ETV Bharat / bharat

Parliament Winter Session: କେନ୍ଦ୍ର ସରକାର ଡାକିଲେ ସର୍ବଦଳୀୟ ବୈଠକ - ସଂସଦ ଶୀତକାଳୀନ ଅଧିବେଶନ

ଆଗାମୀ ସଂସଦ ଶୀତ ଅଧିବେଶନ ( Parliament Winter Session) ର ଗୋଟିଏ ଦିନ ପୂର୍ବରୁ କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ (all party Meeting) ଡାକିଛନ୍ତି । ଶୀତ ଅଧିବେଶନ ଡିସେମ୍ବର 7 ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ( Pralhad Joshi Union Minister of Parliamentary Affairs ) ଅଧିକ ପଢନ୍ତୁ

Parliament Winter Session
Parliament Winter Session
author img

By

Published : Nov 25, 2022, 4:07 PM IST

ନୂଆଦିଲ୍ଲୀ: ଆଗାମୀ ସଂସଦ ଶୀତ ଅଧିବେଶନ ( Parliament Winter Session) ର ଗୋଟିଏ ଦିନ ପୂର୍ବରୁ କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ (all party Meeting) ଡାକିଛନ୍ତି । ଶୀତ ଅଧିବେଶନ ଡିସେମ୍ବର 7 ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ( Pralhad Joshi Union Minister of Parliamentary Affairs ) ଡିସେମ୍ବର 6 ତାରିଖ ପୂର୍ବାହ୍ନ 11ଟାରେ ସର୍ବଦଳୀୟ ବୈଠକ ପାଇଁ ସମସ୍ତ ଦଳକୁ ନିମନ୍ତ୍ରଣ କରିଛନ୍ତି ।

ଏହାବି ପଢନ୍ତୁ- ଜଣେ ବିଶ୍ବାସ ଘାତକ କେବେବି ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ: ଅଶୋକ ଗେହଲଟ

ବୈଠକ ପାଇଁ ଉଭୟ ଲୋକସଭା ରାଜ୍ୟସଭାର ସମସ୍ତ ଦଳର ସଂସଦୀୟ ନେତାଙ୍କୁ ବୈଠକରେ ସାମିଲ ହେବା ପାଇଁ ନିମନ୍ତ୍ରଣ ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ । ଏନେଇ ସବୁ ଦଳକୁ ଚିଠି ଲେଖି ସଂସଦୀୟ ମନ୍ତ୍ରୀ କହିଛନ୍ତି ଆଗାମୀ ଶୀତ ଅଧିବେଶନ ଡିସେମ୍ବର 7 ତାରିଖରୁ ଆରମ୍ଭ ହେଉଛି । ଏହି ଅଧିବେଶନ ଦେଶର ବିକାଶ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । ଅଧିବେଶନରେ ସମସ୍ତ ଦଳର ସହଯୋଗ ଜରୁରୀ । ଏଥିପାଇଁ ସରକାର ବିରୋଧୀ ଦଳ ମଧ୍ୟରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଓ ଦାବି ଆପତ୍ତିର ବିଚାର ପାଇଁ ସର୍ବଦଳୀୟ ବୈଠକରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି ।

ଏହାବି ପଢନ୍ତୁ- ଇଡିରେ ଅର୍ଚ୍ଚନାଙ୍କ ଡ୍ରାଇଭର, ଖୋଲିବ କି କଳା ସାମ୍ରାଜ୍ୟର ଗୁମର

ସର୍ବଦଳୀୟ ବୈଠକରେ ସରକାରଙ୍କ ପକ୍ଷରୁ ଅଧିବେଶନରେ ଆସିଥିବାକୁ ବିଧେୟକ ଓ ଏଜେଣ୍ଡା ସମ୍ପର୍କରେ ସୂଚନା ଦିଆଯିବ । ବିରୋଧୀ ଦଳଗୁଡିକ ମଧ୍ୟ ନିଜନିଜ ଦାବି ଆପତ୍ତି ଅଭିଯୋଗ ଉପସ୍ଥାପନା କରିବେ । ଏହାସହ ଆଲୋଚନା ପାଇଁ ସରକାରଙ୍କୁ ଅନୁରୋଧ କରିବେ ।

ଏହାବି ପଢନ୍ତୁ- Sweet Potato Benefits: ମଧୁମେହଠୁ ଆଖିରୋଗ ରକ୍ତଚାପ ନିୟନ୍ତ୍ରଣ କରେ କନ୍ଦମୂଳ

ସୂଚନାଯୋଗ୍ୟଯେ ସଂସଦ ଶୀତକାଳୀନ ଅଧିବେଶନ 7 ଡିସେମ୍ବରରୁ ଆରମ୍ଭ ହୋଇ 29 ଡିସେମ୍ବର ପର୍ଯ୍ୟନ୍ତ ଚାଲିବ । 23 ଦିନ ମଧ୍ୟରେ ସଂସଦରେ 17ଟି ବୈଠକ ହେବାର ସମ୍ଭାବନା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.