ETV Bharat / bharat

Pak Drone Recovered: ଚାଷ ଜମିରୁ ମିଳିଲା ପାକିସ୍ତାନୀ ଡ୍ରୋନ

author img

By

Published : Apr 20, 2023, 12:44 PM IST

ଅଟାରୀ ୱାଘା ବର୍ଡରର ଏକ ଚାଷ ଜମିରୁ ଠାବ ହେଲା ପାକିସ୍ତାନୀ ଡ୍ରୋନ । ବୁଧବାର ସନ୍ଧ୍ୟାରେ ବିଏସଏଫ ଯବାନ ଜବତ କରିବା ସହ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ

Pak Drone Recovered
Pak Drone Recovered

ଚଣ୍ଡିଗଡ: କିଛି ଦିନର ବ୍ୟବଧାନ ପରେ ପୁଣି ପଞ୍ଜାବରେ ଠାବ ହେଲା ପାକିସ୍ତାନୀ ଡ୍ରୋନ । ଏକ ଚାଷଜମିରୁ ମେଡ ଇନ ଚାଇନା ଲେଖାଥିବା ଡ୍ରୋନକୁ ଜବତ କରାଯାଇଛି । ଗତକାଲି(ବୁଧବାର) ସନ୍ଧ୍ୟାରେ କୃଷକ ତଥା ପୂର୍ବତନ ସେନା ଅଧିକାରୀ ବିକ୍ରମଜିତ ସିଂଙ୍କ ଚାଷଜମିରେ ଡ୍ରୋନ ପଡିଥିବା ନେଇ କୃଷକମାନେ ଦେଖିଥିଲେ । ଅଟାରୀ ଓ୍ବାଗା ବୋର୍ଡରରେ ମହାୱା ଗ୍ରାମରେ ଚାଷୀମାନେ ଚାଷ କରୁଥିବା ସମୟରେ ଦେଖିଥିଲେ ।

ଏନେଇ ସ୍ଥାନୀୟ ଚାଷୀମାନେ କହିଛନ୍ତି, "ପୂର୍ବତନ ସେନା ଅଧିକାରୀ ତଥା ଚାଷୀ ବିକ୍ରମଜିତ ସିଂଙ୍କ ଚାଷ ଜମିରେ ଏକ ବିରାଟ ବସ୍ତୁ ପଡିଥିବା ଦେଖିବାକୁ ମିଳିଥିଲା । ଚାଷୀମାନେ ପ୍ରଥମେ ଭୟଭୀତ ହୋଇଥିଲେ । ଏହାପରେ ଯେତେବେଳେ ଓଲଟାଇଥିଲେ ତେବେ ଡ୍ରୋନ ବୋଲି ଜଣାପଡିଥିଲା ।" ଏହାପରେ ସଙ୍ଗେସଙ୍ଗେ ସ୍ଥାନୀୟ ପୋଲିସକୁ ଖବର ଦିଆଯାଇଥିଲା । ଖବରପାଇ ବିଏସଫ ଯବାନ ଏବଂ ଘରିନ୍ଦା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାପରେ ଡ୍ରୋନକୁ ଜବତ କରି ପୋଲିସ ଏବଂ ବିଏସଏଫ ଯବାନ ସର୍ଚ୍ଚ ଅପରେସନ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।

ଏହି ଡ୍ରେନ ଜବତ ହେବା ପରେ କବଲ ସିଂ ନାମକ ଜଣେ ଚାଷୀ କହିଛନ୍ତି, "ଏନେକ ସମୟରେ ଚାଷ ଜମିରେ ଡ୍ରୋନ ସହ ଅସ୍ତ୍ରଶସ୍ତ୍ର ପଡି ରହିଥିବା ନଜରରୁ ଆସିଥାଏ । ଗୋଟିଏ ଡ୍ରୋନ ଏକ ଚାଷ ଜମିରେ ମାସେରୁ ଦେଢମାସ ପଡିରହିଥିଲେ ସୁଦ୍ଧା କୌଣସି ବିଏସଏଫ ଯବାନ କିମ୍ବା ପୋଲିସ ଆସି ଜବତ କରିଲେ ନାହିଁ । ତେଣୁ ଡ୍ରୋନକୁ ଠାବ କରିବା ପାଇଁ ଏକ ଡିଭାଇସ ଲଗାଯାଉ ।"

ଏହା ମଧ୍ୟ ପଢନ୍ତୁ: Naroda Massacre Case: 21 ବର୍ଷ ପରେ ଆଜି ଆସିବ ରାୟ, ସ୍ବତନ୍ତ୍ର ଅଦାଲତ ଶୁଣାଇବେ ଫଇସଲା

ଡ୍ରୋନ ଜବତ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ବିଏସଏଫ ଯବାନ । ଏହା ପୂର୍ବରୁ ଶନିବାର ଦିନ ସକାଳେ ପଞ୍ଜାବ ଅମୃତସର ସୀମାରେ ଡ୍ରୋନ ଉଡିବା ଶବ୍ଦ ଶୁଣିଥିଲେ ଯବାନ । ଏହାପେର ସର୍ଚ୍ଚ ଅପରେସନ କରାଯାଇଥିବା ବେଳେ ହେରୋଇନ, ଆଇରନ ହୁକ ଇତ୍ୟାଦି ଜବତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: ପଞ୍ଜାବ ସୀମାରେ ପୁଣି ପାକିସ୍ତାନୀ ଡ୍ରୋନ ଠାବ, ଗୁଳି କରି ଖସାଇଲା BSF

ପ୍ରକାଶଥାଉକି, ଏହା ପୂର୍ବରୁ ମାର୍ଚ୍ଚ ୨୪ ତାରିଖରେ ପଞ୍ଜାବ ଗୁରୁଦାସପୁର ସେକ୍ଟରର ମେଟାଲ ଅଞ୍ଚଳରେ ପାକିସ୍ତାନୀ ଡ୍ରୋନ ଠାବ ହୋଇଥିଲା । ସେନା ଗୁଳି କରି ଖସାଇବା ସହିତ ବିପୁଳ ମାରଣାସ୍ତ୍ର ଜବତ କରିଥିଲା । ପ୍ରାୟ ୧୦ଟି ପିସ୍ତଲ ମାଗାଜିନ, ୫ଟି ପିସ୍ତଲ, ୯mmର ୭୧ ରାଉଣ୍ଡ ଓ ୨୦ଟି ଗୋଳା ବାରୁଦ ଜବତ ହୋଇଥିବା ନେଇ ବିଏସଏଫ ପକ୍ଷରୁ ସୂଚନା ଦିଆଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.