ETV Bharat / bharat

ନଭେମ୍ବର ୨୯ରୁ ସଂସଦର ଶୀତକାଳୀନ ଅଧିବେଶନ

author img

By

Published : Oct 26, 2021, 3:43 PM IST

ନଭେମ୍ବର 29ରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ । ଗତବର୍ଷ କୋଭିଡ ସଂକ୍ରମଣ କାରଣରୁ ବନ୍ଦ ରହିଥିଲା ଅଧିବେଶନ । ଅଧିକ ପଢନ୍ତୁ...

ନଭେମ୍ବର ୨୯ ରୁ ଆରମ୍ଭ ହୋଇପାରେ ସଂସଦର ଶୀତ ଅଧିବେଶନ

ନୂଆଦିଲ୍ଲୀ: ନଭେମ୍ବର 29ରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ । ଏହି ଅଧିବେଶନ ନଭେମ୍ବର 29ରୁ ଆରମ୍ଭ ହୋଇ ଡିସେମ୍ବର 23ରେ ଶେଷ ହେବା ନେଇ ପ୍ରାଥମିକ ସୂଚନା ମିଳିଛି । ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ଅଧିବେଶନ କାର୍ଯ୍ୟସୂଚୀ ନିର୍ଦ୍ଧାରଣ ପ୍ରକ୍ରିୟା ଆରମ୍ଭ କରିଛି ।

କୋଭିଡ ସଂକ୍ରମଣ ପାଇଁ ଗତବର୍ଷ ସଂସଦର ଶୀତକାଳୀନ ଅଧିବେଶନ ହୋଇନଥିଲା । ତେବେ ମୌସୁମୀ ଅଧିବେଶନ ଶେଷ ହୋଇଥିଲ ସୁଦ୍ଧା ଏକାଧିକ କାର୍ଯ୍ୟଦିବସ ପ୍ରତିବାଦ ଓ ହଟ୍ଟଗୋଳ ମଧ୍ୟରେ ଶେଷ ହୋଇଥିଲା । ପେଗାସସ ପ୍ରସଙ୍ଗ ଓ କେନ୍ଦ୍ରୀୟ କୃଷି ଆଇନକୁ ନେଇ ଗୃହରେ ପ୍ରଥମ ଦିନରୁ ହଟ୍ଟଗୋଳ ଆରମ୍ଭ କରିଥିଲେ ବିରୋଧୀ ।

ତେବେ ଆଗାମୀ ବର୍ଷର ଆରମ୍ଭରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ଏପରି ପରିସ୍ଥିତିରେ ଏହି ଅଧିବେଶନରେ ମୋଦୀ ସରକାର କିଛି ଗୁରୁତ୍ୱପୂର୍ଣ୍ଣ ବିଲ ପାସ୍ କରିପାରନ୍ତି ।

ଆରମ୍ଭରୁ ଶେଷ ଯାଏ ବିଭିନ୍ନ ପ୍ରସଙ୍ଗରେ ବିରୋଧକୁ ନେଇ ଗୃହ ସରଗରମ ରହିଥିବାବେଳେ ଅଧିବେଶନ ଶେଷ ହେବାର ୨ ଦିନ ପୂର୍ବରୁ ଗୃହକୁ ସାଇନଡାଏ ଘୋଷଣା କରିବାକୁ ବାଧ୍ୟ ହୋଇଥିଲେ ବାଚସ୍ପତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.