ETV Bharat / bharat

PM Modi on president address: କୋରୋନା ପ୍ରଥମ ଲହରରେ ପ୍ରବାସୀ ଶ୍ରମିକଙ୍କ ସଙ୍କଟ ବଢାଇଥିଲା କଂଗ୍ରେସ - ଉତ୍ତର ରଖିଲେ ପ୍ରଧାନମନ୍ତ୍ରୀ

ଦେଶରେ କୋଭିଡ ପ୍ରଥମ ଲହର ସମୟରେ ପ୍ରବାସୀ ଶ୍ରମିକଙ୍କ ସଙ୍କଟ ବଢାଇଥିଲା କଂଗ୍ରେସ । ଶ୍ରମିକଙ୍କୁ ଅସ୍ଥିର କରି ସେମାନଙ୍କ ସସସ୍ୟା ବଢାଇବା ସହ ଦେଶରେ କୋଭିଡ ସଂକ୍ରମଣ ମଧ୍ୟ କଂଗ୍ରେସ ବଢାଇଥିବା କହିଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

PM Modi on president address: ପ୍ରଥମ ଲହରରେ ପ୍ରବାସୀ ଶ୍ରମିକ ସଙ୍କଟ ସୃଷ୍ଟି କରିଥିଲା କଂଗ୍ରେସ

author img

By

Published : Feb 7, 2022, 7:34 PM IST

ନୂଆଦିଲ୍ଲୀ: ଆଜି ବଜେଟ ଅଧିବେଶନରେ ରାଷ୍ଟ୍ରପତିଙ୍କ ସମ୍ବୋଧନ ଉପରେ ଉତ୍ତର ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦୀର୍ଘ ସମୟ ଉତ୍ତରରେ ବିଭିନ୍ନ ପ୍ରସଙ୍ଗରେ ମୋଦି ନିଜ ସରକାରର ଉପଲବ୍ଧିକୁ ଗୃହରେ ରଖିଥିବା ବେଳେ କୋଭିଡ ସମୟରେ ଦେଖାଯାଇଥିବା ସଂକ୍ରମଣ, ଅର୍ଥନୈତିକ ଓ ପ୍ରବାସୀ ଶ୍ରମିିକ ସଙ୍କଟ ନେଇ ସିଧାସଳଖ କଂଗ୍ରେସକୁ ଦାୟୀ କରିଛନ୍ତି ।

କଠୋର ସମାଲୋଚନା କରି ମୋଦି କହିଥିଲେ କଂଗ୍ରେସ ଦେଶବ୍ୟାପୀ ପ୍ରବାସୀ ଶ୍ରମିକଙ୍କ ସଙ୍କଟକୁ ବଢାଇଛି । ସେମାନଙ୍କୁ ମହାରାଷ୍ଟ୍ରରୁ ନିଜ ରାଜ୍ୟକୁ ଫେରିବାକୁ ପ୍ରୋତ୍ସାହିତ କରିଛି । ଫଳରେ ଦେଶରେ କୋଭିଡ ଲକଡାଉନ ସମୟରେ ଶ୍ରମିକମାନଙ୍କୁ ଅନେକ ଯାତନା ସହ୍ୟ କରିବାକୁ ପଡିଛି । ଯାହା କଂଗ୍ରେସର ପାପ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ନିର୍ଦ୍ଦିଷ୍ଟ ଭାବେ ପ୍ରବାସୀ ଶ୍ରମିକଙ୍କ ସମସ୍ୟାକୁ ଉଲ୍ଲେଖ କରି ମହାରାଷ୍ଟ୍ର ଓ ଦିଲ୍ଲୀ ସ୍ଥିତିକୁ ଉଦାହରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ । କୋଭିଡ ଲକଡାଉନ ଜାରି ରହିଥିବା ବେଳେ ମହାରାଷ୍ଟ୍ର ଓ ଦିଲ୍ଲୀରେ ଅନେକ ମାତ୍ରାରେ ସାରା ଦେଶରୁ କର୍ମସଂସ୍ଥାନ ପାଇଁ ଆସିଥିବା ଶ୍ରମିକମାନଙ୍କ ମଧ୍ୟରେ ଭୀଷଣ ଅସ୍ଥିରତା ସୃଷ୍ଟି କରିଥିଲେ । ଲକଡାଉନ ସତ୍ତ୍ବେ ମଧ୍ୟ ସେମାନଙ୍କୁ ନିଜ ରାଜ୍ୟକୁ ଫେରିବା ପାଇଁ ପ୍ରୋତ୍ସାହିତ କରିବା ସହ ରାଜନୀତି ପାଇଁ ସେମାନଙ୍କ ସମସ୍ୟାକୁ ବଢାଇଥିଲେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ କହିଥିଲେ ପ୍ରଥମ ଲହର ସୟମରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପରାମର୍ଶରେ କେନ୍ଦ୍ର ସରକାର ଦେଶବ୍ୟାପୀ ୨୧ ଦିନିଆ ଲକଡାଉନ ଘୋଷଣା କରିଥିଲେ । ସେହି ସମୟରେ ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ସେମାନଙ୍କୁ ରେଳ ଷ୍ଟେସନ ବସଷ୍ଟାଣ୍ଡରେ ଏକତ୍ରିତ କରାଯାଇଥିଲା ।

ସେମାନଙ୍କୁ କଂଗ୍ରେସ ସମେତ ଅନ୍ୟ କିଛି ରାଜନୈତିକ ଦଳ ଟିକେଟ ଦେଇ ନିଜ ରାଜ୍ୟକୁ ଫେରିବାରେ ପ୍ରୋତ୍ସାହିତ କରିବା ପାଇଁ ଅଭିଯାନରେ ଲାଗିଥିଲେ । ଏପରି କରି କଂଗ୍ରେସ କେବଳ ପ୍ରବାସୀ ଶ୍ରମିକଙ୍କ ସଙ୍କଟକୁ ବୃଦ୍ଧି କରି ନଥିଲା ବରଂ ଦେଶବ୍ୟାପୀ କୋରୋନା ଭୂତାଣୁକୁ ବ୍ୟାପିବାକୁ ସୁଯୋଗ ଦେଇ ସଂକ୍ରମଣ ମଧ୍ୟ ବଢାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଯାହା ଦେଶର ସଙ୍କଟ କାଳରେ କଂଗ୍ରେସର ପାପ ବୋଲି କହି ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.