ନୂଆଦିଲ୍ଲୀ: ଦଶନ୍ଧି ପରେ ଡିଏମକେ ଶାସନକୁ ଫେରିଛି । ତାମିଲନାଡୁରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଡିଏମକେ ସଭାପତି ଏମକେ ଷ୍ଟାଲିନ । ଆଜି ତାମିଲନାଡୁ ବିଧାନସଭାର ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଆଇଏଡିଏମକେ ସଭାପତି କେ ପଲାନିସ୍ବାମୀ ।
ପାର୍ଟି ମୁଖ୍ୟାଳୟରେ ଅନୁଷ୍ଠିତ ଏକ ବୈଠକରେ ତାମିଲନାଡୁର ପରବର୍ତ୍ତୀ ବିରୋଧୀଦଳ ନେତା ଭାବେ ପଲାନିସ୍ବାମୀଙ୍କୁ ଚୟନ କରାଯାଇଛି । ତାଙ୍କ ପକ୍ଷରେ 66 ବିଧାୟକଙ୍କ ମଧ୍ୟରୁ 61 ଜଣଙ୍କ ଭୋଟ ପଡିଥିଲା। ପଶ୍ଚିମ ତାମିଲନାଡୁ ଏବଂ ଉତ୍ତର ତାମିଲନାଡୁରେ ଦଳର ବିଜୟର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ପଲାନିସ୍ବାମୀ । ଦକ୍ଷିଣ ତାମିଲନାଡୁର କୁମ୍ବମ୍ ଜିଲ୍ଲାରେ, ବୋଡିନାକାନୁର ନିର୍ବାଚନମଣ୍ଡଳୀରୁ ପନିର ସେଲଭମ ଏକମାତ୍ର ବିଜେତା ହୋଇଥିଲେ ।
ଅନ୍ୟପଟେ, ସାଲେମ ଜିଲ୍ଲାର ନିଜ ନିର୍ବାଚନ ମଣ୍ଡଳୀରୁ ପଲାନିସ୍ବାମୀ 90,000 ରୁ ଅଧିକ ଭୋଟ୍ ପାଇଛନ୍ତି । 11 ଜଣ AIADMK ପ୍ରାର୍ଥୀଙ୍କ ମଧ୍ୟରୁ 10 ଜଣଙ୍କ ବିଧାୟକ ହୋଇଛନ୍ତି ।
ବିଧାନସଭା ନିର୍ବାଚନ ପରେ ଆସନ୍ତା ମେ 11 ରେ ତାମିଲନାଡୁ ବିଧାନସଭା ଡକାଯିବ । ସମସ୍ତ ନବ ନିର୍ବାଚିତ ବିଧାୟକମାନେ ଶପଥ ପାଠ ଗ୍ରହଣ କରିବେ । ମେ 12 ତାରିଖରେ ନୂତନ ବାଚସ୍ପତି ଓ ଉପବାଚସ୍ପତି ଚୟନ କରାଯିବ ।
@IANS