ETV Bharat / bharat

ତେଲେଙ୍ଗାନା ସରକାରଙ୍କୁ ୨୦ ଟନ ରକ୍ତଚନ୍ଦନ କାଠ ଦେବେ ପଦ୍ମଶ୍ରୀ ରମୈୟା - ତେଲେଙ୍ଗାନା ସରକାରଙ୍କୁ ରକ୍ତଚନ୍ଦନ କାଠ ଉପହାର

ନିଜ ଜମିରୁ ପ୍ରାୟ ୨୦ ଟନ ରକ୍ତ ଚନ୍ଦନ କାଠ ତେଲେଙ୍ଗାନା ସରକାରଙ୍କୁ ଦେବେ ବୃକ୍ଷପ୍ରେମୀ ତଥା ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଦରିପାଲ୍ଲୀ ରମୈୟା । ଅଧିକ ପଢନ୍ତୁ

ତେଲେଙ୍ଗାନା ସରକାରଙ୍କୁ ୨୦ ଟନ୍ ରକ୍ତ ଚନ୍ଦନ କାଠ ଦେବେ ପଦ୍ମଶ୍ରୀ ରାମାୟା
ତେଲେଙ୍ଗାନା ସରକାରଙ୍କୁ ୨୦ ଟନ୍ ରକ୍ତ ଚନ୍ଦନ କାଠ ଦେବେ ପଦ୍ମଶ୍ରୀ ରାମାୟାତେଲେଙ୍ଗାନା ସରକାରଙ୍କୁ ୨୦ ଟନ୍ ରକ୍ତ ଚନ୍ଦନ କାଠ ଦେବେ ପଦ୍ମଶ୍ରୀ ରାମାୟା
author img

By

Published : Jan 25, 2022, 12:42 PM IST

ହାଇଦ୍ରାବାଦ: ସରକାରଙ୍କୁ ଉପହାର ଦେବେ ବୃକ୍ଷପ୍ରେମୀ ତଥା ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଦରିପାଲ୍ଲୀ ରମୈୟା । ନିଜ ଜମିରେ ସେ ସବୁଠାରୁ ମୂଲ୍ୟବାନ ରକ୍ତଚନ୍ଦନ କାଠ ଚାଷ କରିଥିବା ବେଳେ ଏବେ ସେ ତେଲେଙ୍ଗାନା ସରକାରଙ୍କୁ ଦେବାକୁ ଘୋଷଣା କରିଛନ୍ତି । ନିଜ ଜମିରୁ ପ୍ରାୟ ୨୦ ଟନ ରକ୍ତଚନ୍ଦନ କାଠ ହରିଥା ନିଧି ପାଇଁ ରାଜ୍ୟ ସରକାରଙ୍କୁ ଦେବେ ରମୈୟା ।

ସେ ଓ ତାଙ୍କ ପତ୍ନୀ ଜନମଙ୍କ ସହଯୋଗରେ ନିଜ ଜମିରେ ଚାରାରୋପଣ କରୁଛନ୍ତି । ଦୁହେଁ ଗତ ଚାଳିଶ ବର୍ଷ ଧରି କାମାମ ଜିଲ୍ଲାରେ ବୃକ୍ଷରୋପଣ କରୁଛନ୍ତି । ସେ ଆହୁରି ମଧ୍ୟ 20 ବର୍ଷ ପୂର୍ବେ କାମାମର ଗ୍ରାମାଞ୍ଚଳ ମଣ୍ଡଳର ରେଡଡିପାଲ୍ଲିରେ ଥିବା ତାଙ୍କ ସାତ ଏକର ଜମିରେ 50 ରୁ ଅଧିକ ରକ୍ତଚନ୍ଦନ କାଠ ଚାଷ କରିଥିଲେ ।

ପୂର୍ବରୁ ମଧ୍ୟ ରମୈୟାଙ୍କ ଜମିରୁ କୋଟି କୋଟି ଟଙ୍କାର ଗଛ ଓ ଚାରା ରାଜ୍ୟରେ ମାଗଣାରେ ବଣ୍ଟନ କରାଯାଇଥିଲା । ଏନେଇ କେନ୍ଦ୍ର ସରକାର ତାଙ୍କୁ ପାଞ୍ଚବର୍ଷ ପୂର୍ବେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଥିଲେ । ତେବେ ଜୀବନର ଶେଷ ନିଶ୍ବାସ ପର୍ଯ୍ୟନ୍ତ ସେ ରାଜ୍ୟରେ ବୃକ୍ଷରୋପଣ କରିବେ ବୋଲି ମତ ରଖିଛନ୍ତି । ଏକ ସୁସ୍ଥ ସମାଜ ପାଇଁ ଚାରାରୋପଣକୁ ଏକ ଅଭ୍ୟାସରେ ପରିଣତ କରିବାକୁ ସେ ଲୋକଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.