ETV Bharat / bharat

Manipur violence: ‘ମଣିପୁର ହିଂସାର ହେବ ନ୍ୟାୟିକ ତଦନ୍ତ’

author img

By

Published : Jun 1, 2023, 12:14 PM IST

Updated : Jun 1, 2023, 12:27 PM IST

ହିଂସା ପ୍ରଭାବିତ ମଣିପୁରରେ ଫେରୁନି ଶାନ୍ତି । ସ୍ଥିତି ଅନୁଧ୍ୟାନ ପରେ ଆଜି ଇମ୍ଫାଲରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଗୃହମନ୍ତ୍ରୀ ଶାହ । ଅଧିକ ପଢନ୍ତୁ

Etv Bharatହିଂସାଗ୍ରସ୍ତ ମଣିପୁରରେ ଗୃହମନ୍ତ୍ରୀ

ଇମ୍ଫାଲ: ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ମଣିପୁର ଅଶାନ୍ତି ଲାଗିରହିଛି । ବିଭିନ୍ନ ସ୍ଥାନରେ ପୋଡାଜଳା, ଲୁଟପାଟ ଚାଲିଛି । ଏଭଳି ପରିସ୍ଥିତରେ ଗୃହମନ୍ତ୍ରୀ ଅମିତ ଶାହ ହିଂସା ପ୍ରଭାବିତ ମଣିପୁର ଗସ୍ତ କରି ସ୍ଥିତି ନିୟନ୍ତ୍ରଣ କରିବାକୁ ଘନ ଘନ ବୈଠକ କରୁଛନ୍ତି । ଶାହ ଇମ୍ଫାଲ ଓ ସୀମାବର୍ତ୍ତୀ ସହର ମୋରେହରେ ବରିଷ୍ଠ ଅଧିକାରୀଙ୍କ ସହ ସୁରକ୍ଷା ସ୍ଥିତି ସୀମା କରିଛନ୍ତି । ହିଂସା ରୋକିବାକୁ ଏବଂ ଶାନ୍ତି ଫେରାଇ ଆଣିବାକୁ ଲୁଟ ହୋଇଥିବା ବନ୍ଧୁକ ଉଦ୍ଧାର କରି ଅପରାଧିଙ୍କ ବିରୋଧରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ହିଂସାର ନ୍ୟାୟିକ ତଦନ୍ତ ହେବା ନେଇ ସୂଚନା ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।

  • In Imphal, visited a relief camp where the members of the Meitei community are residing. Our resolve remains focused on leading Manipur back to the track of peace and harmony once again and their return to their homes at the earliest. pic.twitter.com/LmXQRyvnzb

    — Amit Shah (@AmitShah) May 31, 2023 " class="align-text-top noRightClick twitterSection" data=" ">

ହିଂସା କ୍ଷତିଗ୍ରସ୍ତ ରାଜ୍ୟର ସ୍ଥିତି ଅନୁଧ୍ୟାନ ପରେ ଆଜି ଗୃହମନ୍ତ୍ରୀ ଇମ୍ଫାଲରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ଶାହ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ମଣିପୁରରେ ହିଂସାର ତଦନ୍ତ ପାଇଁ ନ୍ୟାୟିକ କମିଟି ଗଠନ ହେବ । ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ତଦନ୍ତ କରାଯିବ । ହିଂସା ନେଇ ଏକ ଶାନ୍ତି କମିଟି ମଧ୍ୟ ଗଠନ କରାଯାଇଛି । ଏଥିରେ ରାଜ୍ୟପାଳ ଅଧ୍ୟକ୍ଷତା କରିବେ । ହିଂସା ପୀଡିତଙ୍କୁ ସହାୟତା ପ୍ରଦାନ କରାଯିବ । ମୃତକଙ୍କ ଲାଗି ରାଜ୍ୟ ଓ କେନ୍ଦ୍ର ପକ୍ଷରୁ ୧୦ ଲକ୍ଷ ଟଙ୍କା ସହାୟତା ଦିଆଯିବ ବୋଲି ଗୃହମନ୍ତ୍ରୀ ଘୋଷଣା କରିଛନ୍ତି ।

