ETV Bharat / bharat

ପାକିସ୍ଥାନ ISI ଟାର୍ଗେଟ୍‌ରେ ଭାରତୀୟ ରେଲଓ୍ବେ ଟ୍ରାକ୍‌: Intelligence Alert

author img

By

Published : May 23, 2022, 12:42 PM IST

ପଞ୍ଜାବ ଏବଂ ଏହାର ଆଖପାଖ ରାଜ୍ୟରେ ରେଳ ଟ୍ରାକ୍‌କୁ (Railway Tracks) ଉଡାଇବା ପାଇଁ ଯୋଜନା କରୁଛି ପାକିସ୍ତାନ । ଅଧିକ ପଢନ୍ତୁ

ଭାରତର ରେଲଓ୍ବେ ଟ୍ରାକ ଉଡାଇବାକୁ  ଷଡଯନ୍ତ୍ର କରୁଛି ISI

ନୂଆଦିଲ୍ଲୀ: ଭାରତରେ ଆକ୍ରମଣ କରିବାକୁ ବଡ ଧରଣର ଷଡଯନ୍ତ୍ର କରୁଛି ପାକିସ୍ତାନର ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ(ISI) । ପଞ୍ଜାବ ଏବଂ ଏହାର ଆଖପାଖ ରାଜ୍ୟରେ ରେଳୱେ ଟ୍ରାକ୍‌କୁ ଉଡାଇବା ପାଇଁ ପାକିସ୍ତାନ ଯୋଜନା କରୁଥିବା ନେଇ ଭାରତୀୟ ଇଣ୍ଟେଲିଜେନ୍ସ ଏଜେନ୍ସି ଏକ ଇଣ୍ଟେଲିଜେନ୍ସ ଆଲର୍ଟ ୱାର୍ଣ୍ଣିଂ (Intelligence alert warning) ଜାରି କରିଛି । ପଞ୍ଜାବ ଏବଂ ଏହାର ଆଖପାଖ ରାଜ୍ୟରେ ଥିବା ରେଳ ଟ୍ରାକରେ ବିସ୍ଫୋରଣ କରିବାକୁ ଆଇଏସ୍ଆଇ ଅପରେଟିଭ୍ ଯୋଜନା କରିଛି ବୋଲି ଆଲର୍ଟରେ କୁହାଯାଇଛି ।

ଭାରତର ଇଣ୍ଟେଲିଜେନ୍ସ ଏଜେନ୍ସି ଏନେଇ କହିଛି ଯେ, ମାଲବାହୀ ଟ୍ରେନକୁ ଧକ୍କା ଦେବା ପାଇଁ ରେଳ ଟ୍ରାକ୍କୁ ଉଡାଇବା ପାଇଁ ଯୋଜନା କରାଯାଉଛି ।ରେଳବାଇ ଟ୍ରାକକୁ ଟାର୍ଗେଟ କରିବାକୁ ଆଇଏସଆଇ ଭାରତରେ ଏହାର ଅପରେଟିଭମାନଙ୍କୁ ବହୁ ପରିମାଣରେ ଅର୍ଥ ପ୍ରଦାନ କରୁଛି । ଭାରତରେ ଉପସ୍ଥିତ ଥିବା ପାକିସ୍ତାନର ସ୍ଲିପରସେଲ୍‌ଙ୍କୁ ଆତଙ୍କବାଦୀ କାର୍ଯ୍ୟକଳାପ କରିବା ପାଇଁ ଅଧିକ ପରିମାଣର ଅର୍ଥ ଦିଆଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.