ETV Bharat / bharat

ତେଲ Taxରୁ କେତେ ମିଳିଛି ରାଜସ୍ବ ? ସରକାର ରଖିଲେ ଉତ୍ତର - parliament

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ସଂସଦରେ କେନ୍ଦ୍ର ସରକାରଙ୍କୁ ଘେରିବାକୁ ପ୍ରୟାସ କରିଛନ୍ତି ବିରୋଧୀ । ଆଉ ଏହାରି ମଧ୍ୟରେ ପେଟ୍ରୋଲ, ଡିଜେଲ ଓ ସିଏନଜି ଜରିଆରେ ଆସୁଥିବା ରାଜସ୍ବ ବାବଦରେ ଉତ୍ତର ରଖିଛନ୍ତି ସରକାର । ଅଧିକ ପଢନ୍ତୁ...

ତେଲ କରରୁ କେତେ ମିଳିଛି ରାଜସ୍ବ ? ସରକାର ରଖିଲେ ଉତ୍ତର

author img

By

Published : Jul 19, 2021, 10:16 PM IST

ନୂଆଦିଲ୍ଲୀ: ଜୋରଦାର ହଙ୍ଗାମା ମଧ୍ୟରେ ଆରମ୍ଭ ହୋଇଯାଇଛି ସଂସଦର ମୌସୁମୀ ଅଧିବେଶନ । ଅଧିବେଶନରେ ଝଡ ସୃଷ୍ଟି ପୂର୍ବରୁ ଅନୁଭୂତ ହୋଇଛି ତୈଳ ତାତି । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିବାକୁ ପ୍ରୟାସ କରିଛନ୍ତି ବିରୋଧୀ । ଆଉ ଏହାରି ମଧ୍ୟରେ ପେଟ୍ରୋଲ, ଡିଜେଲ ଓ ସିଏନଜି ଜରିଆରେ ଆସୁଥିବା ରାଜସ୍ବ ବାବଦରେ ଉତ୍ତର ରଖିଛନ୍ତି ସରକାର ।

ପେଟ୍ରୋଲ, ଡିଜେଲ ଓ ପ୍ରାକୃତିକ ଗ୍ୟାସର ଉତ୍ପାଦ ଶୁଳ୍କ(Excise Duty)ରୁ ଆସୁଥିବା ଅର୍ଥ ୨୦୧୩-୧୪ରେ ୫୩,୦୯୦ କୋଟି ରହିଥିବାବେଳେ ୨୦୨୦-୨୧ରେ ଏହା ବୃଦ୍ଧି ପାଇ ୨,୯୫,୨୦୧କୋଟି ହୋଇଛି । ସେହିପରି ୨୦୧୩-୧୪ରେ ତୈଳ ଓ ପ୍ରାକୃତିକ ଗ୍ୟାସରୁ ମୋଟ ରାଜସ୍ବ 12,35,870 ଥିଲା, ଯାହା ଏବେ ବୃଦ୍ଧି ପାଇ 24,23,020 କୋଟି ଟଙ୍କା ହୋଇଥିବା ସରକାର ସୂଚନା ଦେଇଛନ୍ତି ।

ଦେଶରେ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି ତୈଳଦର । ଯାହାର ସିଧାସଳଖ ବୋଝ ଖାଉଟିଙ୍କ ଉପରେ ପଡୁଛି । ଅଧିକାଂଶ ସ୍ଥାନପରେ ଶତକ ପାର କରିସାରିଛି ପେଟ୍ରୋଲ । ଏହାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଆସୁଛନ୍ତି ବିରୋଧୀ ।

ସେପଟେ ଆକାଶ ଛୁଆଁ ପେଟ୍ରୋଲ ଓ ଡିଜେଲକୁ ଜିଏସଟି ଅଧୀନରେ ଆଣିବାର ବିଚାରକୁ ନେଇ କରାଯାଇଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ସରକାର ।

ରାଷ୍ଟ୍ର ଅର୍ଥମନ୍ତ୍ରୀ ପଙ୍କଜ ଚୌଧୁରୀ ସଂସଦରେ କହିଛନ୍ତି ଯେ ଜିଏସଟିରେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ଅନ୍ତର୍ଭୁକ୍ତ ହେବାପାଇଁ ଜିଏସଟି ପରିଷଦର ସୁପାରିଶ ଆବଶ୍ୟକ । ଏପର୍ଯ୍ୟନ୍ତ ଜିଏସଟି ପରିଷଦ, ଯେଉଁଥିରେ ରାଜ୍ୟଗୁଡିକ ମଧ୍ୟ ପ୍ରତିନିଧିତ୍ବ କରୁଛନ୍ତି, ଏହି ଜିନିଷଗୁଡ଼ିକୁ ଏହା ଅଧୀନରେ ଆଣିବା ପାଇଁ କୌଣସି ସୁପାରିଶ କରିନାହାଁନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.