ETV Bharat / bharat

Winter Session of Parliament: ଡିସେମ୍ବର 4ରୁ ଆରମ୍ଭ, ରହିବ 19ଟି କାର୍ଯ୍ୟଦିବସ - ସଂସଦ ଅଧିବେଶନ ଖବର

ଡିସେମ୍ବର 4 ତାରିଖରୁ ଆରମ୍ଭ ହେବାକୁ ଯାଉଛି ସଂସଦ ଶୀତ ଅଧିବେଶନ । 19ଟି କାର୍ଯ୍ୟଦିବସ ସହ ବର୍ଷର ଶେଷ ଅଧିବେଶନରେ ଆସିବାକୁ ଯାଉଛି ଏକାଧିକ ଗୁରୁତ୍ବପୂର୍ଣ୍ଣ ବିଲ୍‌ । ଅଧିକ ପଢନ୍ତୁ

Parliament Winter Session: ଆସନ୍ତା 4 ରୁ ଆରମ୍ଭ, ରହିବ 19 ଟି କାର୍ଯ୍ୟଦିବସ

author img

By ETV Bharat Odisha Team

Published : Nov 9, 2023, 9:02 PM IST

ନୂଆଦିଲ୍ଲୀ: ଆସନ୍ତାମାସ (ଡିସେମ୍ବର) 4 ତାରିଖରୁ ଆରମ୍ଭ ହେବ ସଂସଦ ଶୀତକାଳୀନ ଅଧିବେଶନ । ଡିସେମ୍ବର 22 ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ 15 ସିଟିଂ ଓ 19ଟି କାର୍ଯ୍ୟଦିବସ ରହିଛି । ଆଜି ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏକ୍ସରେ ସୂଚନା ଦେଇଛନ୍ତି । ଅମୃତକାଳରେ ବିଭିନ୍ନ ପ୍ରସଙ୍ଗରେ ଫଳପ୍ରଦ ଆଲୋଚନା ହେବା ନେଇ ସେ ଆଶାବାଦୀ ଥିବା ମଧ୍ୟ ଏକ୍ସରେ କହିଛନ୍ତି ।

ତେବେ ଏହି ଅଧିବେଶନରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ବିଲ୍‌ ଆସିବାକୁ ଯାଉଛି । ଏ ଗୁଡିକ ମଧ୍ୟରେ ଗତ ସ୍ବତନ୍ତ୍ର ଅଧିବେଶନରେ ଗୃହରେ ଆଗତ ହୋଇଥିବା IPC, CrPC ଓ ସାକ୍ଷ୍ୟ ଆଇନ ସଂଶୋଧନ ପରି ପ୍ରମୁଖ ବିଲ୍‌ ରହିଛି । ଏହି ବିଲକୁ ଗୃହ ମନ୍ତ୍ରଣାଳୟ ଷ୍ଟାଣ୍ଡିଂ କମିଟି ଅନୁମୋଦନ ଦେଇସାରିଛି । ସେହିପରି ଆଗତ ତାଲିକାରେ ଥିବା ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ବିଲ ହେଉଛି, ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ଆୟୋଗର ଅନ୍ୟ ଆୟୁକ୍ତଙ୍କ ନିଯୁକ୍ତି ପ୍ରକ୍ରିୟା ସମ୍ପର୍କିତ ସଂଶୋଧନ ବିଲ୍‌ । ଏହା ମୌସୁମୀ ଅଧିବେଶନରେ ଗୃହରେ ଆଗତ ହୋଇସାରିଥିବା ବେଳେ ଚଳିତ ଥର ଚର୍ଚ୍ଚା ସହ ପାରିତ ହେବା ନେଇ ପ୍ରକ୍ରିୟା ଆରମ୍ଭ ହେବ ।

ସେପ୍ଟେମ୍ବରରେ ଶେଷ ହୋଇଥିବା 5 ଦିନିଆ ସ୍ବତନ୍ତ୍ର ଅଧିବେଶନରେ କେବଳ ଗୋଟିଏ ମାତ୍ର ବିଲ୍‌ ପାରିତ ହୋଇଥିଲା । ଏହି ଶେସନରେ ନୂତନ ସଂସଦ ଭବନ ପ୍ରବେଶ ସହ ଦେଶର 75 ବର୍ଷର ଯାତ୍ରା ସମ୍ପର୍କରେ ଆଲୋଚନା ହୋଇଥିଲା । ଚର୍ଚ୍ଚିତ ତଥା ଐତିହାସିକ ମହିଳା ସଂରକ୍ଷଣ ବିଲ୍‌ ମଧ୍ୟ ଏହି ଅଧିବେଶନରେ ପାରିତ ହୋଇଥିଲା । ଯାହା ରାଜ୍ୟ ବିଧାନସଭା ଓ ଲୋକସଭା ନିର୍ବାଚନରେ ମହିଳାଙ୍କ ପ୍ରତିନିଧିତ୍ବକୁ 33 ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବାକୁ ନିଶ୍ଚିତ କରିବ । ଏହାକୁ ଏନଡିଏ ସହଯୋଗୀ ଦଳଙ୍କ ସମେତ କଂଗ୍ରେସ ଓ ଅନ୍ୟ କିଛି ବିରୋଧୀ ଦଳ ମଧ୍ୟ ସମର୍ଥନ ଦେଇଥିଲେ । ଅନ୍ୟପଟେ ଏକକ ନିର୍ବାଚନ ପ୍ରସଙ୍ଗ ଓ ଦେଶର ନାମ ‘ଇଣ୍ଡିଆ’ ପରିବର୍ତ୍ତେ ‘ଭାରତ’କୁ ପରିବର୍ତ୍ତନ କରାଯିବା ନେଇ ଜାରି ରହିଥିବା ଚର୍ଚ୍ଚା ଏଥର ଅଧିବେଶନରେ ପ୍ରାୟତଃ ଚର୍ଚ୍ଚାରେ ନାହିଁ ।

ଏହା ମଧ୍ୟ ପଢନ୍ତୁ:- 8 Indians on death row in Qatar: ଆବେଦନ ଦାଖଲ କଲା ଭାରତ

ଅନ୍ୟପଟେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ସଦାଚାର କମିଟି ଆଜି ଗୃହୀତ କରିଥିବା ଡ୍ରାଫ୍ଟ ରିପୋର୍ଟ ମଧ୍ୟ ଏହି ଅଧିବେଶନରେ ଗୃହରେ ଆଗତ ହୋଇପାରେ । ବଡଦିନ (ଡିସେମ୍ବର 25) ପୂର୍ବରୁ ଶେଷ ହେବାକୁ ଥିବା ଏହି 19 ଦିବସୀୟ ଶୀତ ଅଧିବେଶନ ଚଳିତ ବର୍ଷର ଶେଷ ସଂସଦ ଅଧିବେଶନ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.