ETV Bharat / bharat

ସୀମାରେ ଅନୁପ୍ରବେଶ ଯୋଜନା ପଣ୍ଡ, ପାକିସ୍ତାନୀ ଅନୁପ୍ରବେଶକାରୀକୁ BSFର ଏନକାଉଣ୍ଟର

author img

By

Published : Nov 22, 2022, 11:03 AM IST

ଭାରତ ସୀମାରେ ଅନୁପ୍ରବେଶ ଯୋଜନା ପଣ୍ଡ । ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀ ନିପାତ ଓ ଜଣେ ଗିରଫ । ଅଧିକ ପଢନ୍ତୁ

ସୀମାରେ ଅନୁପ୍ରବେଶ ଯୋଜନା ପଣ୍ଡ: ପାକିସ୍ତାନୀ ଅନୁପ୍ରବେଶକାରୀ ନିପାତ, ଜଣେ ଗିରଫ

ଶ୍ରୀନଗର: ଭାରତ ସୀମାରେ ଅନୁପ୍ରବେଶ ଯୋଜନା ପଣ୍ଡ । BSF ଗୁଳିରେ ଟଳିଲା ପାକିସ୍ତାନୀ ଅନୁପ୍ରବେଶକାରୀ । ଭାରତ ସୀମାରେ ପ୍ରବେଶ ପାଇଁ ଉଦ୍ୟମ କରୁଥିବା ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀକୁ ଆଜି(ମଙ୍ଗଳବାର) ସକାଳେ ଭାରତୀୟ ସୀମା ସୁରକ୍ଷା ବଳ(BSF) ଯବାନ ଗୁଳି କରି ନିପାତ କରିଛନ୍ତି(Pakistani intruder shot dead) । ଏହାସହିତ ଅନ୍ୟ ଜଣେ ଅନୁପ୍ରବେଶକାରୀକୁ ଗିରଫ କରାଯାଇଛି । ଏହି ଅନୁପ୍ରବେଶକାରୀ ଦ୍ବୟ ଜମ୍ମୁ କାଶ୍ମୀରର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଅନ୍ତର୍ଜାତୀୟ ସୀମା ଅତିକ୍ରମ କରିବାକୁ ଚେଷ୍ଟା କରୁଥିଲେ ।

BSF ମୁଖପାତ୍ରଙ୍କ ସୂଚନା ମୁତାବକ, ଆଜି ସକାଳେ ଜମ୍ମୁର ଅର୍ନିଆ ସେକ୍ଟରରେ ଜଣେ ପାକିସ୍ତାନୀ ନାଗରିକ ଭାରତ ସୀମାରେ ପ୍ରବେଶ ପାଇଁ ଉଦ୍ୟମ କରୁଥିଲା । ଅନ୍ୟପଟେ ଠିକ୍ ଏହି ସମୟରେ ସମ୍ବା ଜିଲ୍ଲା ରାମଗଡ ସେକ୍ଟରରେ ଆଉ ଜଣେ ଭାରତ ସୀମାରେ ପଶିବାକୁ ଚେଷ୍ଟା କରୁଥିବା ଦୃଷ୍ଟିରେ ପଡିଥିଲା । ଅର୍ନିଆ ସେକ୍ଟର ଠାରେ ମୁତୟନ ବିଏସଏଫ ଯବାନ ଅନୁପ୍ରବେଶକାରୀକୁ ରୋକିବାକୁ ପ୍ରଥମେ ଫାଙ୍କା ଗୁଳି ଚାଳନା କରିଥିଲେ । ମାତ୍ର ସେ ଏହାକୁ ଖାତିର୍ ନ କରି ଆଗକୁ ବଢିବାରୁ ବାଧ୍ୟ ହୋଇ ଯବାନ ତାକୁ ଗୁଳି କରିଥିଲେ । ଏଥିରେ ଅନୁପ୍ରବେଶକାରୀର ମୃତ୍ୟୁ ହୋଇଛି ।

ଏହାମଧ୍ୟ ପଢନ୍ତୁ: ଘରୁ ମିଳିଲା ପରିବାରର 6 ସଦସ୍ୟଙ୍କ ମୃତଦେହ, କାରଣ ଅସ୍ପଷ୍ଟ

ଅନ୍ୟପଟେ ରାମଗଡ ସେକ୍ଟର ଠାରେ ଅନ୍ତର୍ଜାତୀୟ ସୀମା ପାର୍ କରିବାକୁ ଚେଷ୍ଟା କରୁଥିବା ଅନୁପ୍ରବେଶକାରୀକୁ ବିଏସଫ ଗିରଫ କରିଛି । ତେବେ ତା' ନିକଟରୁ ଏ ପର୍ଯ୍ୟନ୍ତ କୌଣସି ଆପତ୍ତିଜନକ ସାମଗ୍ରୀ ମିଳିନଥିବା ଜଣାପଡିଛି । ଏହି ଦୁଇଟି ଘଟଣା ପରେ ସମଗ୍ର ଅଞ୍ଚଳରେ ଛାନଭିନ୍ ଜାରି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.