ETV Bharat / bharat

Rare surgery: କେରଳରେ ବିରଳ ଅସ୍ତ୍ରୋପଚାର ପରେ ନୂଆ ଜୀବନ ପାଇଲା ପାକିସ୍ତାନୀ ଶିଶୁ

author img

By

Published : Dec 4, 2022, 7:51 AM IST

Updated : Dec 4, 2022, 8:52 AM IST

କେରଳରେ ବିରଳ ଅସ୍ତ୍ରୋପଚାର ପରେ ନୂଆ ଜୀବନ ପାଇଲା ପାକିସ୍ତାନୀ ଶିଶୁ । ଅଧିକ ପଢନ୍ତୁ

ବିରଳ ଅସ୍ତ୍ରୋପଚାର ଫଳରେ ନୂଆ ଜୀବନ ପାଇଲା ପାକିସ୍ତାନୀ ବାଳକ

ହାଇଦ୍ରାବାଦ: କେରଳରେ ବିରଳ ଅସ୍ତ୍ରୋପଚାର ଫଳରେ ନୂଆ ଜୀବନ ପାଇଲା ପାକିସ୍ତାନୀ ଶିଶୁ । କେରଳର କୋଝିକୋଡେର ଏକ ହସ୍ପିଟାଲରେ ଏହି ବିରଳ ଅସ୍ତ୍ରୋପଚାର ସଫଳତାର ସହ କରାଯାଇଛି । ପାକିସ୍ତାନ ଏବଂ ୟୁଏଇର ଡାକ୍ତରମାନେ ଆଶା ଛାଡିଦେବା ପରେ ଜଣେ 2 ବର୍ଷୀୟ ପାକିସ୍ତାନୀ ବାଳକ କୋଝିକୋଡେ ସ୍ଥିତ ଏକ ହସ୍ପିଟାଲରେ ବିରଳ (marrow replacement surgery) ଅସ୍ତ୍ରୋପଚାର ଦ୍ୱାରା ଜୀବନ ଫେରିପାଇଛି ।

ପାକିସ୍ତାନର ବାଲୁଚିସ୍ତାନର ମୂଳ ବାସିନ୍ଦା ଜଲାଲ ଏବଂ ସାଧୁରୀଙ୍କ 2 ବର୍ଷୀୟ ଶିଶୁ ପୁତ୍ର ସୈଫ ଜାଲାଲ ବିରଳ ରୋଗରେ ପୀଡିତ ଥିଲେ । ସେଠାକାର ଡାକ୍ତରମାନେ ଏହି ରୋଗର ଉପଶମ ହୋଇପାରିବ ନାହିଁ ବୋଲି ଦମ୍ପତିଙ୍କୁ ସ୍ପଷ୍ଟ କରିଥିଲେ । ପାକିସ୍ତାନର ଅନେକ ହସ୍ପିଟାଲ ଏବଂ ପରେ ୟୁଏଇ ନେଇଥିଲେ ଦମ୍ପତି । ସେଠାରେ କେମୋଥେରାପି ସହିତ ଚିକିତ୍ସା କରାଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିଲା । ପରେ ଶିଶୁଟି ଅକ୍ସିଜେନ ସପୋର୍ଟରେ ରହିଥିଲା ।

କେରଳର ଆଷ୍ଟର ମାଲାବାର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ Aster Malabar Institute of Medical Science (MIMS)ରେ ଉପଲବ୍ଧ ଚିକିତ୍ସା ବିଷୟରେ ଜାଣିବା ପରେ ପାକିସ୍ତାନ ଦୂତାବାସ ସହ ଯୋଗାଯୋଗ କରିଥିଲେ ପୀଡିତ ଶଶୁଟିର ପିତାମାତା । ପରେ ଭାରତୀୟ କର୍ତ୍ତୃପକ୍ଷଙ୍କ ସମ୍ପୂର୍ଣ୍ଣ ସହଯୋଗରେ ବାଳକକୁ କେରଳ କୋଝିକୋଡେକୁ ଅଣାଯାଇଥିଲା । ଯେଉଁଠାରେ ଏହି ବିରଳ ଅସ୍ତ୍ରୋପଚାର ସଫଳତାର ଶେଷ ହୋଇଛି । ଶିଶୁଟି ଏବେ ସୁସ୍ଥ ରହିଛି ଓ ତାକୁ ନୀରିକ୍ଷଣରେ ରଖାଯାଇଛି ।

ତେବେ ସବୁଠାରୁ ବଡ କଥା ହେଉଛି ଏହି ବିରଳ ତଥା ଆହ୍ବନପୂର୍ଣ୍ଣ ଅପରେସନ ମିଶନରେ ଦୁଇ ଦେଶ ମିଳିତ ଭାବେ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିଥିଲେ । କୌଣସି ସୀମା ବିବାଦ କିମ୍ବା ଜଟିଳତା ଦେଖିବାକୁ ମିଳିନଥିବା କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 4, 2022, 8:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.