ଚଣ୍ଡିଗଡ: ସୁଧୁରୁନି ପାକିସ୍ତାନ । ପୁଣି ସୀମାରେ ଉଡିଲା ପାକ୍ ଡ୍ରୋନ । ପଞ୍ଜାବର ତରନତାରନର ବିଓପି ବାବା ପିରରେ ଆଜି ସକାଳ ପ୍ରାୟ 9ଟାରେ ଏକ ପାକିସ୍ତାନ ଡ୍ରୋନ ଉଡୁଥିବାର ଠାବ ହୋଇଛି । ଏହାପରେ ସୀମା ସୁରକ୍ଷାବଳର 71 ବାଟାଲିୟନ 4 ରାଉଣ୍ଡ ଗୁଳି ଚଳାଇଥିଲା । ସେନା ପକ୍ଷରୁ ଗୁଳି ଚାଳାଇବା ପରେ ପାକିସ୍ତାନ ସୀମାକୁ ଫେରି ଯାଇଥିଲା ଡ୍ରୋନ । ଏନେଇ ସୀମା ସୁରକ୍ଷାବାହିନୀ ଓ ପଞ୍ଜାବ ପୋଲିସ ପକ୍ଷରୁ ସେହି ଅଞ୍ଚଳରେ ମିଳିତ ତଲାସି ଅଭିଯାନ ଆରମ୍ଭ ହୋଇଛି ।
ଅଧିକ ସୂଚନା ଦେଇ ବିଏସଏଫ ମୁଖ୍ୟପାତ୍ର କହିଛନ୍ତି ପାକର ଏପରି କାର୍ଯ୍ୟକଳାପ ଉପରେ ବିଏସଏଫ ନଜର ରଖିଛି । ସୀମା ସୁରକ୍ଷାରେ 24 ଘଣ୍ଟା ସୁରକ୍ଷାବଳ ମୁତୟନ ହୋଇଛନ୍ତି । 71 ବାଟାଲିୟନ ପାଟ୍ରୋଲିଂ କରୁଛନ୍ତି । ସର୍ଚ୍ଚ ଅପରେସନ ଜାରି ରହିଛି ।
ସେ ଆହୁରି କହିଛନ୍ତି, ଦେଖିବାକୁ ମିଳିଛି ପାକିସ୍ତାନ ବର୍ତ୍ତମାନ ଡ୍ରୋନ ସାହାଯ୍ୟରେ ଭାରତ ସୀମାକୁ ହେରୋଇନ ଓ ଅସ୍ତ୍ରଶସ୍ତ୍ର ପଠାଉଛି । ଅନେକ ଥର ପାକର ଏ କାର୍ଯ୍ୟକଳାପକୁ ପଣ୍ଡ କରିଛନ୍ତି ବିଏସଏଫ ଓ ପୋଲିସ । ଆଜିର ଘଟଣାକୁ ନେଇ କୌଣସି ସୂଚନା ମିଳି ନଥିବା କହିଛନ୍ତି ବିଏସଏଫ ମୁଖପାତ୍ର ।
ଭାରତ ସୀମାର ପାକିସ୍ତାନ ପାର୍ଶ୍ୱରୁ ଡ୍ରୋନ୍ ଆସିଥିବା ଘଟଣା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଯାହା ଦେଶ ପାଇଁ କ୍ଷତି ପହଞ୍ଚାଉଛି । ଯାହା ଫଳରେ ଭାରତରେ ସ୍ଲଗଲରଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ଡ୍ରୋନ ଗୁଡିକ ଭାରତରେ ଚଳପ୍ରଚଳ କରିବା ଦ୍ବାରା ଦେଶରେ ଡ୍ରଗ୍ସ ଚୋରା ଚାଲାଣକାରୀ, ଅସ୍ତ୍ରଶସ୍ତ୍ର ଚୋରା ଚାଲାଣକାରୀ ବୃଦ୍ଧି ପାଉଛି । ଏହାକୁ ରୋକିବା ପାଇଁ ଭାରତୀୟ ସେନା ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଉଛି ।