ETV Bharat / bharat

Winter Session Of Parliament: ଆଜିଠୁ ସଂସଦର ଶୀତ ଅଧିବେଶନ, ଆସିପାରେ 16 ନୂଆ ବିଧେୟକ

ଆଜି ଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଅଧିବେଶନରେ 16ଟି ବିଲ ପାରିତ କରିବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ଅଧିକ ପଢନ୍ତୁ

ଆଜିଠୁ ସଂସଦର ଶୀତ ଅଧିବେଶନ
ଆଜିଠୁ ସଂସଦର ଶୀତ ଅଧିବେଶନ
author img

By

Published : Dec 7, 2022, 7:56 AM IST

ନୂଆଦିଲ୍ଲୀ: ଆଜି ଠାରୁ (ବୁଧବାର) ସଂସଦରେ ଶୀତ ଅଧିବେଶନ ଆରମ୍ଭ (parliament winter session 2022) ହେବ। ଏହି ଅଧିବେଶନରେ ମୋଟ 17ଟି କାର୍ଯ୍ୟଦିବସ ରହିବ । ଏହି ଅବସରରେ କିଛି ଗୁରୁତ୍ବପୂର୍ଣ୍ଣ ବିଲ ଆଗତ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ପାଖାପାଖି 16ଟି ବିଧେୟକ ଆଗତ ହେବ । ସେପଟେ ବିରୋଧୀ ଏକ ଲମ୍ବା ସୂଚୀ ପ୍ରସ୍ତୁତ କରିଛନ୍ତି । ବିଭିନ୍ନ ପ୍ରସଙ୍ଗ ଯେପରି ଦରଦାମ ବୃଦ୍ଧି, ବେରୋଜଗାରୀ, ଭାରତ-ଚୀନ ସୀମା ବିବାଦ ପ୍ରସଙ୍ଗ ଉପରେ ବିରୋଧୀ ଗୃହରେ ସରକାରଙ୍କୁ ଟାର୍ଗେଟ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ସେପଟେ ଶୀତ ଅଧିବେଶନ ପୂର୍ବରୁ ଗତକାଲି (ମଙ୍ଗଳବାର) ସର୍ବଦଳୀୟ ବୈଠକ ଡାକିଥିଲେ କେନ୍ଦ୍ର ସରକାର । ସଂସଦ ଭବନ ପରିସରରେ ପ୍ରତିରକ୍ଷା ମନ୍ତ୍ରୀ ତଥା ଲୋକସଭା ଡେପୁଟି ଲିଡର ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ତରଫରୁ ବୈଠକ ଡକାଯାଇଥିଲା । ଏଥିରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ, ଡିଏମକେ ସାଂସଦ ଟି ଆର ବାଲୁ, କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ସମେତ ବରିଷ୍ଠ ନେତା ସାମିଲ ହୋଇଥିଲେ।

ଏହା ବି ପଢନ୍ତୁ...Parliament Winter Session: ବେରୋଜଗାରୀ, ଦରଦାମ ପ୍ରସଙ୍ଗରେ ବିତର୍କ ଦାବି କଲେ ବିରୋଧୀ

ବୈଠକରେ ବିରୋଧୀ ଦରଦାମ ବୃଦ୍ଧି, ବେରୋଜଗାର ଆଦି ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଦାବି କରିଥିଲେ । ବର୍ତ୍ତମାନ ଦେଶରେ ଦରଦାମ ବୃଦ୍ଧି ଓ ବେରୋଜଗାର ପ୍ରମୁଖ ସମସ୍ୟା ହୋଇଛି । ସେ ଉପରେ ସରକାର ସାଧାରଣ ଜନତାଙ୍କୁ ଉତ୍ତର ଦେବାର ଆବଶ୍ୟକତା ରହିଛି ବୋଲି କହିଥିଲେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ । ସର୍ବଦଳୀୟ ବୈଠକରେ 47 ଦଳ ମଧ୍ୟରୁ 31ଟି ଦଳ ଭାଗ ନେଇଥିଲେ । ଡିସେମ୍ବର 29 ଯାଏ ଅଧିବେଶନ ଚାଲିବ ।

କେଉଁ ବିଲ ହେବ ପାରିତ...

ସରକାରଙ୍କ ଦ୍ବାରା ମୋଟ 19 ବିଲ ପାରିତ ହେବ । ସେଥିରୁ 16ଟି ନୂଆ ବିଧେୟକ ପାରିତ ହେବ । ବହୁ ରାଜ୍ୟ ସଂଶୋଧନ ବିଲ୍ 2022, ରାଷ୍ଟ୍ରୀୟ ଦନ୍ତ ଚିକିତ୍ସା ଆୟୋଗ ବିଧେୟକ, ଜାତୀୟ ପ୍ରସୂତି ଆୟୋଗ ବିଲ୍, 2022, ଉପକୂଳ ଜଳ କୃଷି ପ୍ରାଧୀକରଣ ସଂଶୋଧନ ବିଲ୍ 2022, ସମ୍ବିଧାନ (ଅନୁସୂଚିତ ଜନଜାତି) ଆଦେଶ (ପଞ୍ଚମ ସଂଶୋଧନ) ବିଲ୍ 2022। ଏହା ବ୍ୟତୀତ ସମ୍ବିଧାନ (ଅନୁସୂଚିତ ଜନଜାତି) ଆଦେଶ (ତୃତୀୟ ସଂଶୋଧନ) ବିଲ୍ 2022, ପୁରୁଣା ଅନୁଦାନ ବିଲ୍ (ନିୟମାବଳୀ) 2022 ପରି ବିଲ୍ ମଧ୍ୟ ପ୍ରଚଳନ କରାଯାଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.