଯ୍ୟକର୍ତ୍ତା କହିଛନ୍ତି, ‘‘ଆମେ ଜାଣିବାକୁ ପାଇଲୁ ଯେ ପାଟନାର ଏକ ମଲରେ ଗୁରୁ ଗୋବିନ୍ଦ ସିଂ ସାହେବ ଜୀଙ୍କର ଏକ ପ୍ରତିମୂର୍ତ୍ତି ତିଆରି କରାଯାଇଛି । ଯେତେବେଳେ ଆମ ଟିମ୍‌ ପାଟନା ମଲରେ ପହଞ୍ଚିଲା, ଆମେ ଦେଖିଲୁ ସେଠାରେ ଅନେକ ଧର୍ମର ଏବଂ ମହାନ ବ୍ୟକ୍ତିଙ୍କ ପ୍ରତିମା ସ୍ଥାପନ କରାଯାଇଛି । ସେତେବେଳେ ଆମେ ସୂଚାଇଥିଲୁ ଯେ ଆମ (ଶିଖ୍‌) ଧର୍ମରେ ମୂର୍ତ୍ତି ପୂଜା ଗ୍ରହଣୀୟ ନୁହେଁ । ସେତେବେଳେ ମଲ କର୍ତ୍ତୃପକ୍ଷ କ୍ଷମା ମାଗିଥିଲେ ଏବଂ ସେଠାରୁ ମୂର୍ତ୍ତିକୁ ହଟାଇ ଦେଇଥିଲେ ।’’

କ୍ଷମା ମାଗିବା ପରେ ସମ୍ପୃକ୍ତ ମଲ୍ କର୍ତ୍ତୃପକ୍ଷ ନିଜ ତ୍ରୁଟି ସ୍ବୀକାର କରିବା ସହ ପାଟନା ସାହେବ ପରିଚାଳନା କମିଟି (ଶିଖ କମିଟି)କୁ କ୍ଷମା ପ୍ରାର୍ଥନା କରି ପତ୍ର ମଧ୍ୟ ଲେଖିଛି । ଏହି ପରିପ୍ରେକ୍ଷୀରେ ଶିଖ କମିଟିର ଜୁନିଅର ଉପାଧ୍ୟକ୍ଷ ଲକ୍ଷ୍ମୀନ୍ଦର ସିଂ ଲକ୍ଷ୍ମୀ କହିଛନ୍ତି ଯେ, ଶିଖ୍ ଧର୍ମରେ ମୂର୍ତ୍ତି ପୂଜା ନିଷେଧ ବୋଲି ମଲ୍ କର୍ତ୍ତୃପକ୍ଷଙ୍କୁ ଅହଗତ କରାଯିବା ପରେ ସେମାନେ ତାଙ୍କ ତ୍ରୁଟି ସଂଶୋଧନ କରିବା ନେଇ ଆଗ୍ରହ ପ୍ରକାଶ କରିଥିଲେ । ମଲ ପରିସରରେ ସ୍ଥାପନ କରାଯାଇଥିବା ମୂର୍ତ୍ତକୁ ହଟାଯିବା ସେମାନେ କ୍ଷମା ମଧ୍ୟ ପ୍ରାର୍ଥନା କରିଥିଲେ ।

ମଲ ପରିସରରେ ଗୁରୁ ଗୋବିନ୍ଦ ସିଂଙ୍କର ଏହି ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ବେଶ ବିରୋଧ ଦେଖିବାକୁ ମିଳିଥିଲା । ଶିଖ୍‌ ୟୁଜର୍ସମାନେ ଏହାକୁ ନେଇ ସୋସିଆଲ ମିଡିଆରେ ପ୍ରତିବାଦ କରିବା ସହ ଏହାକୁ ହଟାଇବାକୁ ମଲ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଥିଲେ । ପରେ ମଲ କର୍ତ୍ତୃପକ୍ଷ ମଧ୍ୟ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ତତ୍ପରତା ପ୍ରକାଶ କରିଛି । ଏହା ସହ ଲିଖିତ କ୍ଷମା ମଧ୍ୟ ପ୍ରାର୍ଥନା ମଧ୍ୟ କରିଛି । ଉଲ୍ଲେଖନୀୟ ବିଷୟ ହେଉଛି, ଏହି ମଲ୍ 'ଆଦାନୀ ଗ୍ରୁପ୍'ର ହୋଇଥିବା କାରଣରୁ ବିବାଦ ଆହୁରି ଗଭୀର ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.