ETV Bharat / bharat

Parliament Monsoon Session: ଆସନ୍ତାକାଲି ଯାଏଁ ସଂସଦର ଉଭୟ ସଦନ ମୁଲତବୀ, ମଣିପୁର ମାମଲାରେ କମ୍ପିଲା ପାର୍ଲିଆମେଣ୍ଟ

ସଂସଦରେ ବିରୋଧୀଙ୍କ ଏହି କଠୋର ଆଭିମୁଖ୍ୟ ଦେଖି ରାଜ୍ୟସଭା ନେତା ତଥା କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ବିରୋଧୀଙ୍କୁ କଡା ସମାଲୋଚନା କରିଛନ୍ତି । ପିୟୁଷ କହିଛନ୍ତି, ‘‘ସଂସଦରେ ବିରୋଧୀଙ୍କ ଆଚରଣ ଓ ଉଚ୍ଚାରଣ ଦେଖି ଲାଗୁଛି, ବିରୋଧୀ ସଂସଦ ଚଳାଇବାକୁ ଚାହୁଁନାହାଁନ୍ତି । ଯେତେବେଳେ ସରକାର ମଣିପୁର ସମେତ ବିରୋଧୀ ଆଣିଥିବା ସମସ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ।" ଅଧିକ ପଢନ୍ତୁ

author img

By

Published : Jul 20, 2023, 4:41 PM IST

ଆସନ୍ତାକାଲି ଯାଏଁ ସଂସଦର ଉଭୟ ସଦନ ମୁଲତବୀ
ଆସନ୍ତା ଆସନ୍ତାକାଲି ଯାଏଁ ସଂସଦର ଉଭୟ ସଦନ ମୁଲତବୀକାଲି ଯାଏଁ ସଂସଦର ଉଭୟ ସଦନ ମୁଲତବୀ

ନୂଆଦିଲ୍ଲୀ: ସଂସଦର ଉଭୟ ସଦନ (ଲୋକସଭା, ରାଜ୍ୟସଭା) ଆସନ୍ତାକାଲି (ଶୁକ୍ରବାର) ପୂର୍ବାହ୍ନ 11ଟା ପର୍ଯ୍ୟନ୍ତ ମୁଲତବୀ । ମଣିପୁର ଭାଇରାଲ ଭିଡିଓ ଘଟଣାକୁ ନେଇ ପ୍ରାରମ୍ଭରୁ ସଂସଦ ସରଗରମ ହୋଇଥିଲା । ଉଭୟ ସଦନରେ ହଟ୍ଟଗୋଳ ହଙ୍ଗାମା ଜାରି ରହି ରହିଥିଲା । ଫଳରେ ପ୍ରଥମେ ଅପରାହ୍ନ 2 ଟା ପରେ ଆସନ୍ତାକାଲି ପୂର୍ହାହ୍ନ ଯାଏଁ ଉଭୟ ସଦନ ମୁଲତବୀ ହୋଇଛି । ଆଜି ଠାରୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ଆସନ୍ତା ଅଗଷ୍ଟ 11 ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ଏହି 23 ଦିବସୀୟ ଅଧିବେଶନରେ କେନ୍ଦ୍ର ସରକାର 31 ଟି ବିଲ ଆଣିବାକୁ ଯାଉଛନ୍ତି ।

