ETV Bharat / bharat

Palamu Violence: ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, 144 ଜାରି - ପାଲାମୁରେ 144 ଜାରି

ଝାଡଖଣ୍ଡ ପାଲାମୁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଏକାଧିକ ଆହତ । 144 ଜାରି କଲା ସ୍ଥାନୀୟ ପ୍ରଶାସନ । ଅଧିକ ପଢନ୍ତୁ

ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, 144 ଜାରି
ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, 144 ଜାରି
author img

By

Published : Feb 15, 2023, 10:20 PM IST

ରାଞ୍ଚି: ଝାଡଖଣ୍ଡ ପାଲାମୁରେ ଆଜି (ବୁଧବାର) ଏକ ବଡ଼ ଧରଣର ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହେବା ଫଳରେ ଉଭୟ ପକ୍ଷର ଏକାଧିକ ବ୍ୟକ୍ତି ଆହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯିବା ସହ ସ୍ଥାନୀୟ ପ୍ରଶାସନ 144 ଲାଗୁ କରିଛି । ଜଣେ ସ୍ଥାନୀୟ ବରିଷ୍ଠ ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ଉଭୟ ଗୋଷ୍ଠୀ ପରସ୍ପର ଉପରେ ଟେକା, ପଥର ଫିଙ୍ଗିବା ଆରମ୍ଭ କରିଥିଲେ । ଏଥିରେ ପ୍ରାୟ 10 ରୁ 12 ଜଣ ଆହତ ହୋଇଛନ୍ତି । ପୋଲିସ ପହଞ୍ଚି ବଳ ପ୍ରୟୋଗ କରି ସ୍ଥିତି ନିୟନ୍ତ୍ରଣ କରିଥିଲା । ସ୍ଥାନୀୟ ପୋଲିସ ଅଧୀକ୍ଷକ ଚନ୍ଦନ କୁମାର ସିହ୍ନାଙ୍କ ନେତୃତ୍ୱରେ ଏକାଧିକ ପୋଲିସ ଟିମ ଘଟଣାସ୍ଥଳରେ ମୁତୟନ ରହି ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ପ୍ରଶାସନ ମଧ୍ୟ ଉକ୍ତ ଅଞ୍ଚଳରେ 144 ଧାରା ଜାରି କରିଛି ।

  • Jharkhand | Clash erupted between two groups in Palamu over installation of 'toran dwar'

    Few vehicles have been damaged. Sec 144 of CrPC imposed, situation normal as of now. No casualties: IG, Palamu Zone pic.twitter.com/9JaOfSrC0e

    — ANI (@ANI) February 15, 2023 " class="align-text-top noRightClick twitterSection" data=" ">

ପାଲାମୁ ରେଞ୍ଜର ଇନ୍ସପେକ୍ଟର ଜେନେରାଲ୍ (ଆଇଜି) ରାଜ କୁମାର ଲାକ୍ରା କହିଛନ୍ତି, ଏକ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହୋଇଥିବା ତୋରଣ ଭଙ୍ଗାରୁଜା କରାଯିବା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଥିଲା । ଏଥିରେ ପରସ୍ପରକୁ ଆକ୍ରମଣ କରିଥିଲେ ଉଭୟ ଗୋଷ୍ଠୀ । ପୋଲିସ ବଳ ପ୍ରୟୋଗ କରିବା ସହ ଉଭୟ ପକ୍ଷରୁ କିଛି ଲୋକଙ୍କୁ ଗିରଫ କରିଛି । ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଲାଠିଚାର୍ଜ କରିଥିଲା । ପରେ ସ୍ଥିତିର ଗମ୍ଭୀରତାକୁ ଦେଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବା ସହ ଧାରା 144 ମଧ୍ୟ ଜାରି କରାଯାଇଛି । ସ୍ଥାନୀୟ ଅଞ୍ଚଳରେ ଅନାବଶ୍ୟକ ଭିଡ ଓ ଯାତାୟତ ଉପରେ କଡା ପ୍ରତିବନ୍ଧକ ଲଗାଯାଇଛି ।

ହିଂସା ପ୍ରଭାବିତ ଅଞ୍ଚଳରେ ଦୁଇଟି ବେସରକାରୀ ବିଦ୍ୟାଳୟରେ ପିଲାମାନେ ଫସି ରହିଥିଲେ । ସ୍ଥାନୀୟ ଅଞ୍ଚଳରେ ଥିବା ବ୍ରାଇଟ ଫ୍ୟୁଚର ସ୍କୁଲ ଓ ଶିକ୍ଷା ନିକେତନରୁ ପିଲାମାନେ ବାହାରି ପାରିନଥିଲେ । କୌଣସି ଅଘଟଣ ଆଶଙ୍କାରେ ଉଭୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ କର୍ମଚାରୀ ବିଦ୍ୟାଳୟର ସମସ୍ତ ପାର୍ଶ୍ୱରୁ ଫାଟକ ବନ୍ଦ କରିଥିଲେ । ସମସ୍ତ ପିଲାମାନଙ୍କୁ ଏକାଠି ଗୋଟିଏ କୋଠରୀକୁ ସ୍ଥାନାନ୍ତର କରାଯାଇଥିଲା । ପିଲାମାନଙ୍କ ମଧ୍ୟରେ ଭୟ ଦେଖାଯାଇଥିଲା । ବେଶ କିଛି ସମୟ ଧରି ପିଲାମାନେ ଗୋଟିଏ କୋଠରୀରେ ଅଟକି ରହିଥିଲେ । ଏପରି ସ୍ଥିତିରେ ଅଭିଭାବକ ମଧ୍ୟ ଚିନ୍ତିତ ହୋଇପଡିବା ସହ ସ୍କୁଲ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ । ପରେ ଏନେଇ ସ୍ଥାନୀୟ ପ୍ରଶାସନକୁ ଅବଗତ କରିବା ପରେ ପିଲମାନଙ୍କୁ ସୁରକ୍ଷିତ ଘରକୁ ପଠାଇବା ପାଇଁ ବ୍ୟବସ୍ଥା ହୋଇଥିଲା । ପୋଲିସ ଫୋର୍ସ ସୁରକ୍ଷାରେ ପିଲାମାନଙ୍କୁ ସ୍କୁଲ ବସରେ ସେମାନଙ୍କ ଘରକୁ ପଠାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.