ଶ୍ରୀନଗର: ଭାରତ ଆକାଶରେ ପୁଣି ଉଡିଲା ପାକିସ୍ତାନୀ ଡ୍ରୋନ୍ । ଶୁକ୍ରବାର ରାତିରେ ଜମ୍ମୁ ଅଖନୂର ସେକ୍ଟରରେ ଡ୍ରୋନ୍ ଉଡୁଥିବାର ଦେଖାଯାଇଛି । ସୀମା ସୁରକ୍ଷା ବଳ(BSF) ଯବାନ ଏହା ଉପରେ ଗୁଳିମାଡ କରିଛନ୍ତି(Pakistani drone fired upon in Akhnoor sector) । ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଖୋଜାଖୋଜି ଜାରି ରହିଛି । ବିଏସଏଫ ପକ୍ଷରୁ ଏକ ବିବୃତ୍ତି ଜରିଆରେ ଏହି ସୂଚନା ଦିଆଯାଇଛି ।
ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ହଠାତ୍ ଅଖନୂର କନାଚକ ଅଞ୍ଚଳରେ ଆକାଶରେ ଏକ ଲାଇଟ ଦେଖାଯାଇଥିଲା । ଲାଇଟ୍ ପାକିସ୍ତାନ ପଟୁ ଆସୁଥିବାର ଜଣାପଡିଥିଲା । ଏହାଦେଖି ବିଏସଏଫ ଯବାନ ସଙ୍ଗେ ସଙ୍ଗେ ଆଲର୍ଟ ହୋଇଯାଇଥିଲେ ଏବଂ ଡ୍ରୋନକୁ ଗୁଳିମାଡ କରି ଖସାଇବାକୁ ଚେଷ୍ଟା କରିଥିଲେ । ବର୍ତ୍ତମାନ ସମଗ୍ର ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା ସୂଚନା ରହିଛି ।