ଦେଶର ପଶ୍ଚିମପ୍ରାନ୍ତରେ ପ୍ରକୃତିର ତାଣ୍ଡବ ଚାଲିଛି । ବନ୍ୟା, ସହ ଭୂସ୍ଖଳନରେ ତ୍ରାହି ତ୍ରାହି ଡାକୁଛି ପୁରା ପଶ୍ଚିମ ଭାରତ । ଉତ୍ତର ପୂର୍ବ ରାଜ୍ୟ ମଣିପୁରରେ ସୃଷ୍ଟି ହୋଇଥିବା ହିଂସା ଏଯାଏଁ ଥମିନାହିଁ । ଦେଶରେ ଦରଦାମ ବଢିବାରେ ଲାଗିଛି । ବିଭିନ୍ନ ପ୍ରସଙ୍ଗକୁ ନେଇ ବିଭିନ୍ନ ରାଜ୍ୟରେ ଜନଅସନ୍ତୋଷ ବଢିବାରେ ଲାଗିଛି। ବର୍ଷା ଋତୁ ପରେ ପରେ ଦେଶର ହିନ୍ଦୀହାର୍ଟ ଲ୍ୟାଣ୍ଡ ରାଜ୍ୟରେ ବିଧାନସଭା ବିଗୁଲ ବାଜିବାକୁ ଯାଉଛି । ଏହାସହ ଆସନ୍ତା ବର୍ଷ ପ୍ରାରମ୍ଭରେ ଦେଶର ସାଧାରଣ ନିର୍ବାଚନ ହେବ । ଏତତ ବ୍ୟତୀତ ଆସନ୍ତା ସେପ୍ଟେମ୍ବର ମାସରେ ଦେଶ ଜି-20 ନେତୃତ୍ବର ବଡ ସମ୍ମିଳନୀ ଆୟୋଜିତ କରିବ । ଅନେକ ରାଷ୍ଟ୍ରମୁଖ୍ୟ ଭାରତ ଗସ୍ତରେ ଆସିବେ । ଏହି ସମସ୍ତ ସ୍ଥିତି ମଧ୍ୟରେ ଆଜି ଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି ।

  • #WATCH | On Manipur situation, Congress MP Shashi Tharoor says, "Deeply concerned about the fact that the PM was silent for so long. None of us could understand it. We are very glad that he broke his silence, now we would like him to approach the issue in Parliament to discuss… pic.twitter.com/OrRKUYQlCq

    — ANI (@ANI) July 20, 2023 ." class="align-text-top noRightClick twitterSection" data=" ."> .

ଏହାବି ପଢନ୍ତୁ- Monsoon Session of Parliament: ଆଜିଠୁ ମୌସୁମୀ ଅଧିବେଶନ, ଦିଲ୍ଲୀ ଅଧ୍ୟାଦେଶ ଉପରେ ନଜର

ଆଜି ସଂସଦ ଅଧିବେଶନ ଆରମ୍ଭ ହେଉ ହେଉ ଉଭୟ ସଦନରେ ବିରୋଧୀ ଦଳ ଗୁଡିକ ମଣିପୁର ହିଂସା ଓ ଗତକାଲି ଭାଇରାଲ ହୋଇଥିବା ଭିଡିଓକୁ ନେଇ ସରକାରଙ୍କ ଉପରେ ଭାରି ପଡିଥିଲେ । ସମସ୍ତ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ବାତିଲ କରି ମଣିପୁର ପ୍ରସଙ୍ଗରେ ସ୍ବତନ୍ତ୍ର ଆଲୋଚନା କରିବା ପାଇଁ ଦାବି କରିଥିଲେ । ସଂସଦର ଉଭୟ ସଦନରେ ବିରୋଧୀ ସାଂସଦ ମାନେ ହଟ୍ଟଗୋଳ ହଙ୍ଗାମା କରିଥିଲେ । ବାଚସ୍ପତି ଓ ରାଜ୍ୟସଭା ଅଧ୍ୟକ୍ଷଙ୍କ ବାରମ୍ବାର ଅନୁରୋଧ ସତ୍ବେ ଲୋକସଭା କି ରାଜ୍ୟସଭା ସ୍ବାଭାବିକ ହୋଇନଥିଲା । ରାଜ୍ୟସଭା ବାରମ୍ବାର ମୁଲତବୀ ହୋଇଥିଲା । ଲୋକସଭାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ଆଜି ସଂସଦ କାର୍ଯ୍ୟବାହୀ ଆରମ୍ଭ ହେବାମାତ୍ରେ ମଣିପୁର ହିଂସା ଓ ଭାଇରାଲ ଭିଡିଓକୁ ନେଇ ବିରୋଧୀ ହଙ୍ଗାମା ଆରମ୍ଭ କରିଥିଲେ । ହଙ୍ଗାମା ମଧ୍ୟରେ ପ୍ରଥମେ ମଧ୍ୟାହ 12 ଟା ପରେ ଅପରାହ୍ନ 2 ଟା ଶେଷରେ ଆସନ୍ତାକାଲି ଯାଏଁ ମୁଲତବୀ ରଖିଛନ୍ତି ଗୃହର ଅଧ୍ୟକ୍ଷ ।

