ETV Bharat / bharat

COVID-19: ରାଜୀବ ଗାନ୍ଧୀ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର 122 ଛାତ୍ରଛାତ୍ରୀଙ୍କୁ କୋରୋନା - ରାଜୀବ ଗାନ୍ଧୀ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ

ରାଜୀବ ଗାନ୍ଧୀ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର 122 ଛାତ୍ରଛାତ୍ରୀଙ୍କୁ କୋରୋନା । ସ୍ଥାନୀୟ ପ୍ରଶାସନ ବିଶ୍ବବିଦ୍ୟାଳୟକୁ ଏକ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛନ୍ତି । ଏଥିସହ ଅଧିକ ସଂକ୍ରମଣ ଏଡାଇବାକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ମେ ୧୦ ସୁଦ୍ଧା ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ଜାରି କରିଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ

Students Tests Positive : ରାଜୀବ ଗାନ୍ଧୀ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରୁ ୬୦ପଜିଟିଭ ଚିହ୍ନଟ

author img

By

Published : May 5, 2022, 12:30 PM IST

Updated : May 5, 2022, 10:55 PM IST

ଚଣ୍ଡୀଗଡ: ପଞ୍ଜାବର ପଟିଆଲାରେ ଥିବା ରାଜୀବ ଗାନ୍ଧୀ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ(RGNUL) ପଶିଲା କୋରୋନା । ବିଶ୍ବବିଦ୍ୟାଳୟର 122 ଜଣ ଛାତ୍ରଛାତ୍ରୀ COVID ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ସ୍ଥାନୀୟ ପ୍ରଶାସନ ଏହାକୁ ଏକ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛନ୍ତି । ଏଥିସହ ଅଧିକ ସଂକ୍ରମଣ ଏଡାଇବାକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ମେ ୧୦ ସୁଦ୍ଧା ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ଜାରି କରିଛି ଜିଲ୍ଲା ପ୍ରଶାସନ ।

ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ପୂର୍ବରୁ ଧାର୍ଯ୍ୟ ହୋଇଥିବା ଅଫଲାଇନ ପରୀକ୍ଷାକୁ ବାତିଲ କରିଛନ୍ତି । ସ୍ଥିତି ସ୍ବାଭାବିକ ହେବାପରେ ପରୀକ୍ଷାର ନୂଆ ତାରିଖ ଘୋଷଣା କରାଯିବା ବୋଲି ବିଶ୍ବବିଦ୍ୟାଳୟର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଏଥିସହ ଅନଲାଇନ ମୋଡ୍‌ରେ ପାଠପଢା ଚାଲୁ ରହିବା ବୋଲି କହିଛନ୍ତି ।

ଏନେଇ ପଟିଆଲା ସବ କଲେକ୍ଟର ଶଶି ସନେ କହିଛନ୍ତି ଯେ, ‘କଲେଜ କ୍ୟାମ୍ପସରେ ୩ ଦିନ ହେବ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟରେ ଅବନତି ପରିଲିକ୍ଷିତ ହେଉଛି । ପଜିଟିଭ ଚିହ୍ନଟ ହେବାପରେ ଅଭିଭାବକଙ୍କ ସହ ଛାତ୍ରଛାତ୍ରୀଙ୍କୁ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କିଛି ମାତ୍ରାରେ ଲକ୍ଷଣ ପରିଲିଖିତ ହେଉଥିବା ଛାତ୍ରଛାତ୍ରୀଙ୍କୁ ଅଲଗା ଭାବେ ରଖାଯାଇଛି । କଲେଜ ପରିସରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇ ସମସ୍ତ ଛାତ୍ରଛାତ୍ରୀଙ୍କ ଟେଷ୍ଟ କରାଯାଉଛି ।

ଉଲ୍ଲେଖଯୋଗ୍ୟ ଯେ, ଗତ ୨୯ ତାରିଖରେ ପ୍ରଥମେ ଇଆଇଟି ମାଡ୍ରାସର ୧୭୧ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏନେଇ ତାମିଲନାଡୁ ସ୍ବାସ୍ଥ୍ୟ ସଚିବଡକ୍ଟର ରାଧା କ୍ରୀଷ୍ଣନ୍‌ (Dr J Radhakrishnan) ସୂଚନା ଦେଇଥିଲେ ।

Last Updated : May 5, 2022, 10:55 PM IST

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.