ETV Bharat / bharat

Parliament Monsoon Session: ସଂସଦରେ ମଣିପୁର ଝଡ, ରାଜ୍ୟସଭାରୁ ଆପ୍ ସାଂସଦ ସଞ୍ଜୟ ସିଂହ ସସପେଣ୍ଡ - ସଂସଦର ମୌସୁମୀ ଅଧିବେଶନ

ମଣିପୁର ହିଂସାକୁ ନେଇ କମ୍ପୁଛି ସଂସଦ । ସଂସଦର ମୌସୁମୀ ଅଧିବେଶନରେ ମଣିପୁର ହିଂସାକୁ ନେଇ ବିରୋଧୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ

MP Sanjay Singh suspended from Rajya Sabha
ରାଜ୍ୟସଭାରୁ ଆପ୍ ସାଂସଦ ସଞ୍ଜୟ ସିଂହ ସସପେଣ୍ଡ
author img

By

Published : Jul 24, 2023, 1:24 PM IST

ନୂଆଦିଲ୍ଲୀ: ସଂସଦରେ ମଣିପୁର ତାତିକୁ ନେଇ କମ୍ପନ । ଆଜି ବି ଗୃହରେ ଆରମ୍ଭରୁ ଅଚଳାବସ୍ଥା ଜାରି ରହିଛି । ମଣିପୁର ହିଂସାକୁ ନେଇ ଗୃହରେ ପ୍ରଧାନମନ୍ତ୍ରୀଙ୍କୁ ବିବୃତ୍ତି ରଖିବାକୁ ଦାବି କରିଥିଲେ ବିରୋଧୀ । ମଣିପୁର ପ୍ରସଙ୍ଗରେ ବିରୋଧ ପ୍ରଦର୍ଶନ ବେଳେ ରାଜ୍ୟସଭାରୁ ଆପ ସାଂସଦ ସଞ୍ଜୟ ସିଂହଙ୍କୁ ସସ୍‌ପେଣ୍ଡ କରାଯାଇଛି । ସଞ୍ଜୟ ସିଂହଙ୍କୁ ବଳକା କାର୍ଯ୍ୟଦିବସରୁ ସସ୍‌ପେଣ୍ଡ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର ।

  • Rajya Sabha Chairman suspends AAP MP Sanjay Singh for the remaining duration of the Monsoon session during the Opposition's protest in the House over the Manipur issue pic.twitter.com/RnZ6qiFuql

    — ANI (@ANI) July 24, 2023 " class="align-text-top noRightClick twitterSection" data=" ">

ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ ବି ଗୃହ ଚଳାଇବା ମୁସ୍କିଲ ହୋଇଥିଲା । ଉଭୟ ସଦନରେ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ସ୍ବାଭାବିକ ହୋଇପାରୁନାହିଁ । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର ଗୃହରେ ଶାନ୍ତି ବଜାୟ ରଖିବାକୁ ବାରମ୍ବାର ଗୁହାରି କରିଥିଲେ ସୁଦ୍ଧା କର୍ଣ୍ଣାପାତ କରିଥିଲେ ବିରୋଧୀ । ଫଳରେ ଅପରାହ୍ନ 2ଟା ଯାଏଁ ରାଜ୍ୟସଭାକୁ ମୁଲତବୀ ଘୋଷଣା ହୋଇଛି । ମଣିପୁର ହିଂସା ପରିସ୍ଥିତି ଓ ବିପର୍ଯ୍ଯସ୍ତ ଆଇନ ଶୃଙ୍ଗଳା ପରିସ୍ଥିତିକୁ ନେଇ ବିରୋଧୀ ହଙ୍ଗାମା କରି ଆସୁଛନ୍ତି । ରାଜ୍ୟସଭାରୁ ଆପ ସାଂସଦ ସଞ୍ଜୟ ସିଂହଙ୍କୁ ସସ୍‌ପେଣ୍ଡ ପରେ ବିରୋଧୀ ଦଳ ସାଂସଦ ବୈଠକ କରିଛନ୍ତି ।

