ETV Bharat / bharat

ଶେଷ ହେଲା ସପ୍ତଦଶ ଲୋକସଭାର ବଜେଟ ଅଧିବେଶନ, ଉଭୟ ସଦନ ମୁଲତବୀ

author img

By

Published : Apr 7, 2022, 12:47 PM IST

Updated : Apr 8, 2022, 6:36 AM IST

ସଂସଦରେ ଚାଲିଥିବା ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନକୁ ଧାର୍ଯ୍ୟ ସମୟ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଅଧିକ ପଢନ୍ତୁ

ଧାର୍ଯ୍ୟ ସମୟ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଗୃହ କାର୍ଯ୍ୟ

ନୂଆଦିଲ୍ଲୀ: ସଂସଦରେ ଉଠିଲା କାଶ୍ମୀର ପଣ୍ଡିତଙ୍କ ମୁଦ୍ଦା । ରାତି ପାହିଲେ ଶେଷ ହୋଇଥାନ୍ତି ଅଧିବେଶନ ମାତ୍ର ନିର୍ଦ୍ଧାରିତ ସମୟର ଗୋଟିଏ ଦିନ ପୂର୍ବରୁ ଗୃହ କାର୍ଯ୍ୟ ସ୍ଥଗିତ କରାଯାଇଛି । ଚାଲିଥିବା ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନକୁ ଆଜି ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇଛି । ଆଜି ୧୮ ଦିନରେ ପହଞ୍ଚିଥିଲା ଅଧିବେଶନ । ମାତ୍ର ଉଭୟ ଗୃହ କାର୍ଯ୍ୟକୁ ଧାର୍ଯ୍ୟ ସମୟ ପୂର୍ବରୁ ସ୍ଥଗିତ ରଖାଯାଇଛି । ଲୋକସଭା 129 ପ୍ରତିଶତ ଓ ରାଜ୍ୟସଭା 99.8 ପ୍ରତିଶତ ଫଳପ୍ରଦ ହୋଇଛି । ଲୋକସଭାରେ ଅର୍ଥ ବିଧେୟକ ସମେତ 12ଟି ବିଲ ଓ ରାଜ୍ୟସଭାରେ 11 ବିଧେୟକ ବିଲ ପାରିତ ହୋଇଛି ।

ରାଜ୍ୟସଭାରେ କାଶ୍ମୀର ପଣ୍ଡିତଙ୍କ ମୁଦ୍ଦା ଉଠିଥିଲା । ବିଜେପି ନେତା ସୁଶୀଳ ମୋଦି କହିଛନ୍ତି ୩୨ ବର୍ଷ ହେବ କାଶ୍ମୀର ପଣ୍ଡିତଙ୍କୁ ନ୍ୟାୟ ମିଳିନାହିଁ । ସୁପ୍ରିମକୋର୍ଟର ଅବସରପ୍ରାପ୍ତ ଜଜଙ୍କ ଅଧକ୍ଷତାରେ ଏସଆଇଟି ଗଠନ କରିବାକୁ ଦାବି କରିଥିଲେ । ସିବିଆଇ ଓ ଏଏନଆଇଙ୍କୁ ତଦନ୍ତରେ ସାମିଲ କରିବାକୁ ଦାବି କରିଥିଲେ ସୁଶୀଳ ମୋଦି ।

ସେପଟେ ବିରୋଧୀ ଇନ୍ଧନ ବୃଦ୍ଧିକୁ ନେଇ ହୋହଲ୍ଲା କରିଥିଲେ । ଯେଉଁଭଳି ଭାବରେ ପେଟ୍ରାଲ ଡିଜେଲ ଓ ଗ୍ୟାସ ଦର ବଢୁଛି ତାକୁ ନିୟନ୍ତ୍ରଣ କରାଯାଉ ବୋଲି କହିଥିଲେ ଟିଏମସି ସାଂସଦ । ସଂସଦ ଚାଲିଛି ମାତ୍ର ଏ ବିଷୟରେ କେହି ଆଲୋଚନା କରୁନାହାନ୍ତି । ୧୬ ଦିନରେ ୧୪ ଥର ବଢିଲାଣି ଦର । ଏହି ଦର ଭାରତକୁ ଏକ ନମ୍ବର ସ୍ଥାନରେ ରଖିବା ବୋଲି କହି ବର୍ଷିଥିଲେ ଟିଏମସି ସାଂସଦ ।

କୋଭିଡ କଟକଣା ମଧ୍ୟରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ପରେ ମାର୍ଚ୍ଚ ୧୪ରୁ ଦ୍ବିତୀୟ ପର୍ଯ୍ୟାୟ ଅନୁଷ୍ଠିତ ହୋଇଥିଲା । ଏପ୍ରିଲ ୮ ଆର୍ଥାତ ଆସନ୍ତାକାଲି ଯାଏଁ ଅଧିବେଶନ ଚାଲିବା ନେଇ ସମୟ ଧାର୍ଯ୍ୟ ହୋଇଥିଲା । ଏହି ପର୍ଯ୍ୟାୟରେ ୧୯ଟି କାର୍ଯ୍ୟ ଦିବସ ରହିଥିଲା । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ଲାଗି ଲୋକସଭାରେ ବଜେଟ ଉପସ୍ଥାପନ କରିଥିଲେ । ଅନେକ ବିଲ ମଧ୍ୟ ପାରିତ ହୋଇଛି । ମାତ୍ର ଆଜି ଧାର୍ଯ୍ୟ ସମୟ ପୂର୍ବରୁ ଗୃହ କାର୍ଯ୍ୟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇଛି ।

ପ୍ରକାଶ ଥାଉ କି ଜାନୁଆରୀ ୨୯ରୁ ଫେବୃଆରୀ ୧୧ ଯାଏଁ ଭଭୟ ଗୃହରେ ଅଲଗା ଅଲଗା ସିଫ୍ଟରେ ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ହୋଇଥିଲା । ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ବେଜେଟ ଉପସ୍ଥାପନ କରିଥିଲେ । ଏଥିରେ ୧୦ଟି କାର୍ଯ୍ୟ ଦିବସ ରହିଥିଲା ।

@ANI

Last Updated : Apr 8, 2022, 6:36 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.