ଜରୁରୀକାଳୀନ ଆବଶ୍ୟକତା ପାଇଁ ହେଲିକପ୍ଟର ସେବା: ଅମିତ ଶାହ ଗତକାଲି କହିଥିଲେ ଯେ, ଅଶାନ୍ତ ମଣିପୁରରେ ଶାନ୍ତି ପ୍ରତିଷ୍ଠା ଏବଂ ଯଥାଶୀଘ୍ର ବିସ୍ଥାପିତ ଲୋକଙ୍କୁ ତାଙ୍କ ଘର ଘରକୁ ଫେରାଇବାକୁ ସରକାର ପ୍ରତିବଦ୍ଧ । ପାହାଡିଆ ଅଞ୍ଚଳରେ ଆବଶ୍ୟକୀୟ ସାମଗ୍ରୀର ଯୋଗାଣ ଏବଂ ଚାରଚନ୍ଦପୁର, ମୋରେହ ଓ କାଙ୍ଗପୋକପିରେ ଜରୁରୀକାଳୀନ ଆବଶ୍ୟକତା ପୁରା କରିବାକୁ ହେଲିକପ୍ଟର ସେବା ସୁନିଶ୍ଚିତ କରାଯିବ । ସେ କାଙ୍ଗପୋକପିରେ ଏକ ଆଶ୍ରୟସ୍ଥଳୀ ପରିଦର୍ଶନ କରି କୁକି ସମୁଦାୟର ଲୋକଙ୍କୁ ସହ ଆଲୋଚନା କରିଥିଲେ । ସେମାନେ କିପରି ଖୁବଶୀଘ୍ର ନିଜ ଘରକୁ ଫେରିପାରିବେ ତାହା ସୁନିଶ୍ଚିତ କରାଯିବ ବୋଲି କହିଥିଲେ ।

ହିଂସାଗ୍ରସ୍ତ ମଣିପୁରରେ ଗୃହମନ୍ତ୍ରୀ
ହିଂସାଗ୍ରସ୍ତ ମଣିପୁରରେ ଗୃହମନ୍ତ୍ରୀ

ସୁରକ୍ଷା ସ୍ଥିତିର ସମୀକ୍ଷା କଲେ ଗୃହମନ୍ତ୍ରୀ: ଅମିତ ଶାହ କାଙ୍ଗପୋକପି ଅଞ୍ଚଳରେ କେତେକ ନାଗରିକ ସାମାଜ ସଂଗଠନ ସହ ବୈଠକ କରିଥିଲେ । ମଣିପୁରକୁ ପୁଣିଥରେ ଶାନ୍ତି ଓ ସୌହାର୍ଦ୍ଦପୂର୍ଣ୍ଣ ବାଟକୁ ଫେରାଇ ଆଣିବାରେ ସରକାରଙ୍କୁ ସହଯୋଗ କରିବାକୁ ସଂଗଠନଗୁଡିକ ଆଗ୍ରହୀ ହୋଇଥିଲେ । ଏହାପୂର୍ବରୁ ସେ ହିଂସା କ୍ଷତିଗ୍ରସ୍ତ ମୋରେହ ଗସ୍ତ କରି ରାଜ୍ୟର ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିବା ସଙ୍ଗେ ସଙ୍ଗେ ବରିଷ୍ଠ ଅଧିକାରୀମାନଙ୍କ ସହିତ ସମୀକ୍ଷା ବୈଠକ କରିଥିଲେ ।

ବୁଧବାର ଶାହାଙ୍କ ମଣିପୁର ଗସ୍ତରେ ତୃତୀୟ ଦିନରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବୟାନରେ କୁହାଯାଇଥିଲା, କେନ୍ଦ୍ର ଗୃହମନ୍ତ୍ରୀ ମୋରେହ ଓ କାଙ୍ଗପୋକପି ଗସ୍ତ କରିଛନ୍ତି । ସ୍ଥିତି ସମ୍ପର୍କରେ ନାଗରିକ ସଂଗଠନ ଗୁଡିକ ସହ ବ୍ୟାପକ ଚର୍ଚ୍ଚା କରିଛନ୍ତି । ସେ ପାହାଡି ଜନଜାତି ପରିଷଦ, କୁକି ଛାତ୍ର ସଂଗଠନ, କୁକି ଚିଫ୍ସ ଆସୋସିଏସନ, ତାମିଲ ସଂଗମ, ଗୋରେଖା ସମାଜ ଏବଂ ମଣିପୁରୀ ମୁସଲିମ ପରିଷଦର ପ୍ରତିନିଧିମଣ୍ଡଳୀକୁ ସାକ୍ଷାତ କରିଛନ୍ତି । କାଙ୍ଗପୋକପିରେ ଜନଜାତି ଏକତା ସମିତି, କୁକି ଇମ୍ପି ମଣିପୁର, କୁକି ଛାତ୍ର ସଂଗଠନର ପ୍ରତିନିଧି ଏବଂ ବୁଦ୍ଧିଜୀବୀଙ୍କ ଭେଟି ଆଲୋଚନା କରିଛନ୍ତି ଏବଂ ଜରୁରୀ ଆବଶ୍ୟକତା କ୍ଷେତ୍ରରେ ହେଲିକପ୍ଟର ସେବା ନିୟୋଜିତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ଏହାରି ମଧ୍ୟରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂ ସୁରକ୍ଷା ବଳଙ୍କ ଠାରୁ ଲୁଟ୍ ହତିୟାର ଫେରାଇ ଦେବାକୁ ଲୋକଙ୍କୁ ଅପିଲ କରିଛନ୍ତି । କାହା ପାଖରୁ ଗୋଳା ବାରୁଦ ମିଳିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଚେତାବନୀ ଦେଇଛନ୍ତି ।

Last Updated : Jun 1, 2023, 12:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.