ଇସଲାମବାଦ: ଭାରତ ଦ୍ବାରା କ୍ଷେପଣାସ୍ତ୍ର ମାଡ ହେବା ଓ ପାକିସ୍ତାନରେ ପଡିବା ଘଟଣା ଦୁଇ ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ଯୁଦ୍ଧ ସୃଷ୍ଟି କରିଥାନ୍ତା । ଆଜି ପାକିସ୍ତାନ ସଂସଦରେ ଏପରି ମତ ରଖିଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରୀ । ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସୀ, ଇମ୍ରାନ ଖାନଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ପାକିସ୍ତାନ ସଂସଦରେ ବିବୃତ୍ତି ରଖି ଏପରି କହିଥିବା ଦେଖିବାକୁ ମିଳିଛି ।
ଅନାସ୍ଥା ପ୍ରସ୍ତାବ ଆଲୋଚନା କ୍ୟୁରେସି ବିବୃତ୍ତି ରଖିଥିଲେ । ଭାରତ ସମ୍ପର୍କିତ ଏକାଧିକ ପ୍ରସଙ୍ଗ ଉଠାଇବା ସହ ମିସାଇଲ ପଡିବା ଘଟଣା ମଧ୍ୟ ଉଲ୍ଲେଖ କରିଥିଲେ । ଭାରତର ଏପରି ତ୍ରୁଟି ପରେ ସେ ଜାତିସଙ୍ଘ ସୁରକ୍ଷା ପରିଷଦ ଓ ମହାସଚିବଙ୍କୁ ଚିଠି ଲେଖି ଘଟଣା ସମ୍ପର୍କରେ ଅବଗତ କରିଥିଲେ । ଏପରି ତ୍ରୁଟିବଶତଃ ମିସାଇଲ ମାଡ ଦୁଇ ଆଣବିକ ଶକ୍ତି ସମ୍ପନ୍ନ ପଡୋଶୀଙ୍କ ମଧ୍ୟରେ ଯୁଦ୍ଧର ସୂତ୍ରପାତ କରିବାର ଯଥେଷ୍ଟ ଆଶଙ୍କା ରହିଥିଲା । ଭାରତର ଏହା ଏକ ବିପଦପୂର୍ଣ୍ଣ ଓ ଚରମ ଭୁଲ ଥିଲା ବୋଲି ମଧ୍ୟ କ୍ୟୁରେସି କହିଥିଲେ ।
ତେବେ ଅନାସ୍ଥାରୁ ଧ୍ୟାନ ହଟାଇବା ପାଇଁ କ୍ୟୁରେସି ଭାରତ-ପାକିସ୍ତାନ ସମ୍ପର୍କ ଉଠାଇଥିବା ବିରୋଧୀ କହିଛନ୍ତି । ସେହିପରି ଭାରତ-ପାକିସ୍ତାନ କଥାବାର୍ତ୍ତା ମଧ୍ୟରେ ହିନ୍ଦୁତ୍ବ ଓ RSSର ବିଚାରଧାରା ହିଁ ବାଧକ ସାଜିଛି ବୋଲି ମଧ୍ୟ କ୍ୟୁରେସି ନିଜ ବିବୃତ୍ତିରେ କହିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