ETV Bharat / bharat

ସଂସଦରେ ସୁରକ୍ଷା ଭଙ୍ଗ ଘଟଣା, ଅଭିଯୁକ୍ତ ମନୋରଞ୍ଜନ ଘରକୁ ସିଲ କଲା ତଦନ୍ତକାରୀ ଟିମ - ମନୋରଞ୍ଜନ ଘରକୁ ସିଲ କଲା ପୋଲିସ

Parliament Security Breach: ସଂସଦରେ ଗ୍ୟାସ ସ୍ପ୍ରେ କରିଥିବା ଅଭିଯୁକ୍ତ ମନୋରଞ୍ଜନ ଘରକୁ ସିଲ କଲା ତନ୍ତକାରୀ ଟିମ ।

Parliament Security Breach
ସଂସଦରେ ସୁରକ୍ଷା ଭଙ୍ଗ ଘଟଣା
author img

By ETV Bharat Odisha Team

Published : Dec 16, 2023, 9:48 AM IST

ବେଙ୍ଗାଲୁରୁ: ସଂସଦର ସୁରକ୍ଷା ଭଙ୍ଗ ଘଟଣାରେ ଜାରି ରହିଛି ତଦନ୍ତ । ମହୀଶୂର ଯାଇ ଅଭିଯୁକ୍ତ ମନୋରଞ୍ଜନ ଡିର ଘରକୁ ସିଲ କଲା ତନ୍ତକାରୀ ଟିମ । ସୁରକ୍ଷାକୁ ଭେଦ କରି ଅଭିଯୁକ୍ତ ସାଗର ଶର୍ମା ଓ ମନୋରଞ୍ଜନ ଡି ସଂସଦ ଭବନ ମଧ୍ୟକୁ ପ୍ରବେଶ କରି ହଳଦିଆ ରଙ୍ଗର ଗ୍ୟାସ ସ୍ପ୍ରେ କରିଥିଲା । ଏହି ଘଟଣାରେ ମନୋରଞ୍ଜନ ସମେତ 5 ଜଣଙ୍କୁ ଗରିଫ କରିଛି ପୋଲିସ । ମନୋରଞ୍ଜନ ଡି ଜଣେ ଇଞ୍ଜିନିୟରିଂ ଛାତ୍ର । ସେ କେବେ କାହାର କ୍ଷତି କରି ନାହିଁ ଓ ସେ ପାଠ ପଢିବାକୁ ଭଲ ପାଏ ବୋଲି ତାଙ୍କ ବାପା କହିଛନ୍ତି । ପଚରାଉଚରା ସମୟରେ ମନୋରଞ୍ଜନଙ୍କ ବାପା ଏପରି କହିଛନ୍ତି ।

କେନ୍ଦ୍ରୀୟ ଗୁଇନ୍ଦା ବିଭାଗର ଅଧିକାରୀ ତଥା ରାଜ୍ୟ ଗୁଇନ୍ଦା ବିଭାଗ ଅଧିକାରୀ ମାନେ ସ୍ଥାନୀୟ ପୋଲିସ ସହ ମନୋରଞ୍ଜନଙ୍କ ମହୀଶୂର ସ୍ଥିତ ଘରକୁ ଯାଇଥିଲେ । ମନୋରଞ୍ଜଙ୍କ ରୁମରେ ସର୍ଚ୍ଚ କରିବା ପରେ ତାଲା ପକାଇ ଦେଇଥିଲେ ଅଧିକାରୀ । ତଦନ୍ତକାରୀ ଦଳ ନକହିବା ପର୍ଯ୍ୟନ୍ତ ରୁମ ନଖୋଲିବାକୁ ମନୋରଞ୍ଜନଙ୍କ ବାପା ମାଆଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପୁଣି ଥରେ ତଦନ୍ତ ପାଇଁ ଏଠାକୁ ଆସିବେ ବୋଲି କହିବା ସହ ମନୋରଞ୍ଜନଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟ ଯାଞ୍ଚ କରୁଛି ଗୁଇନ୍ଦା ବିଭାଗ ।

ଏହା ମଧ୍ୟ ପଢନ୍ତୁ-ସଂସଦରେ ବିଭ୍ରାଟ ଘଟଣା, କେଉଁଠି ଧୂଆଁ କ୍ୟାନ୍‌ ଲୁଚାଇଥିଲେ ଅଭିଯୁକ୍ତ ?

ପଚରାଉଚରା ସମୟରେ ଅଭିଯୁକ୍ତ ବାପା ମାଆ ତଦନ୍ତକାରୀ ଟିମକୁ କହିଥିଲେ, ‘‘ଅଭିଯୁକ୍ତ ସାଗର ଶର୍ମା ଆମ ଘରକୁ ଆସିଥିଲା । ମୋ ପୁଅ ଜଣେ ଇଞ୍ଜିନିୟର ଛାତ୍ର, ସେ ପାଛ ପଢା ପ୍ରତି ତାର ବହୁତ ଆଗ୍ରହ । ସେ ଏପରି କାମ କେମିତି କଲା ତାହା ଆଶ୍ଚର୍ଯ୍ୟର ବିଷୟ । ତେବେ ମହୀଶୂରରୁ ଦିଲ୍ଲୀ ଓ ଅନ୍ୟସ୍ଥାନକୁ ଯିବାକୁ ମନୋରଞ୍ଜନ କେଉଁଠୁ ଟଙ୍କା ଆଣିଲା ସେନେଇ ତଦନ୍ତ କରୁଛି ଗୁଇନ୍ଦା ବିଭାଗ । କୋନୌର ପୋଲିସ ମନୋରଞ୍ଜନଙ୍କ ପୈତୃକ ଗାଁକୁ ଯାଇଥିଲା । ସେଠାକାର ଲୋକେ କହିଥିଲେ ଯେ, ଅଭିଯୁକ୍ତର ବାପା ଦେବରାଜ ଗୌଡଙ୍କ ଏକଏକର ଜମି ରହିଛି । ତାଙ୍କ ପିଲାଙ୍କର ପାଠ ପଢା ପାଇଁ ସେ 25 ବର୍ଷ ହେବ ସେ ଗାଁ ଛାଡି ମହୀଶୂରରେ ରହୁଛନ୍ତି । ମନୋରଞ୍ଜନଙ୍କୁ ସେଠାକାର ଲୋକେ କେବେ ଦେଖିନଥିବା କହିଥିଲେ ।

ଅନ୍ୟପଟେ ସଂସଦରେ ସୁରକ୍ଷା ଭଙ୍ଗ ଘଟଣାର ମାଷ୍ଟରମାଇଣ୍ଡ ଲଳିତ ଝାକୁ 7 ଦିନ ପାଇଁ ରିମାଣ୍ଡରେ ନେଇଛି ଦିଲ୍ଲୀ ପୋଲିସ । ଲଳିତକୁ ଗିରଫ ପରେ ଶୁକ୍ରବାର ଦିଲ୍ଲୀ କୋର୍ଟରେ ହାଜର କରାଯାଇଥିଲା । ପୋଲିସ ତାକୁ 14 ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା । ସ୍ପେଶାଲ ଜଜ୍ ହରଦୀପ କୌର ମାମଲାର ଶୁଣାଣି କରି, ଲତିକକୁ ସାତ ଦିନ ପାଇଁ ପୋଲିସ ରିମାଣ୍ଡରେ ପଠାଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.