  • #WATCH | On AAP MP Sanjay Singh's suspension for the remaining duration of the Monsoon session, Delhi Minister and AAP leader Saurabh Bhardwaj says, "If Sanjay Singh is suspended for raising his voice for the truth, then we will not be upset. Our legal team will look into this… pic.twitter.com/r4JNiieyBr

    — ANI (@ANI) July 24, 2023 " class="align-text-top noRightClick twitterSection" data="\ ">\

ରାଜ୍ୟସଭାରୁ ଆପ ସାଂସଦ ସଞ୍ଜୟ ସିଂହଙ୍କୁ ସସ୍‌ପେଣ୍ଡକୁ ନେଇ ଦିଲ୍ଲୀ ମନ୍ତ୍ରୀ ତଥା ଆପ ନେତା ସୌରଭ ଭାରଦ୍ବାଜ କହିଛନ୍ତି, "ଯଦି ସଞ୍ଜୟ ସିଂହ ସତ୍ୟ ପାଇଁ ସ୍ବର ଉଠାଇ ବହିଷ୍କାର ହୋଇଛନ୍ତି ତେବେ ଆମର କୌଣସି ଦୁଃଖ ନାହିଁ । ଏନେଇ କଣ କରାଯିବ ଦେଖାଯିବ କିନ୍ତୁ ଏହା ଦୁର୍ଭାଗ୍ୟଜନକ ।"

  • #WATCH | Opposition wanted a discussion on Manipur and the government agreed to it. Now, what is their problem if the issue (atrocities against women) is discussed in totality?: Union Minister Arjun Ram Meghwal in Parliament pic.twitter.com/nDypVrZ19t

ବିରୋଧୀଙ୍କ ହଙ୍ଗାମା ନେଇ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାନ କହିଛନ୍ତି,"ମଣିପୁର ସମସ୍ୟାକୁ ନେଇ ବିରୋଧୀ ଚାହୁଁଥିବା ଆଲୋଚନା ନେଇ ସରକାର ରାଜି । ଏବେ ବିରେଧୀ କହୁଛନ୍ତି ପ୍ରଧାନମନ୍ତ୍ରୀ ଗୃହକୁ ଆସନ୍ତୁ । ମଣିପୁର ହିଂସାକୁ ନେଇ ଚର୍ଚ୍ଚା ତ ହେବ ମାତ୍ର ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ଆଲୋଚନା ଉଫରେ ତାଙ୍କର କଣ ଅସୁବିଧା ।"

ଏହା ବି ପଢନ୍ତୁ...Parliament Monsoon Session: ସଂସଦରେ ମଣିପୁର ତାତି, ସୋମବାର ଯାଏଁ ଲୋକସଭା ମୁଲତବୀ

ସେପଟେ ରାଜସ୍ଥାନ ବିଜେପି ସାଂସଦ ଓ ବରିଷ୍ଠ ନେତା ସଂସଦ ପରିସରରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ତଳେ ପ୍ରତିବାଦ କରିଛନ୍ତି । ରାଜ୍ୟରେ ଅପରାଧ ବିଶେଷ କରି ଦଳିତଙ୍କ ଉପରେ ଅତ୍ୟାଚାର ଓ ମହିଳାଙ୍କ ପ୍ରତି ହେଉଥିବା ଅପରାଧ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାଜଧାନୀରେ ସରକାରଙ୍କ ଉପରେ ବର୍ଷିଛନ୍ତି । ଜୁଲାଇ 20 ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ପ୍ରଥମ ଦିନରୁ ବିରୋଧୀ ମୁଖ୍ୟ ମୁଦ୍ଦା କରିଥିବା ମଣିପୁର ହିଂସାକୁ ଗୃହରେ ବିରୋଧ ପ୍ରଦର୍ଶନ କରି ଆସୁଛନ୍ତି ଫଳରେ ବାରମ୍ବାର ଗୃହକୁ ମୁଲତବୀ ଘୋଷଣା କରିବାକୁ ପଡୁଛି । ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଗୃହରେ କୌଣସି ଫଳପ୍ରଦ ଆଲୋଚନା ବି ହୋଇପାରୁନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.