ETV Bharat / bharat

ବିଏସ୍ଏଫ୍ ଯବାନଙ୍କ ଗୁଳିରେ ଟଳି ପଡିଲା ସଶସ୍ତ୍ର ଅନୁପ୍ରବେଶକାରୀ

author img

By

Published : Jan 3, 2023, 9:44 PM IST

୨୦୨୨ରେ ଗୁଜରାଟର ଭୱଜ ସେକ୍ଟରରୁ ବିଏସ୍ଏଫ ଯବାନମାନେ ସୀମା ଉଲ୍ଲଂଘନ କରୁଥିବା ୨୨ ଜଣ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ଗିରଫ କରିବା ସହ ୭୯ଟି ମାଛ ଧରା ବୋଟ୍ ଜବତ କରିଥିଲେ । ଅଧିକ ପଢ଼ନ୍ତୁ

ସୀମା ସୁରକ୍ଷା ବଳର ସଫଳତା
ସୀମା ସୁରକ୍ଷା ବଳର ସଫଳତା

ନୂଆଦିଲ୍ଲୀ: ସୀମା ସୁରକ୍ଷା ବଳକୁ ସଫଳତା । ଫେଲ୍ ମାରିଲା ପାକିସ୍ତାନର ଷଡ଼ଯନ୍ତ୍ର । ସଶସ୍ତ୍ର ଅନୁପ୍ରବେଶକାରୀକୁ ନିହତ କଲେ ବିଏସ୍ଏଫ୍ ଯବାନ । ପଞ୍ଜାବରେ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାରେ ମଙ୍ଗଳବାର ଜଣେ ଅନୁପ୍ରବେଶକାରୀକୁ ଗୁରୁଦାସପୁରଠାରେ ଗୁଳି କରିଛନ୍ତି ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ।

ସୂଚନା ଅନୁଯାୟୀ ଆଜି ସକାଳ ୮.୩୦ରେ ଗୁରୁଦାସପୁରର ସେକ୍ଟର ଚନ୍ନାର ଆଉଟପୋଷ୍ଟରେ ସୀମା ପାଖରେ ଜଣେ ସନ୍ଦିଗ୍ଧ ଅନୁପ୍ରବେଶକାରୀକୁ ସୀମା ଅତିକ୍ରମର କରିବାର ସୂଚନା ମିଳିଥିଲା । ପାଟ୍ରୋଲିଂ ଦାୟୀତ୍ବରେ ଥିବା ବିଏସ୍ଏଫ ଯବାନଙ୍କ ବାରମ୍ବାର ତାଗିଦ ପରେ ମଧ୍ୟ ସନ୍ଦିଗ୍ଧ ବ୍ୟକ୍ତିଜଣକ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲା । ତାକୁ ସର୍ତକ କରିବା ପରେ ମଧ୍ୟ ସେ ନଶୁଣିବାରୁ, ନିଜ ଆତ୍ମରକ୍ଷା ପାଇଁ ଗୁଳି କରିଥିବା ସୂଚନା ଦେଇଛନ୍ତି ବିଏସ୍ଏଫ୍ ଯବାନ । ତେବେ ସନ୍ଦିଗ୍ଧ ବ୍ୟକ୍ତି ନିକଟରୁ ଏକ ବନ୍ଧୁକ ମଧ୍ୟ ଜବତ କରିଛିନ୍ତି ବିଏସ୍ଏଫ ଯବାନ ।

ତେବେ ସୂଚନା ପାଇଁ କହି ରଖୁଛୁ ଯେ, ବିଏସ୍ଏଫ ଯବାନମାନେ 740 କିଲୋମିଟର ଲମ୍ବା ଭାରତ-ପାକିସ୍ତାନ ସୀମାକୁ ସୁରକ୍ଷା ପ୍ରଦାନ କରୁଛନ୍ତି । ୨୦୨୨ରେ ଗୁଜରାଟର ଭୱଜ ସେକ୍ଟରରୁ ବିଏସ୍ଏଫ ଯବାନମାନେ ସୀମା ଉଲ୍ଲଂଘନ କରୁଥିବା ୨୨ ଜଣ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ଗିରଫ କରିବା ସହ ୭୯ଟି ମାଛ ଧରା ବୋଟ୍ ଜବତ କରିଥିଲେ । ଏହାସହ ନିକଟରେ ପଞ୍ଜାବର ଘଷିପୁରା ସେକ୍ଟର ଠାରେ ଏକ ପାକିସ୍ତାନୀ ଡ୍ରୋନକୁ ଖସାଇବା ସହ ପ୍ରାୟ ୧ କେଜି ହେରୋଇନ୍ ଜବତ କରିଥିଲା ବିଏସ୍ଏଫ ।

୨୦୨୨ ମସିହାରେ ବିଏସଏଫ ସଫଳତାର ସହ ୨୨ଟି ଡ୍ରୋନ୍, ୩୧୬.୯୮୮ କେଜି ହେରୋଇନ୍, ୬୭ ମାରଣାସ୍ତ୍ର ଏବଂ ୮୫୦ ରାଉଣ୍ଡ ଅଫୁଟା ଗୁଳି ଜବତ କରିବାରେ ସଫଳ ହୋଇଛି ବିଏସଏଫ । ଏହାସହ ୨ଜଣ ପାକିସ୍ତାନୀ ସନ୍ଦିଗ୍ଧ ଅନୁପ୍ରବେଶକାରୀକୁ ନିପାତ କରିଥିବା ବେଳେ ୨୩ ପାକିସ୍ତାନୀକୁ ଧରିଛି ବିଏସଏଫ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.