ETV Bharat / bharat

Parliament Special Session: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୋନିଆ, 9ଟି ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି

author img

By ETV Bharat Odisha Team

Published : Sep 6, 2023, 4:35 PM IST

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୋନିଆ ଗାନ୍ଧୀ । ମୁଦ୍ରାସ୍ଫିତି, ଆଦାନୀ ଓ ଚୀନ ସମେତ 9ଟି ପ୍ରସଙ୍ଗରେ ସ୍ବତନ୍ତ୍ର ଅଧିବେଶନରେ ଆଲୋଚନା ପାଇଁ କଲେ ଦାବି । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୋନିଆ ଗାନ୍ଧୀ, 9ଟି ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି

ନୂଆଦିଲ୍ଲୀ: ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ତଥା ବର୍ତ୍ତମାନ ଦଳର ସଂସଦୀୟ କମିଟି ମୁଖ୍ୟ ସୋନିଆ ଗାନ୍ଧୀ । ସୋନିଆ ଚିଠିରେ 9ଟି ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଦାବି କରିଛନ୍ତି । ଏହା ମଧ୍ୟରେ ଦେଶର ସାମ୍ପ୍ରତିକ ଅର୍ଥନୈତିକ ସ୍ଥିତି, ଆଦାନୀ ଓ ଚୀନ ସମେତ 9ଟି ପ୍ରସଙ୍ଗ ରହିଛି । ସୋନିଆଙ୍କ ବାସଭବନରେ ଗତକାଲି ରାତିରେ ଦଳର ସଂସଦୀୟ କମିଟି ବୈଠକ ବସିଥିଲା । କଂଗ୍ରେସ ସ୍ବତନ୍ତ୍ର ଅଧିବେଶନରେ କ’ଣ ସବୁ ପ୍ରସଙ୍ଗ ଉଠାଇବ, ସେ ନେଇ ଆଲୋଚନା ହୋଇଥିଲା । ଆଜି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ସେହି ସବୁ ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି ସୋନିଆ ଗାନ୍ଧୀ ।

ସୋନିଆ ଚିଠିରେ ଲେଖିଛନ୍ତି,‘‘ସରକାରଙ୍କ ପକ୍ଷରୁ ଏହି 5 ଦିନିଆ ସ୍ବତନ୍ତ୍ର ସଂସଦ ଅଧିବେଶନ ଆହୁତ କରାଯାଇଛି । ଏହା ଆହୁତ କରିବା ପୂର୍ବରୁ କୌଣସି ରାଜନୈତିକ ଦଳ ସହ ଆଲୋଚନା କରାଯାଇନାହିଁ । ଏହି ସ୍ବତନ୍ତ୍ର ଅଧିବେଶନର ଏଜେଣ୍ଡା କ’ଣ ତାହା ବର୍ତ୍ତମାନ ସୁଦ୍ଧା ମଧ୍ୟ ଅସ୍ପଷ୍ଟ ରହିଛି । ତେବେ କେବଳ ସରକାରୀ କାର୍ଯ୍ୟ ବ୍ୟତୀତ ସାଧାରଣ ତଥା ବର୍ତ୍ତମାନର ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ କଂଗ୍ରେସ ଚାହୁଁଛି ।’’

ଆଲୋଚନା ପାଇଁ ସୋନିଆଙ୍କ ଦାବି:-

1. ଦେଶରେ ବର୍ତ୍ତମାନ ଜାରି ରହିଥିବା ଅର୍ଥନୈତିକ ସ୍ଥିତି, ମୁଦ୍ରାସ୍ଫିତି, ବଢୁଥିବା ବେରୋଜଗାରୀ ପ୍ରସଙ୍ଗ ।

2. ଚାଷୀମାନଙ୍କ ସର୍ବନିମ୍ନ ସହାୟକ ମୂଲ୍ୟ (MSP) ଦାବି ଓ ସରକାର ସେମାନଙ୍କୁ ପ୍ରଦାନ କରିଥିବା ପ୍ରତିଶୃତି ।

3. ବହୁଚର୍ଚ୍ଚିତ ଆଦାନୀ ଷ୍ଟକକ୍ରାସ ମାମଲାରେ ଯୁଗ୍ମ ସଂସଦୀୟ କମିଟି ଗଠନ କରି ତଦନ୍ତ ନିର୍ଦ୍ଦେଶ

4. ମଣିପୁରରେ ହିଂସା ଓ ସାମ୍ବିଧାନିକ ସଙ୍କଟ ପ୍ରସଙ୍ଗ ।

5. ହରିୟାଣା ଓ ଅନ୍ୟ କିଛି ରାଜ୍ୟରେ ଦେଖାଯାଇଥିବା ସାମ୍ପ୍ରଦାୟିକ ଉତ୍ତେଜନା ।

6. ଲଦାଖ ଓ ଅରୁଣାଚଳ ପ୍ରଦେଶରେ ଚୀନର ଦାବିଦାରୀ ଓ ବାରମ୍ବାର ଦଖଲ ଉଦ୍ୟମ ।

7. ଏକ ଜରୁରୀ ଜାତିଭିତ୍ତିକ ଜନଗଣନା ।

8. କେନ୍ଦ୍ର-ରାଜ୍ୟ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କରେ ତିକ୍ତତା ।

9. ଏକାଧିକ ରାଜ୍ୟରେ ଦେଖାଯାଇଥିବା ବନ୍ୟା ଓ ମରୁଡିର ପ୍ରଭାବ ।

ଏହା ମଧ୍ୟ ପଢନ୍ତୁ:-ବଦଳିବ ଦେଶର ନାଁ ? ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟସୂଚୀରେ ଲେଖାଗଲା 'ଭାରତ'

18 ତାରିଖରୁ 22 ମଧ୍ୟରେ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ସୁପାରିଶ କ୍ରମେ ଏହି ସ୍ବତନ୍ତ୍ର ଅଧିବେଶନ ଆହୁତ କରିଛନ୍ତି ରାଷ୍ଟ୍ରପତି । ଏହି 5ଦିନ ମଧ୍ୟରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଫଳପ୍ରଦ ଆଲୋଚନା ହେବା ନେଇ ସଂସଦୀୟ ବ୍ୟାପର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିସାରିଥିବା ବେଳେ ଅଧିବେଶନ ଡାକିବାର ଆବଶ୍ୟକତା ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ଏଜେଣ୍ଡା ସରକାର ସ୍ପଷ୍ଟ କରିନାହାନ୍ତି । ଯାହାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଲାଗି ରହିଛି । ଏହାରି ମଧ୍ୟରେ ସରକାରଙ୍କୁ ଘେରିବାକୁ ଏହି ସବୁ ପ୍ରସଙ୍ଗ ପ୍ରସ୍ତୁତ କରିସାରିଛି ମୁଖ୍ୟ ବିରୋଧୀ କଂଗ୍ରେସ । ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଏହି ପ୍ରସଙ୍ଗରେ ବିରୋଧୀ ଗୃହରେ ଆଲୋଚନା ଚାହୁଁଥିବା ଦଳର ବରିଷ୍ଠ ନେତ୍ରୀ ସୋନିଆ ଅବଗତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.