ETV Bharat / bharat

Pakistani intruder arrested: ଅମୃତସରରୁ ପାକିସ୍ତାନୀ ଅନୁପ୍ରବେଶକାରୀ ଗିରଫ - ପଞ୍ଜାବରୁ ପାକିସ୍ତାନୀ ଅନୁପ୍ରବେଶକାରୀ ଗିରଫ

ପଞ୍ଜାବରୁ ଅମୃତସରରୁ ପାକିସ୍ତାନୀ ଅନୁପ୍ରବେଶକାରୀ ଗିରଫ । ଗିରଫ ବ୍ୟକ୍ତି ନିଜକୁ ବାଂଲାଦେଶୀ ନାଗରିକ କହୁଥିବା ସୂଚନା । ଅଧିକ ପଢନ୍ତୁ

ଅମୃତସରରୁ ପାକିସ୍ତାନୀ ଅନୁପ୍ରବେଶକାରୀ ଗିରଫ
ଅମୃତସରରୁ ପାକିସ୍ତାନୀ ଅନୁପ୍ରବେଶକାରୀ ଗିରଫ
author img

By

Published : Mar 9, 2023, 1:38 PM IST

ଚଣ୍ଡିଗଡ: ପଞ୍ଜାବର ଅମୃତସରରୁ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀ ଧରାପଡିଛି । ପାକିସ୍ତାନ ପଟୁ ଭାରତ ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ସମୟରେ ସୀମା ସୁରକ୍ଷା ବଳ(BSF) ଯବାନ ଅନୁପ୍ରବେଶକାରୀକୁ ଗିରଫ କରିନେଇଛି । ଆଜି ଭୋର୍ ସମୟରେ ତାକୁ ଗିରଫ କରାଯାଇଥିବା ବିଏସଏଫ୍ ପ୍ରବକ୍ତା ସୂଚନା ଦେଇଛନ୍ତି । ଅଭିଯୁକ୍ତକୁ ବର୍ତ୍ତମାନ ପଚରାଉଚରା କରାଯାଉଛି ।

ବିଏସଏଫ୍ ସୂଚନା ମୁତାବକ, ବୁଧବାର ଓ ଗୁରୁବାର ମଧ୍ୟରାତ୍ରି ବା ଆଜି ଭୋର୍ ସମୟରେ ସେହି ବ୍ୟକ୍ତି ଜଣକ ଭାରତ ସୀମାରେ ପଶିବାକୁ ଚେଷ୍ଟା କରୁଥିଲା । ଅମୃତସର ସେକ୍ଟରର ରାଜତାଲ ବର୍ଡର ଆଉଟ ପୋଷ୍ଟ ନିକଟରେ ଭାରତ ସୀମାରେ ଅନୁପ୍ରବେଶ କରିବା ପାଇଁ ଉଦ୍ୟତ ହେଉଥିଲା । ଏହି ସମୟରେ ଅନୁପ୍ରବେଶକାରୀ ଉପରେ ବିଏସଏଫ୍ ଯବାନଙ୍କ ନଜର ପଡିଥିଲା । ଯବାନମାନେ ଅନୁପ୍ରବେଶକାରୀକୁ ଅଟକାଇବାକୁ ଯାଇ ତା' ଉପରକୁ ଗୁଳି ଚାଳନା କରିଥିଲେ । ସେ ଦୌଡି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ତାକୁ ଯବାନମାନେ ଧରି ପକାଇଥିଲେ ।

ଗିରଫ ପରେ ଅନୁପ୍ରବେଶକାରୀ ବ୍ୟକ୍ତିଙ୍କ ତଲାସି ନିଆଯାଇଥିଲା । ବର୍ତ୍ତମାନ ତାକୁ ପଚରାଉଚରା କରାଯାଉଛି । ତେବେ ପଚରାଉଚରା ସମୟରେ ସେ ନିଜକୁ ବାଂଲାଦେଶୀ ନାଗରିକ ବୋଲି କହିଛି । ଯଦି ସେ ବାଲାଂଦେଶୀ ଦେବେ ପାକିସ୍ତାନ ପଟୁ କାହିଁକି ଅବୈଧ ଭାବେ ଭାରତ ସୀମାରେ ପ୍ରବେଶ କରୁଥିଲା ସେନେଇ ଛାନଭିନ୍ ଚାଲିଛି । ଅନୁପ୍ରବେଶକାରୀଙ୍କୁ ଅଧିକ ପଚରାଉଚରା କରାଯିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

ଏହାମଧ୍ୟ ପଢନ୍ତୁ: ରାମୋଜୀ ଫିଲ୍ମ ସିଟିରେ ଧୂମଧାମରେ ପାଳନ ହେଲା ମହିଳା ଦିବସ, ନାଚଗୀତରେ ଝୁମିଲେ ମହିଳା

ବିଏସଏଫ୍ ପକ୍ଷରୁ କୁହାଯାଇଛି କି, ପାକିସ୍ତାନ ଆଡୁ ଜଣେ ବ୍ୟକ୍ତି ରାଜତାଲ ବର୍ଡର ଆଉଟ ପୋଷ୍ଟ ନିକଟରେ ଭାରତରେ ପଶିବାକୁ ଚେଷ୍ଟା କରୁଥିଲା । ଏହାଦେଖି ସେଠାରେ ଡ୍ୟୁଟି କରୁଥିବା ଯବାନ ଅନୁପ୍ରବେଶକାରୀ ଉପରେ ଗୁଳି ଚଳାଇଥିଲେ ଓ ତାକୁ ଗିରଫ କରିଥିଲେ । ଅଭିଯୁକ୍ତକୁ ପଚରାଉଚରା ଜାରି ରହିଛି ।

ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ଉତ୍ତର କାଶ୍ମୀରର କୂପୱାରା ଜିଲ୍ଲାରେ ସୁରକ୍ଷାବଳର ଗୁଳିମାଡରେ ଜଣେ ଅନୁପ୍ରବେଶକାରୀ ନିହତ ହୋଇଥିଲା । ବିଳମ୍ବିତ ରାତିରେ ଅନୁପ୍ରବେଶକାରୀ ଜଣକ କୂପୱାରାର ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ଫରୱାର୍ଡ ଏରିଆରେ ବେଆଇନ ଭାବେ ଅନୁପ୍ରବେଶ ଉଦ୍ୟମ କରୁଥିଲା । ଏହାଦେଖି ସୁରକ୍ଷାବଳ ତାକୁ ଗୁଳି କରିଥିଲେ ।

ଏହାମଧ୍ୟ ପଢନ୍ତୁ: ରାସ୍ତାରେ ହଇରାଣ କରୁଥିଲା ରୋଡ ରୋମିଓ, ରାସ୍ତାରେ ମଝିରେ ପାନେ ଦେଲେ ଯୁବତୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.