  • #WATCH | Leader of the House in Rajya Sabha, Piyush Goyal says, "...After seeing the Opposition's attitude it becomes clear that they have made up their mind to not let the Parliament function...Even when Govt made it clear that we are ready to discuss the Manipur incidents,… pic.twitter.com/700J7Mndsl

    — ANI (@ANI) July 20, 2023 " class="align-text-top noRightClick twitterSection" data=" ">

ସଂସଦରେ ବିରୋଧୀଙ୍କ ଏହି କଠୋର ଆଭିମୁଖ୍ୟ ଦେଖି ରାଜ୍ୟସଭା ନେତା ତଥା କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ବିରୋଧୀଙ୍କୁ କଡା ସମାଲୋଚନା କରିଛନ୍ତି । ପିୟୁଷ କହିଛନ୍ତିୱ ‘‘ସଂସଦରେ ବିରୋଧୀଙ୍କ ଆଚରଣ ଓ ଉଚ୍ଚାରଣ ଦେଖି ଲାଗୁଛି, ବିରୋଧୀ ସଂସଦ ଚଳାଇବାକୁ ଚାହୁଁନାହାଁନ୍ତି । ଯେତେବେଳେ ସରକାର ମଣିପୁର ସମେତ ବିରୋଧୀ ଆଣିଥିବା ସମସ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି, ବିରୋଧୀ କିନ୍ତୁ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ରାଜନୀତି କରୁଛନ୍ତି ।’’

ସଂସଦ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦ ବାହାରେ ମଣିପୁର ପ୍ରସଙ୍ଗକୁ ନେଇ ମୁହଁ ଖୋଲିଥିଲେ । କହିଥିଲେ, ‘‘ମୁଁ ବହୁତ ଦୁଃଖିତ । ମୋ ହୃଦୟ ପୀଡା ଓ କ୍ରୋଧରେ ଭରି ରହିଛି । ମଣିପୁରରେ ଘଟିଥିବା ଘଟଣା ସଭ୍ୟ ସମାଜ ପାଇଁ ନିନ୍ଦନୀୟ । ଏହି ଘଟଣା ମୋତେ ଚକିତ କରିଛି । ମଣିପୁର ମାଟି ଝିଅ ସହ ଘଟିଥିବା ଘଟଣାରେ ଦୋଷୀକୁ କେବେ କ୍ଷମା ଦିଆଯିବ ନାହିଁ । ମଣିପୁର ମୁଖ୍ୟମନ୍ତ୍ରୀଙ୍କୁ ମୁଁ ଅନୁରୋଧ କରୁଛି ସେ ରାଜ୍ୟରେ ଆଇନ ଶୃଙ୍ଖଳାକୁ ଆହୁରି ସୁଦୃଢ କରନ୍ତୁ । ବିଶେଷ କରି ମହିଳାଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ବ ଦିଅନ୍ତୁ । ରାଜସ୍ଥାନ ହେଉ ବା ଛତିଶଗଡ ବା ମଣିପୁର ଦେଶରେ ଯେଉଁଠି ଏପରି ଘଟଣା ଘଟୁଛି ସେଠି ଦୋଷୀକୁ କେବେ ଛଡା ଯିବନାହିଁ ।’’

ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ପରେ ପରେ କଂଗ୍ରେସ ସାଂସଦ ଶଶୀ ଥରରୁ କହିଛନ୍ତି ମଣିପୁର ଘଟଣାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ନୀରବତା ଚିନ୍ତା ଜନକ ଥିଲା । ଆଜି ପ୍ରଧାନମନ୍ତ୍ରୀ ନିରବତା ଭାଙ୍ଗିଛନ୍ତି । ଆମେ ଚାହୁଁ ସଂସଦରେ ମଧ୍ୟ ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗକୁ ନେଇ ମୁହଁ ଖୋଲନ୍ତୁ ।

