ETV Bharat / bharat

ଭାରତକୁ ବନ୍ଧୁ ରାଷ୍ଟ୍ର କହିଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ, ପରେ ବଦଳାଇଲେ ମତ

ଜାତିସଂଘରେ ପ୍ରେସମିଟ୍‌ ବେଳେ କାଶ୍ମୀର ପ୍ରସଙ୍ଗରେ ଭାରତକୁ ବନ୍ଧୁ ରାଷ୍ଟ୍ର କହିଲେ ବିଲାଓ୍ବଲ ଭୁଟ୍ଟୋ । ତୁରନ୍ତ ମତ ବଦଳାଇ କହିଲେ ପଡୋଶୀ ଦେଶ । ଅଧିକ ପଢନ୍ତୁ

author img

By

Published : Mar 11, 2023, 9:33 PM IST

ଭାରତକୁ ବନ୍ଧୁ ରାଷ୍ଟ୍ର କହିଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ

ହାଇଦ୍ରାବାଦ: ଭାରତକୁ ବନ୍ଧୁ ରାଷ୍ଟ୍ର ବୋଲି କହିଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ ଜର୍ଦ୍ଦାରୀ । ସେ ଆଜି ଜାତିସଂଘ ପରିସରରେ ଏକ ପ୍ରେସମିଟକୁ ସମ୍ବୋଧିତ କରିବା ସହ ସମୟରେ ସେ ଭାରତକୁ ବନ୍ଧୁ ରାଷ୍ଟ୍ର ଭାବେ ଅବିହିତ କରିଥିଲେ । ହେଲେ ତାର ମାତ୍ର କିଛି କ୍ଷଣ ମଧ୍ୟରେ ସେ ନିଜର ମନ୍ତବ୍ୟକୁ ଅତି ଚତୁରତାର ସହ ସଂଶୋଧନ କରି ଭାରତ ପାକିସ୍ତାନର ଏକ ପଡୋଶୀ ଦେଶ ବୋଲି କହିଥିବା ଦେଖିବାକୁ ମିଳିଥିଲା ।

ଜାତିସଂଘରେ ଏକ ପ୍ରେସମିଟରେ ବିଲାଓ୍ବଲ କାଶ୍ମୀର ସମ୍ପର୍କିତ ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରିଥିଲେ । କାଶ୍ମୀର ପ୍ରସଙ୍ଗ ନେଇ ପାକିସ୍ତାନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇ ବିଲାଓ୍ବଲ କହିଥିଲେ, କାଶ୍ମୀର ପ୍ରସଙ୍ଗକୁ ପାକିସ୍ତାନ ଜାତିସଂଘରେ ମୁଖ୍ୟ ମୁଦ୍ଦା ଭାବେ ମଧ୍ୟ ଉଠାଇଛି । ଏହି ପ୍ରସଙ୍ଗରେ ଆମର ବନ୍ଧୁ ଭାରତ ତାର ଆପତ୍ତି ଉଠାଇ ଆସିଛି । ପରେ ସେ ସେଥିରେ ତୁରନ୍ତ ସଂଶୋଧନ ମଧ୍ୟ କରିଥିଲେ ବନ୍ଧୁ ରାଷ୍ଟ୍ର ପରିବର୍ତ୍ତେ ଭାରତ ପାକିସ୍ତାନର ଏକ ପଡୋଶୀ ଦେଶ ବୋଲି କହିଥିଲେ ବିଲାଓ୍ବଲ । ସେହିପରି ସେ ଏହି ମୁଦ୍ଦାକୁ ଅନ୍ତର୍ଜାତୀୟ ସ୍ତରରେ ମୁଖ୍ୟ ମୁଦ୍ଦା ଭାବେ ଉତ୍ଥାପନ କରିବା ପାଇଁ ପାକିସ୍ତାନ କଠିନ ସମସ୍ୟାର ସମ୍ମୁଖୀନ ହେଉଥିବା କହିଥିଲେ ବିଲାଓ୍ବଲ । ଆହୁରି ମଧ୍ୟ ସେ କହିଥିଲେ ଯେ, ଏହା ଅନ୍ତର୍ଜାତୀୟ ସମୂଦାୟ ପାଇଁ ବିବାଦୀୟ ପ୍ରସଙ୍ଗ ନୁହେଁ ବୋଲି ଭାରତ ଏକ ନ୍ୟାରେଟିଭ ସୃଷ୍ଟି କରିବାକୁ ପ୍ରୟାସ କରୁଛି ।

ଗତବହୁ ବର୍ଷ ଧରି ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଖରାପ ହେବାରେ ଲାଗିଛି । ଉଭୟ ଦେଶ ପରସ୍ପର ଠାରୁ ଦୂରତା ରକ୍ଷା କରୁଛନ୍ତି । 2019 ମସିହା 14 ଫେବୃଆରୀରେ ଘଟିଥିବା ପୁଲୱାମା ଆତଙ୍କବାଦୀ ଆକ୍ରମଣ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହେବାର ମୁଖ୍ୟ କାରଣ ମଧ୍ୟରୁ ଅନ୍ୟତମ । ଏହାର ପ୍ରତିକ୍ରିୟା ସ୍ବରୂପ ଭାରତ ମଧ୍ୟ ପାକିସ୍ତାନ ଅଧିକୃତ କାଶ୍ମୀରର ବାଲାକୋଟରେ ଏୟାର ଷ୍ଟ୍ରାଇକ କରିଥିଲା । ଏଥିରେ ପ୍ରାୟ 3 ଶହ ପ୍ରଶିକ୍ଷିତ ହେଉଥିବା ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ କହୁଥିବା ବେଳେ ପାକିସ୍ତାନ କିନ୍ତୁ ଏହାକୁ ଖଣ୍ଡନ କରିଆସିଛି ।

ପରେ କାଶ୍ମୀରକୁ ସ୍ବତନ୍ତ୍ର ପାହ୍ୟା ପ୍ରଦାନ କରୁଥିବା ଭାରତୀୟ ସମ୍ବିଧାନର ଧାରା-370 ଉଚ୍ଛେଦ କରିଥିଲା ଭାରତ । ଯାହା ପାକିସ୍ତାନ ସହଜରେ ଗ୍ରହଣ କରିପାରିନଥିଲା । ଏହାକୁ କାଶ୍ମୀରର ଲୋକଙ୍କ ସ୍ବାଧୀନତାର ସଙ୍କୋଚନ ବୋଲି କହିଥିଲା ପାକିସ୍ତାନ । ହେଲେ ଭାରତର ସଫଳ ନୀତି ଫଳରେ ଏହି ସବୁ ମୁଦ୍ଦାକୁ ପାକିସ୍ତା ନଅନ୍ତର୍ଜାତୀୟ ଫୋରମରେ ପ୍ରଭାବୀ ଭାବେ ଉଠାଇବାରେ ସଫଳତା ପାଇନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.