ETV Bharat / bharat

ଜମ୍ମୁ-କାଶ୍ମୀରରେ ଅଘଟଣ: ଭୁଶୁଡିଲା ଟନେଲ, ଫସିଛନ୍ତି 10

author img

By

Published : May 20, 2022, 8:29 AM IST

Updated : May 20, 2022, 10:38 AM IST

ଜମ୍ମୁ-କାଶ୍ମୀରର ରାମବନ ଜିଲ୍ଲାରେ ଅଘଟଣ । ଭୁଶୁଡିଲା ନିର୍ମାଣଧୀନ ଟନେଲ । ଅତିକମରେ 10 ଜଣ ଫସି ରହିଥିବା ସୂଚନା । ଅଧିକ ପଢନ୍ତୁ

ଜାମ୍ମୁ-କାଶ୍ମୀରରେ ଅଘଟଣ: ଭୁଶୁଡିଲା ଟନେଲ, ଫସିଛନ୍ତି 6

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଅଘଟଣ । ରାମବନ ଜିଲ୍ଲା ଅନ୍ତର୍ଗତ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥର ଖୁନି ନାଲା ନିକଟରେ ଏକ ନିର୍ମାଣଧୀନ ଟନେଲ ଭୁଶୁଡି ଯାଇଛି । ଏଥିରେ ପ୍ରାୟ 10 ଜଣ ଲୋକ ଫସି ରହିଥିବାର ସୂଚନା ମିଳିଛି । ଫସି ରହିଥିବା ଲୋକେ ଟେନଲରେ କାମ କରୁଥିଲେ । ସେମାନଙ୍କ ମଧ୍ୟରୁ ଏବେସୁଦ୍ଧା କେବଳ 2 ଜଣଙ୍କୁ ଉଦ୍ଧାର କରାଯାଇପାରିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏନେଇ ରାମବନ ଡେପୁଟି କମିଶନର ସୂଚନା ଦେଇଛନ୍ତି । ଏହି ନିର୍ମାଣଧୀନ ଟନେଲର କିଛି ଅଂଶ ଭୁଶୁଡି ଯାଇଥିବା ସୂଚନା ମିଳିଛି ।

  • Unfortunate incident of collapse of an under construction tunnel on National Highway stretch between Ramban and Ramsu in district Ramban, Jammu & Kashmir. I’m in constant touch with DC Sh Mussrat Islam. Nearly 10 labour workers trapped under the debris. Another 2 rescued and
    1/2

    — Dr Jitendra Singh (@DrJitendraSingh) May 20, 2022 " class="align-text-top noRightClick twitterSection" data=" ">

କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଟ୍ବିଟ୍ କରି ଏହି ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ସେ ଟ୍ବିଟ୍ କରିଛନ୍ତି, '' ରାମବନ ଜିଲ୍ଲାର ରାମବନ ଓ ରାମସୁ ଜାତୀୟ ରାଜପଥ ମଧ୍ୟରେ ତିଆରି ହେଉଥିବା ଏକ ଟନେଲ ଭୁଶୁଡି ପଡିଛି । ପ୍ରାୟ 10 ଜଣ ଶ୍ରମିକ ଟନେଲ ଧ୍ବଂସାବଶେଷ ତଳେ ଫସି ରହିଛନ୍ତି । ବର୍ତ୍ତମାନ ଯାଏଁ 2 ଜଣଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର କାର୍ଯ୍ୟ ଜୋରଦାର ଚାଲିଛି । ସ୍ଥାନୀୟ ପ୍ରଶାସନ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି ।''

Last Updated : May 20, 2022, 10:38 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.