ETV Bharat / bharat

ଦିଲ୍ଲୀ ବିମାନବନ୍ଦରରେ ଆତଙ୍କ, ଯାତ୍ରୀଙ୍କ ବ୍ୟାଗରୁ ମିଳିଲା 20ଟି ଅଫୁଟା ଗୁଳି

ନୂଆଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଯାତ୍ରୀଙ୍କଠାରୁ ଅଫୁଟା ଗୁଳି ଜବତ । ଅଧିକ ପଢନ୍ତୁ...

ଯାତ୍ରୀଙ୍କଠାରୁ ଅଫୁଟା ଗୁଳି ଜବତ
ଯାତ୍ରୀଙ୍କଠାରୁ ଅଫୁଟା ଗୁଳି ଜବତ
author img

By

Published : Dec 25, 2020, 10:34 AM IST

ନୂଆଦିଲ୍ଲୀ:ରାଜଧାନୀ ବିମାନବନ୍ଦରରେ ଜଣେ ଯାତ୍ରୀଙ୍କ ଠାରୁ 20ଟି ଅଫୁଟା ଗୁଳି ଜବତ କରିଛି ସିଆଇଏସଏଫ । ଘଟଣାରେ ଯାତ୍ରୀଜଣଙ୍କୁ ଗିରଫ କରିଛି ପୋଲିସ ।

ସୂଚନାଅନୁସାରେ, ଇଣ୍ଡିଗୋ ଫ୍ଲାଇଟରେ ଔରଙ୍ଗାବାଦ ଯାଉଥିବା ଜଣେ ଯାତ୍ରୀଙ୍କୁ ବିମାନବନ୍ଦରରେ ଯାଞ୍ଚ କରାଯାଇଥିଲା । ତାଙ୍କ ହ୍ୟାଣ୍ଡବ୍ୟାଗରୁ 20ଟି ଅଫୁଟା ଗୁଳି ଜବତ କରିଛି ସିଆଇଏସଏଫ । ଘଟଣା ନେଇ ଯାତ୍ରୀ ଜଣକ କୌଣସି ସନ୍ତୋଷଜନକ କାଗଜପତ୍ର ଦେଖାଇ ପାରି ନଥିଲେ ଫଳରେ ବ୍ୟକ୍ତି ଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ ।

ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ବିମାନବନ୍ଦରରେ ଏତେ କଟକଣା ପରେ ବି ବନ୍ଦର ଭିତରକୁ ଯାତ୍ରୀଜଣକ କିପରି ଗୁଳି ଆଣିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.