ଆଜି ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ପରେ ଜାତୀୟ ସଂଗୀତ ଗାନ ପରେ ପରେ ଶୋକ ପ୍ରସ୍ତାବ ଆସିଥିଲା । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିରୋମଣୀ ଅକାଳୀ ଦଳର ପ୍ରତିଷ୍ଠାତା ପ୍ରକାଶ ସିଂ ବାଦଲଙ୍କ ସମେତ ଏକାଧିକ ଦିଂବଗତ ସାଂସଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା ।

ସୂଚନାଯୋଗ୍ୟଯେ ସଂସଦର ମୌସୁମୀ ଅଧିବେଶନରେ କେନ୍ଦ୍ର ସରକାର 31 ଟି ବିଲ ଆଣିବାକୁ ଯାଉଛନ୍ତି । ଆସିବାକୁ ଥିବା ବିଲ ମଧ୍ୟରେ ରହିଛି ଗଭରମେଣ୍ଟ ଅଫ ନ୍ୟାସନାଲ କ୍ୟାପିଟାଲ ଟେରିଟୋରୀ ଅଫ ଦିଲ୍ଲୀ(ଆମେଣ୍ଡମେଣ୍ଡ) ବିଲ 2023, ଦ ସିନେମାଟୋଗ୍ରାଫି (ଆମେଣ୍ଡମେଣ୍ଡ) ଆକ୍ଟ 2019, ଡିଏନଏ ଟେକ୍ନୋଲୋଜୀ ଆକ୍ଟ( ୟୁଜ ଆଣ୍ଡ ଆପ୍ଲିକେଶନ) ରେଗୁଲେସନ ବିଲ 2019, ଦ ମେଡିଏସନ ବିଲ2023, ଦ ବାୟୋଲୋଜିକାଲ ଡାଇଭର୍ସିଟି (ଆମେଣ୍ଡମେଣ୍ଡ) ବିଲ 2023, ଦ ମଲ୍ଟି ଷ୍ଟେଟ କୋ- ଅପେରେଟିଭ ସୋସାଇଟି (ଆମେଣ୍ଡମେଣ୍ଡ) ବିଲ 2022, ଦ ଜନ ବିଶ୍ବାସ (ଆମେଣ୍ଡମେଣ୍ଡ ଅଫ ପ୍ରୋଭିଜନ) ବିଲ 2023, ଦ ଫରେଷ୍ଟ (କନଜରଭେସନ) (ଆମେଣ୍ଡମେଣ୍ଡ) ବିଲ 2023, ଦ କନଷ୍ଟିଚ୍ୟୁସନ (ସିଡୁଲଟ୍ରାଇଭ) ଥାର୍ଡ (ଆମେଣ୍ଡମେଣ୍ଡ) ବିଲ 2022( ଫର ହିମାଚଳ ପ୍ରଦେଶ), ଦ ପୋଷ୍ଟାଲ ସର୍ଭିସ ବିଲ 2023, ଦ ନ୍ୟାସନାଲ କୋ-ଅପରେଟିଭ ୟୁନିଭର୍ସିଟି ବିଲ 2023, ଦ ଡିଜିଟାଲ ଡାଟା ପ୍ରୋଟେକସନ ବିଲ 2023, ଦ ପ୍ରୋଭିଜନାଲ କଲେକ୍ସସନ ଅଫ ଟାକ୍ସ ବିଲ 2023, ଦ ନ୍ୟାସନାଲ ଡେଣ୍ଟାଲ କମିଶନ ବିଲ 2023, ଦ ଡ୍ରଗ୍ସ ମେଡିକାଲ, ଡେଭାଇସ ଆଣ୍ଡ କସମେଟିକ୍ସ ବିଲ 2023, ଦ ଜମ୍ମୁ କାଶ୍ମୀର ରିଜର୍ଭଭେସନ (ଆମେଣ୍ଡମେଣ୍ଡ) ବିଲ 2023 ସମେତ ମୋଟ 31 ଟି ବିଲ କେନ୍ଦ୍ର ସରକାର ସଂସଦରେ ଆଗତ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.