ETV Bharat / bharat

ହିମାଚଳ ପ୍ରଦେଶରେ ଠାବ ହେଲା ପାକିସ୍ତାନ ବେଲୁନ - ପାକିସ୍ତାନ ବେଲୁନ ଠାବ

ହିମାଚଳ ପ୍ରଦେଶରେ ଠାବ ହେଲା ପାକିସ୍ତାନ ବେଲୁନ । ଲେଖାଯାଇଛି SGA ପାକିସ୍ତାନ । ପୋଲିସର ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ

ହିମାଚଳ ପ୍ରଦେଶରେ ଠାବ ହେଲା ପାକିସ୍ତାନ ବେଲୁନ

author img

By

Published : May 21, 2023, 7:13 AM IST

ଶିମଲା: ଠାବ ହେଲା ପାକିସ୍ତାନୀ ବେଲୁନ । ହିମାଚଳ ପ୍ରଦେଶର ରାଜଧାନୀ ଶିମଲା ନିକଟରେ ଏକ ପାକିସ୍ତାନୀ ବେଲୁନ୍ ଠାବ କରାଯାଇଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକ ଏହି ସନ୍ଦିଗ୍ଧ ବେଲୁନକୁ ଦେଖି ଏ ସମ୍ପର୍କରେ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଏହି ବେଲୁନକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

ମିଳିଥିବା ସୂଚନା ଅନୁଯାୟୀ, ଶୋଗି ଅନ୍ତର୍ଗତ ମଥୋଲି ଗ୍ରାମ ନିକଟବର୍ତ୍ତୀ ଏକ ଜଙ୍ଗଲରେ ଏହି ପାକିସ୍ତାନୀ ବେଲୁନଟି ମିଳିଛି । ଯାହାକୁ ପ୍ରଥମେ ସ୍ଥାନୀୟ ଲୋକ ଦେଖିଥିଲେ । ଏ ବିଷୟରେ ପୋଲିସକୁ ସୂଚନା ଦେଇଥିଲେ । ଏହି ବେଲୁନ୍ ହଳଦିଆ ରଙ୍ଗର, ଯାହା ଏକ ବିମାନ ଆକାରର ରହିଛି । ଏଥିସହିତ ଏହା ଉପରେ ନାଲି ରଙ୍ଗରେ SGA ପାକିସ୍ତାନ ଲେଖାଯାଇଛି । ଯାହା ପାକିସ୍ତାନୀ ବେଲୁନ ବୋଲି ପ୍ରାୟତଃ ସନ୍ଦେହ ସୃଷ୍ଟି କରିଛି । ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବେଲୁନକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ହଳଦିଆ ରଙ୍ଗର ବେଲୁନଟି ପ୍ରଥମେ ଆକାଶରେ ଉଡୁଥିବାର ଦେଖାଯାଇଥିଲା । ପରେ ଏହା ଜଙ୍ଗଲରେ ଖସି ପଡିବା କାରଣରୁ ଲୋକେ ଏହାକୁ ଦେଖିବାକୁ ପହଞ୍ଚିଥିଲେ । ଜଙ୍ଗଲରେ ବେଲୁନଟି ଠାବ କରାଯିବା ପରେ ଏହା ଉପରେ ପାକିସ୍ତାନ ଲେଖାଥିବା ଦେଖିବାକୁ ପାଇ ଲୋକେ ଭୟଭୀତ ହୋଇପଡିଥିଲେ । ତୁରନ୍ତ ସ୍ଥାନୀୟ ପୋଲିସକୁ ଏସମ୍ପର୍କରେ ସୂଚନା ଦିଆଯାଇଥିଲା । ପୋଲିସ ଟିମ ପହଞ୍ଚି ବେଲୁନ ଜବତ କରି ଥାନାକୁ ନେଇଛି । ସେଥିରେ କୌଣସି ବୈଦ୍ୟୁତିକ ସରଞ୍ଜାମ ଥିଲା କି ନାହିଁ ସେ ନେଇ କିଛି ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।

ଅନ୍ୟ ଏକ ଉଲ୍ଲେଖନୀୟ କଥା ହେଉଛି, ଗତ ମାସରେ ମଧ୍ୟ ଏକ ପାକିସ୍ତାନୀ ବେଲୁନ୍ ପଡ଼ିଥିବାର ଦେଖିବାକୁ ମିଳିଥିଲା । ନିକଟରେ ପାକିସ୍ତାନ ପଟୁ ସୀମାନ୍ତ ରାଜ୍ୟରେ ବେଲୁନ ଓ ଡ୍ରୋନ ଛ଼ଡାଯାଉଛି । କିଛି କ୍ଷେତ୍ରର ପୋଲିସ ଏଗୁଡିକୁ ଜବତ କରିବାରେ ସଫଳ ହେଉଛି । ସ୍ଥାନୀୟ ତଥା ଅନ୍ତର୍ଜାତୀୟ ସୀମାବର୍ତ୍ତୀ ଲୋକଙ୍କୁ ସତର୍କ ରହିବା ସହ ଏହିପରି ଉଡାନ୍ତା ସାମଗ୍ରୀ ଦେଖିଲେ ତୁରନ୍ତ ପୋଲିସ ଓ ସେନାକୁ ସୂଚନା ଦେବାକୁ ପରାମର୍ଶ ମଧ୍ୟ ଦିଆଯାଉଛି । କାଶ୍ମୀର ଓ ପଞ୍ଜାବ ପରେ ଏବେ ଶିମଲାରେ ମଧ୍ୟ ଏପରି ପାକିସ୍ତାନ ଲେଖାଥିବା ସନ୍ଦିଗ୍ଧ ବେଲୁନ ଠାବ ହୋଇଛି ।

ବ୍ୟୁରୋ, ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.